ସେମିଫାଇନାଲ୍ ପରାଜୟ ପାଇଁ ଧୋନିଙ୍କୁ ଦାୟୀ କଲେ ଯୁବରାଜଙ୍କ ପିତା

ନୂଆଦିଲ୍ଲୀ: ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଦାୟ ନେଇ ଏବେ ଚାରିଆଡୁ ସମାଲୋଚନା କରାଯାଉଛି । ତେବେ ଭାରତର ପୂର୍ବତନ କ୍ରିକେଟର୍ ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ ଟିମ୍ ଇଣ୍ଡିଆର ପରାଜୟ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ ଦାୟୀ କରିଛନ୍ତି। ଯୋଗରାଜ କହିଛନ୍ତି, ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିକା ମାତ୍ରକେ ନିର୍ଭୀକ କ୍ରିକେଟ୍ ଖେଳିଥିଲେ। ଜାଡେଜା ଦ୍ରୁତ ରନ୍ କରି ଭାରତର ବିଜୟ ଆଶା ଉଜ୍ଜୀବିତ କରିଥିଲେ। କିନ୍ତୁ ଅନ୍ୟପଟେ ଧୋନି ଏହାର ବିପରୀତ ବ୍ୟାଟିଂ […]

jograj

Hemant Lenka
  • Published: Friday, 12 July 2019
  • , Updated: 12 July 2019, 10:20 PM IST

ନୂଆଦିଲ୍ଲୀ: ବିଶ୍ୱକପରେ ଟିମ୍ ଇଣ୍ଡିଆର ବିଦାୟ ନେଇ ଏବେ ଚାରିଆଡୁ ସମାଲୋଚନା କରାଯାଉଛି । ତେବେ ଭାରତର ପୂର୍ବତନ କ୍ରିକେଟର୍ ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ ଟିମ୍ ଇଣ୍ଡିଆର ପରାଜୟ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ ଦାୟୀ କରିଛନ୍ତି।

ଯୋଗରାଜ କହିଛନ୍ତି, ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବାକୁ ଆସିକା ମାତ୍ରକେ ନିର୍ଭୀକ କ୍ରିକେଟ୍ ଖେଳିଥିଲେ। ଜାଡେଜା ଦ୍ରୁତ ରନ୍ କରି ଭାରତର ବିଜୟ ଆଶା ଉଜ୍ଜୀବିତ କରିଥିଲେ। କିନ୍ତୁ ଅନ୍ୟପଟେ ଧୋନି ଏହାର ବିପରୀତ ବ୍ୟାଟିଂ କରିଥିଲେ। ଧୋନି ଏତେ ମାତ୍ରାରେ କ୍ରିକେଟ୍ ଖେଳିଛନ୍ତି ଯେ, ସେ ଜାଣିବା ଦରକାର ଯେ କେଉଁ ପରିସ୍ଥିତିରେ କ'ଣ କରାଯିବା ଦରକାର।

ଧୋନିଙ୍କୁ ଛକା ମାରିବା ପାଇଁ ଏକାଧିକ ସୁଯୋଗ ମିଳିଥିଲା, କିନ୍ତୁ ସେ ଏହା କରିନଥିଲେ। ସେହି ସମୟରେ ଧୋନିଙ୍କ ମନରେ କେବଳ ଆଉଟ୍ ହେବାର ଭୟ ଥିଲା। ତେଣୁ ଧୋନିଙ୍କ ଏହି ଧିମା ବ୍ୟାଟିଂ ପାଇଁ ହିଁ ଭାରତ ସେମିଫାଇନାଲରେ ହାରିଥିଲା ବୋଲି ଯୋଗରାଜ କହିଛନ୍ତି। ତେବେ ଧୋନିଙ୍କ ବିରୋଧରେ ଯୋଗରାଜଙ୍କ ଏଭଳି ନକାରାତ୍ମକ ମନ୍ତବ୍ୟ କିଛି ନୂଆ ନୁହେଁ। ନିକଟରେ ଯୋଗରାଜ ଅମ୍ବାତି ରାୟୁଡୁଙ୍କ ସନ୍ନ୍ୟାସ ପାଇଁ ଧୋନିଙ୍କୁ ଦାୟୀ କରିଥିଲେ।

Related story