କ୍ଲିନସୁଇପରୁ ୨ ୱିକେଟ୍ ଦୂରରେ ଟିମ୍ ଇଣ୍ଡିଆ

ରାଞ୍ଚି: ଆଉ ଏକ ବୃହତ ବିଜୟ ଦ୍ୱାରଦେଶରେ ପହଞ୍ଚିଛି ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ। ଝାରଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ) ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାର ୧୬ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ଏବେ ଟେଷ୍ଟରେ ଇନିଂସ୍ ପରାଜୟ ଦ୍ୱାରଦେଶରେ ପହଞ୍ଚିଛି। ଭାରତର ୪୯୭/୯ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ ରନ୍ କରି ଅଲଆଉଟ୍ […]

shami

shami

Ranjit Kumar Jena
  • Published: Monday, 21 October 2019
  • Updated: 21 October 2019, 06:17 PM IST

ରାଞ୍ଚି: ଆଉ ଏକ ବୃହତ ବିଜୟ ଦ୍ୱାରଦେଶରେ ପହଞ୍ଚିଛି ବିରାଟ୍ କୋହଲିଙ୍କ ଟିମ୍ ଇଣ୍ଡିଆ। ଝାରଖଣ୍ଡ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ) ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିବସରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାର ୧୬ ୱିକେଟ୍ ନେବାରେ ସଫଳ ହୋଇଛନ୍ତି। ଏଥିସହ ଦକ୍ଷିଣ ଆଫ୍ରିକା ଏବେ ଟେଷ୍ଟରେ ଇନିଂସ୍ ପରାଜୟ ଦ୍ୱାରଦେଶରେ ପହଞ୍ଚିଛି।

ଭାରତର ୪୯୭/୯ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ ରନ୍ କରି ଅଲଆଉଟ୍ ହୋଇଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ କୋହଲି ପୁଣି ବ୍ୟାଟିଂ ନକରି ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍ ଦେଇଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ଦକ୍ଷିଣ ଆଫ୍ରିକା ସମଦଶା ଭୋଗିଛି ଏବଂ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୮ ୱିକେଟ୍ ବିନିମୟରେ ୧୩୨ ରନ୍ କରି ନିଶ୍ଚିତ ପରାଜୟ ନିକଟତର ହୋଇଛି। ଭାରତକୁ ମ୍ୟାଚ୍ ଜିତିବା ପାଇଁ ୨ ୱିକେଟ୍ ଆବଶ୍ୟକ ହେଉଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାକୁ ଏବେ କେବଳ ବର୍ଷା ହିଁ ପରାଜୟରୁ ରକ୍ଷା କରିପାରିବ। ଦିବସର ଷ୍ଟମ୍ପ ଅପସାରଣ ବେଳକୁ ଥ୍ୟୁନିସ୍ ଡି'ବ୍ରୁନ୍ ୩୦ ଓ ଆନରିଚ୍ ନୋର୍ଟଜେ ୫ ରନ୍ କରି ଅପରାଜିତ ରହିଛନ୍ତି। ଆସନ୍ତାକାଲି ଚତୁର୍ଥ ଦିବସରେ ପ୍ରଥମ ସେସନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ୍ କରି ଭାରତ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି।

ସୋମବାର ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକା ତା'ର ପୂର୍ବଦିନର ସ୍କୋର ୯/୨ରୁ ଖେଳ ଆରମ୍ଭ କରିଥିଲା । ଗତକାଲି ୧ ରନରେ ଅପରାଜିତ ଥିବା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଆଜି କୌଣସି ରନ୍ କରିବା ପୂର୍ବରୁ ଉମେଶ ଯାଦବଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଏହା ପରେ ଜୁବେର୍ ହମଜା ଓ ତେମ୍ବା ବାଭୁମା ଚତୁର୍ଥ ୱିକେଟ୍ ପାଇଁ ୯୧ ରନର ଭାଗୀଦାରୀ କରି ଦକ୍ଷିଣ ଆଫ୍ରିକା ସ୍ଥିତି ସୁଧାରିଥିଲେ। କିନ୍ତୁ ହମଜାଙ୍କୁ ଆଉଟ୍ କରି ରବୀନ୍ଦ୍ର ଜାଡେଜା ଏହି ଭାଗୀଦାରୀକୁ ଭାଙ୍ଗିଥିଲେ।

