କୋଲକାତାରେ ହେବ ଦିବାରାତ୍ର ଟେଷ୍ଟ!

ମୁମ୍ବାଇ: କୋଲକାତାର ଇଡେନ୍ ଗାର୍ଡେନ୍ସ ଭାରତ ଏବଂ ସମଗ୍ର ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଗ୍ରାଉଣ୍ଡ। ଏହି ଗ୍ରାଉଣ୍ଡରେ ଦୁଇଟି ବିଶ୍ୱକପ୍ (୧୯୮୭ ଦିନିକିଆ ଏବଂ ୨୦୧୬ରେ ଟି-୨୦ ବିଶ୍ୱକପ୍‌) ଫାଇନାଲ୍ ଖେଳାଯାଇଛି। ଏହାବ୍ୟତୀତ ଅନେକ ସ୍ମରଣୀୟ ଟେଷ୍ଟର ମଧ୍ୟ ମୁକସାକ୍ଷୀ ରହିଛି ଇଡେନ୍ ଗାର୍ଡେନ୍ସ। କୋଲକାତାର ଏହି ମଇଦାନ ଦୁଇଥର ଆଇପିଏଲ୍ ଚାମ୍ପିୟନ୍ କୋଲକାତା ନାଇଟ୍ ରାଇଡର୍ସର ମଧ୍ୟ ହୋମ୍ ଭେନ୍ୟୁ। ଏହି ମଇଦାନରେ ଖୁବଶୀଘ୍ର ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାର ସମ୍ଭାବନା ଦେଖା […]

eden

eden

Ranjit Kumar Jena
  • Published: Monday, 28 October 2019
  • Updated: 28 October 2019, 04:28 PM IST

Sports

Latest News

ମୁମ୍ବାଇ: କୋଲକାତାର ଇଡେନ୍ ଗାର୍ଡେନ୍ସ ଭାରତ ଏବଂ ସମଗ୍ର ବିଶ୍ୱର ଅନ୍ୟତମ ସର୍ବଶ୍ରେଷ୍ଠ ଗ୍ରାଉଣ୍ଡ। ଏହି ଗ୍ରାଉଣ୍ଡରେ ଦୁଇଟି ବିଶ୍ୱକପ୍ (୧୯୮୭ ଦିନିକିଆ ଏବଂ ୨୦୧୬ରେ ଟି-୨୦ ବିଶ୍ୱକପ୍‌) ଫାଇନାଲ୍ ଖେଳାଯାଇଛି। ଏହାବ୍ୟତୀତ ଅନେକ ସ୍ମରଣୀୟ ଟେଷ୍ଟର ମଧ୍ୟ ମୁକସାକ୍ଷୀ ରହିଛି ଇଡେନ୍ ଗାର୍ଡେନ୍ସ। କୋଲକାତାର ଏହି ମଇଦାନ ଦୁଇଥର ଆଇପିଏଲ୍ ଚାମ୍ପିୟନ୍ କୋଲକାତା ନାଇଟ୍ ରାଇଡର୍ସର ମଧ୍ୟ ହୋମ୍ ଭେନ୍ୟୁ। ଏହି ମଇଦାନରେ ଖୁବଶୀଘ୍ର ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାର ସମ୍ଭାବନା ଦେଖା ଦେଇଛି। ଏଠାରେ ଭାରତୀୟ ଟିମ୍ ତା'ର ପ୍ରଥମ ଡେ'/ନାଇଟ୍ (ଦିବାରାତ୍ର) ଟେଷ୍ଟ ମ୍ୟାଚ୍ ଖେଳିପାରେ।

