ଯଶପ୍ରୀତ୍ ବୁମ୍ରାଙ୍କ ଡୋପ୍ ଟେଷ୍ଟ

ଲଣ୍ଡନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କର ଡୋପ୍ ଟେଷ୍ଟ କରାଯାଇଛି। ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସ (ୱାଡା) ବୁମ୍ରାଙ୍କ ଡୋପ୍ ଟେଷ୍ଟ କରିଛି। ସୋମବାର ରୋଜ ବାଉଲଠାରେ ଭାରତୀୟ ଟିମର ଅଭ୍ୟାସ ସେସନ୍ ବେଳେ ବୁମ୍ରା ଏହି ଡୋପ୍ ଟେଷ୍ଟ ଦେଇଥିଲେ। ବୁମ୍ରା ନିଜର ମୂତ୍ର ଓ ରକ୍ତ ପରୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୱାଡାର ଅଧିକାରୀମାନେ ବୁମ୍ରାଙ୍କର ମୂତ୍ର ନମୁନା ନେଇଥିଲେ। ଏହାର ୪୫ […]

bumra

Hemant Lenka
  • Published: Tuesday, 04 June 2019
  • , Updated: 04 June 2019, 04:57 PM IST

ଲଣ୍ଡନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କର ଡୋପ୍ ଟେଷ୍ଟ କରାଯାଇଛି। ୱାର୍ଲ୍ଡ ଆଣ୍ଟି ଡୋପିଙ୍ଗ୍ ଏଜେନ୍ସ (ୱାଡା) ବୁମ୍ରାଙ୍କ ଡୋପ୍ ଟେଷ୍ଟ କରିଛି। ସୋମବାର ରୋଜ ବାଉଲଠାରେ ଭାରତୀୟ ଟିମର ଅଭ୍ୟାସ ସେସନ୍ ବେଳେ ବୁମ୍ରା ଏହି ଡୋପ୍ ଟେଷ୍ଟ ଦେଇଥିଲେ।

ବୁମ୍ରା ନିଜର ମୂତ୍ର ଓ ରକ୍ତ ପରୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୱାଡାର ଅଧିକାରୀମାନେ ବୁମ୍ରାଙ୍କର ମୂତ୍ର ନମୁନା ନେଇଥିଲେ। ଏହାର ୪୫ ମିନିଟ୍ ପରେ ବୁମ୍ରାଙ୍କର ରକ୍ତ ପରୀକ୍ଷଣ କରାଯାଇଥିଲା। ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଡୋପ୍ ଟେଷ୍ଟ ଏକ ପ୍ରଣାଳୀ। ୱାଡା ବିଶ୍ୱକପର କୌଣସି ମୁହୂର୍ତ୍ତରେ କୌସଣି ଖେଳାଳିଙ୍କ ଡୋପ୍ ଟେଷ୍ଟ କରିପାରିବେ। ତେଣୁ ଏଥିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ।

ବୁମ୍ରାଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ବାକି ଖେଳାଳିମାନଙ୍କର ଡୋପ୍ ଟେଷ୍ଟ ହୋଇଛି କି ନାହିଁ, ତାହା ଜଣାପଡ଼ି ନାହିଁ। ଇଂଲଣ୍ଡରେ ଆୟୋଜିତ ଏହି ବିଶ୍ୱକପରେ ବୁମ୍ରା ଭାରତର ମୁଖ୍ୟ ପେସ୍ ବୋଲର। ଆଇପିଏଲ୍ ଏବଂ ସୀମିତ ଓଭର୍ କ୍ରିକେଟରେ ତାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା। ଏହି କାରଣରୁ ବୁମ୍ରାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବୋଲର କୁହାଯାଉଛି।

Related story