ହମଜା ୭୯ ବଲରେ ୧୦ ଚୌକା ଓ ୧ ଛକା ସହ ସର୍ବାଧିକ ୬୨ ରନ୍ କରିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୫୫ ରନରେ ଶେଷ ୬ ୱିକେଟ୍ ହରାଇ ଅଲଆଉଟ୍ ହୋଇଥିଲା। ସେଟ୍ ବ୍ୟାଟ୍ସମ୍ୟାନ୍ ବାଭୁମାଙ୍କୁ ଆଉଟ୍ କରି ଡେବ୍ୟୁଟାଣ୍ଟ ଶାହାବାଜ ନଦୀମ ନିଜର ପ୍ରଥମ ସଫଳତା ହାସଲ କରିଥିଲେ। ଏହା ପରେ ଜର୍ଜ ଲିଣ୍ଡେ (୩୭)ଙ୍କୁ ଛାଡ଼ି ଦେଲେ ଟିମର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ୱିକେଟକିପର ହେନରିଚ୍ କ୍ଲାସେନ୍ ୬, ଡେନ୍ ପିଟ୍ ୪, ଆନରିଚ୍ ନୋର୍ଟଜେ ୪ ଓ କାଗିସୋ ରବାଡା ବିନା ରନରେ ପ୍ୟାଭିଲିୟନ୍ ଫେରିଥିଲେ। ଭାରତର ସଫଳ ବୋଲର ଭାବେ ପେସର ଉମେଶ ସର୍ବାଧିକ ୩ଟି ସଫଳତା ପାଇଥିବା ବେଳେ ମହମ୍ମଦ ଶାମି, ନଦୀମ ଓ ଜାଡେଜା ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଫଲୋଅନ୍ ପାଇ ପୁନର୍ବାର ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ମଧ୍ୟ ଶୋଚନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଇନିଂସର ଦ୍ୱିତୀୟ ଓଭରରେ କ୍ୱିଣ୍ଟନ୍ ଡି'କକ୍ (୫)ଙ୍କୁ ଉମେଶ ଯାଦବ କ୍ଲିନ୍ ବୋଲ୍ଡ କରିଥିବା ବେଳେ ତାଙ୍କ ସାଥୀ ଡିନ୍ ଏଲଗାର୍ (୧୬) ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ମଧ୍ୟକ୍ରମରେ ହମଜା (୦), କ୍ୟାପଟେନ୍ ଡୁପ୍ଲେସିସ୍ (୪), ବାଭୁମା (୦) ଓ କ୍ଲାସେନ୍ (୫) ଦୁଇଅଙ୍କ ସ୍ପର୍ଶ କରିପାରିନଥିଲେ।

୩୬ ରନରେ ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଦକ୍ଷିଣ ଆଫ୍ରିକା ପରାଜୟ ଦ୍ୱାରରେ ପହଞ୍ଚିଥିଲା। ଜର୍ଜ ଲିଣ୍ଡେ ଓ ଡେନ୍ ପିଟଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ୩୧ ରନର ଭାଗୀଦାରୀ ହୋଇଥିଲା। ଲିଣ୍ଡେ ୨୭ ରନ୍ କରି ରନଆଉଟ୍ ହୋଇଥିଲେ। ଏଲଗାରଙ୍କ ସ୍ଥାନରେ କନକସନ୍ ସବଷ୍ଟିଚ୍ୟୁଟ୍ ଭାବେ ଆସିଥିବା ଡି'ବ୍ରୁନ୍ ସୁଯୋଗର ଫାଇଦା ଉଠାଇଛନ୍ତି। ସେ ପିଟ (୨୩) ଙ୍କ ସହ ସପ୍ତମ ୱିକେଟ୍ ପାଇଁ ୩୧ ରନ୍‌, କାଗିସୋ ରବାଡା (୧୨)ଙ୍କ ସହ ୨୪ ରନର ଭାଗୀଦାରୀ କରିଛନ୍ତି । ଆସନ୍ତାକାଲି ସେ କ୍ରିଜରେ ସମୟ ବିତାଇବା ଅପେକ୍ଷା ଦ୍ରୁତ ରନ୍ କରି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାକୁ ପ୍ରୟାସ କରିବେ। ଭାରତ ପକ୍ଷରୁ ଶାମି ୩ଟି, ଉମେଶ ୨ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ଓ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍ ୪୯୭/୯ (ଘୋଷିତ)।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ ୧୬୨: ଜୁବେର୍ ହମଜା ୬୨, ଜର୍ଜ ଲିଣ୍ଡେ ୩୭, ତେମ୍ବା ବାଭୁମା ୩୨, ଉମେଶ ଯାଦବ ୩/୪୦, ମହମ୍ମଦ ଶାମି ୨/୨୨, ଶାହାବାଜ ନଦୀମ ୨/୨୨, ରବୀନ୍ଦ୍ର ଜାଡେଜା ୨/୧୯।
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ୍ ୧୩୨/୮ (ଫଲୋଅନ): ଥ୍ୟୁନିସ୍ ଡି'ବ୍ରୁନ୍ ୩୦*, ଆନରିଚ୍ ନୋର୍ଟଜେ ୫*, ଜର୍ଜ ଲିଣ୍ଡେ ୨୭, ଡେନ୍ ପିଟ୍ ୨୩, ମହମ୍ମଦ ଶାମି ୩/୧୦, ଉମେଶ ଯାଦବ ୨/୨୫।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story