ମିଳିଥିବା ଖବର ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଇଡେନରେ ଖେଳାଯିବାକୁଥିବା ଟେଷ୍ଟ ମ୍ୟାଚକୁ ଦିବାରାତ୍ର ଫର୍ମାଟରେ ଖେଳିବାକୁ ପ୍ରସ୍ତାବ ଦେଇଛି। ଏ ନେଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ଆମେ ଏହା ଉପରେ କାମ କରୁଛୁ। ତେବେ ବିସିବି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ବିସିବିର ଅପରେଶନ୍ ଚେୟାରମ୍ୟାନ୍ ଆକ୍ରାମ୍ ଖାନ୍ କହିଛନ୍ତି, "ଆମକୁ ବିସିସିଆଇ ତରଫରୁ ଦିବାରାତ୍ର ଟେଷ୍ଟ ପାଇଁ ପ୍ରସ୍ତାବ ମିଳିଛି। ଆମେ ଏହା ଉପରେ ବିଚାର କରିବା ପରେ ନିଷ୍ପତ୍ତି ନେବୁ। ଆମକୁ ଦୁଇ-ତିନି ଦିନ ପୂର୍ବେ ବିସିସିଆଇଠାରୁ ପତ୍ର ମିଳିଥିଲା। ଏପର୍ଯ୍ୟନ୍ତ ଆମେ ଏହା ଉପରେ କୌଣସି ଆଲୋଚନା କରିନାହୁଁ। ଆଗାମୀ ଦିନେ-ଦୁଇ ଦିନ ଭିତରେ ଆମେ ଆମର ନିଷ୍ପତ୍ତି ବିସିସିଆଇକୁ ଜଣାଇଦେବୁ।"

କ୍ରିକବଜର ରିପୋର୍ଟ ଅନୁଯାୟୀ, ବିସିବିର ମୁଖ୍ୟ କାର୍ଯ୍ୟକାରୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି, ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟର ସହମତି ବିନା କୌଣସି ନିଷ୍ପତ୍ତି ନିଆଯିବ ନାହିଁ। ଚୌଧୁରୀ ଆହୁରି କହିଛନ୍ତି, "ସର୍ବପ୍ରଥମେ ଆମେ ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟର ସଦସ୍ୟଙ୍କ ସହ ଏହି ବିଷୟରେ ଆଲୋଚନା କରିବୁ। ସେମାନଙ୍କ ସହମତି ମିଳିବା ନିହାତି ଆବଶ୍ୟକ। ଅନ୍ୟପକ୍ଷରେ ଏହା ସମ୍ପୂର୍ଣ୍ଣ ଭାବେ ଟେକ୍ନିକାଲ (ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା) ମାମଲା। ପିଙ୍କ୍ ବଲରେ ଖେଳିବା ପାଇଁ ଆମକୁ ଅଲଗା ପ୍ରକାରର ପ୍ରସ୍ତୁତି କରିବାକୁ ପଡ଼ିବ। ତେଣୁ ଆମକୁ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଅତୀତରେ ନ୍ୟୁଜିଲ୍ୟାଣ୍ଡଠାରୁ ମିଳିଥିବା ଏଭଳି ପ୍ରସ୍ତାବକୁ ମଧ୍ୟ ବାଂଲାଦେଶ ଅଗ୍ରାହ୍ୟ କରିସାରିଛି । କାରଣ ସେତେବେଳେ ପିଙ୍କ୍ ବଲରେ ପ୍ରସ୍ତୁତି ପାଇଁ ଆମ ପାଖରେ କମ୍ ସମୟ ଥିବା ଦର୍ଶାଇଥିଲୁ।"

ଚଳିତମାସ ୨୩ ତାରିଖରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିବା ସୌରଭ ଗାଙ୍ଗୁଲି ଅନେକ ପୂର୍ବରୁ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ସମର୍ଥନକୁ କରିଛନ୍ତି। କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (ସିଏବି)ର ଅଧ୍ୟକ୍ଷ ଭାବେ ଗାଙ୍ଗୁଲି ଜୁନ୍‌, ୨୦୧୬ରେ କହିଥିଲେ ଯେ ଇଡେନରେ ହିଁ ଭାରତ ତା'ର ପ୍ରଥମ ପିଙ୍କ ବଲ୍ ମ୍ୟାଚ୍ ଖେଳିବ। ଇଡେନରେ ମଧ୍ୟ ସୁପର୍ ଲିଗ୍ ଫାଇନାଲ୍ (ଚାରି ଦିନିକିଆ ମ୍ୟାଚ୍‌) ମୋହନ୍ ବାଗାନ ଏବଂ ଭବାନୀପୁର ମଧ୍ୟରେ ଖେଳାଯାଇଥିଲା। ସେତେବେଳେ ଗାଙ୍ଗୁଲି ବିସିସିଆଇ ଟେକ୍ନିକାଲ୍ କମିଟିର ଚେୟାରମ୍ୟାନ୍ ଭାବେ ସେହି ସିଜନରେ ଦୁଲୀପ ଟ୍ରଫି ପିଙ୍କ୍ ବଲରେ ଖେଳାଯିବା ନେଇ ପ୍ରସ୍ତାବ ଦେଇଥିଲେ । ତେବେ ଏହି ସିଜନରେ ଏହାର ପ୍ରୟୋଗ କରାଯାଇଥିଲେ ହେଁ, ପରେ ଏହାକୁ ବନ୍ଦ କରାଯାଇଥିଲା।

ବିସିସିଆଇ ଅଧ୍ୟକ୍ଷ ହେବା ପରେ ଗାଙ୍ଗୁଲି ଆହୁରି ବୟାନ ଦେଇଥିଲେ ଯେ ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଦିବାରାତ୍ର ଟେଷ୍ଟ ନେଇ ସହମତି ପ୍ରକାଶ କରିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଷ୍ଟାଡିୟମ ଖାଲି ଥିବା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିରେ ଦିବାରାତ୍ର ଟେଷ୍ଟର ଯୋଜନା ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।

ଏହା ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ନେଇ ସେତେଟା ସିରିୟସ୍ ନଥିଲା। ଗତବର୍ଷ ଆଡିଲେଡରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯିବା ନେଇ ଅଷ୍ଟ୍ରେଲିଆ ଦେଇଥିବା ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଥିଲା । ସେହି ସମୟରେ ବିସିସିଆଇର କାର୍ଯ୍ୟକାରୀ ସମ୍ପାଦକ ଅନିରୁଦ୍ଧ ଚୌଧୁରୀଙ୍କ ଭଳି କୋହଲି, ରବି ଶାସ୍ତ୍ରୀ, ପ୍ରଶାସନିକ କମିଟି (ସିଓଏ) ଏହି ପ୍ରସ୍ତାବରେ ଅରାଜି ହୋଇଥିଲେ। କିନ୍ତୁ ଚୌଧୁରୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ରାଜକୋଟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ନେଇ ପ୍ରସ୍ତାବ ଦେଇଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ ଭାରତ ଏପର୍ଯ୍ୟନ୍ତ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବାକୁ କାହିଁକି ମନା କରିଆସୁଛି। ଏହାର ଦୁଇଟି କାରଣ ଥାଇପାରେ। ପ୍ରଥମତଃ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ପୂର୍ବରୁ ଖେଳାଳିମାନଙ୍କୁ ପିଙ୍କ ବଲରେ ପର୍ଯ୍ୟାପ୍ତ ଅଭ୍ୟାସ କରିବାର ଆବଶ୍ୟକତା ରହିଛି। ଦ୍ୱିତୀୟତଃ ଏସଜି ବଲରେ ଭାରତୀୟ ସ୍ପିନରଙ୍କୁ ମିଳୁଥିବା ସଫଳତା ହୁଏତ ପିଙ୍କ୍ ବଲରେ ମିଳିବ ନାହିଁ। ସୂଚନାଯୋଗ୍ୟ, ବାଂଲାଦେଶ ଟିମ୍ ନଭେମ୍ବର ୩ ତାରିଖରୁ ଭାରତ ଗସ୍ତ ଆରମ୍ଭ କରିବ। ଭ୍ରମଣକାରୀ ଟିମ୍ ପ୍ରଥମେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହା ପରେ ଉଭୟ ଟିମ୍ ମଧ୍ୟରେ ନଭେମ୍ବର ୧୪ ତାରିଖରୁ ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story