ମ୍ୟାଚ୍ ଜିତିବା ପରେ ଏମିତି କହିଲେ କୋହଲି

ରାଞ୍ଚି: ରାଞ୍ଚି ଟେଷ୍ଟ ଜିତି ସିରିଜ୍ କ୍ଲିନସୁଇପ୍ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବିଜୟର ଶ୍ରେୟ ପୂରା ଟିମକୁ ଦେଇଛନ୍ତି। କୋହଲି କହିଛନ୍ତି, “ଆମେ ବିଶ୍ୱର କୌଣସି ସ୍ଥାନରେ ଜିତିପାରିବୁ। ମ୍ୟାଚର ଫଳାଫଳ ମାଇଣ୍ଡସେଟ୍ ଏବଂ ପରିଶ୍ରମ ଉପରେ ନିର୍ଭର କରେ। ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ହେବା ପାଇଁ ଆମକୁ ସବୁ ବିଭାଗରେ ବେଷ୍ଟ ହେବାକୁ ପଡ଼ିବ। ଏଠାରେ ଆମକୁ ଯେଉଁ ବିଜୟ ମିଳିଛି, ତାହା ଚମତ୍କାର। ଏକ ଟିମ୍ ଭାବେ ଆମେ ଯେଉଁଭଳି […]

kohli

kohli

Ranjit Kumar Jena
  • Published: Tuesday, 22 October 2019
  • Updated: 22 October 2019, 06:21 PM IST

Sports

Latest News

ରାଞ୍ଚି: ରାଞ୍ଚି ଟେଷ୍ଟ ଜିତି ସିରିଜ୍ କ୍ଲିନସୁଇପ୍ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବିଜୟର ଶ୍ରେୟ ପୂରା ଟିମକୁ ଦେଇଛନ୍ତି। କୋହଲି କହିଛନ୍ତି, "ଆମେ ବିଶ୍ୱର କୌଣସି ସ୍ଥାନରେ ଜିତିପାରିବୁ। ମ୍ୟାଚର ଫଳାଫଳ ମାଇଣ୍ଡସେଟ୍ ଏବଂ ପରିଶ୍ରମ ଉପରେ ନିର୍ଭର କରେ। ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ହେବା ପାଇଁ ଆମକୁ ସବୁ ବିଭାଗରେ ବେଷ୍ଟ ହେବାକୁ ପଡ଼ିବ। ଏଠାରେ ଆମକୁ ଯେଉଁ ବିଜୟ ମିଳିଛି, ତାହା ଚମତ୍କାର। ଏକ ଟିମ୍ ଭାବେ ଆମେ ଯେଉଁଭଳି ପ୍ରଦର୍ଶନ କଲୁ, ସେଥିରେ ଆମେ ଗର୍ବିତ। ବିଦେଶ ଗସ୍ତରେ ମଧ୍ୟ ଆମେ ସବୁ ମ୍ୟାଚରେ ପ୍ରତିପକ୍ଷକୁ କଡ଼ା ଚ୍ୟାଲେଞ୍ଜ ଦେଇଛୁ। ବର୍ତ୍ତମାନ ଟିମର ମାନସିକତାରେ ବେଶ୍ ବୃଦ୍ଧି ହୋଇଛି। ତେଣୁ ଏହି ଟିମ୍ କେଉଁଠାରେ ବି ଜିତିପାରିବ।"

ରାଞ୍ଚି ଟେଷ୍ଟରେ କମ୍ ଦର୍ଶକଙ୍କ ଉପସ୍ଥିତିକୁ ନେଇ କୋହଲି କହିଛନ୍ତି, ଏ ବିଷୟରେ ଆମେ ଅନେକ ସମୟରେ ଆଲୋଚନା କରୁ। ମୋ ମତରେ ଟେଷ୍ଟ ମ୍ୟାଚ୍ ପାଇଁ ୫ଟି ଭେନ୍ୟୁ ହେବା ଦରକାର। ଟେଷ୍ଟ କ୍ରିକେଟକୁ ଜୀବନ୍ତ ରଖିବା ପାଇଁ ଅତିକମ୍ ଭେନ୍ୟୁ ହେବା ଦରକାର। ଯେଉଁ ଭେନ୍ୟୁକୁ କମ୍ ଦର୍ଶକ ଯାଉଛନ୍ତି, ସେଠାରେ ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯିବା ଉଚିତ୍ ନୁହେଁ। ଯଦି ୫ଟି ଭେନ୍ୟୁ ହୁଏ, ତାହେଲେ ଭାରତ ଗସ୍ତରେ ଆସୁଥିବା ବିଦେଶୀ ଟିମକୁ ମଧ୍ୟ ଫାଇଦା ହେବ। ବିଦେଶୀ ଟିମ୍ ଏତିକି ଜାଣିବେ ଯେ, ସେମାନେ ଏହି ୫ଟି ଭେନ୍ୟୁ ମଧ୍ୟରୁ କୌଣସି ସ୍ଥାନରେ ମ୍ୟାଚ୍ ଖେଳିବେ।"

ସୂଚନାଯୋଗ୍ୟ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ବହୁତ କମ୍ ଭେନ୍ୟୁରେ ଟେଷ୍ଟ ମ୍ୟାଚ୍ ଆୟୋଜିତ ହୁଏ। ଅଷ୍ଟ୍ରେଲିଆରେ ମେଲବର୍ଣ୍ଣ, ସିଡନୀ, ପର୍ଥ, ବ୍ରିସବେନ୍ ଓ ଆଡିଲେଡରେ ଟେଷ୍ଟ ମ୍ୟାଚ୍ ଆୟୋଜିତ ହୋଇଥାଏ। ସେହିପରି ଇଂଲଣ୍ଡରେ ଲର୍ଡ୍ସ, ଓଭାଲ୍‌, ଟ୍ରେଣ୍ଟ ବ୍ରିଜ୍‌, ଓଲ୍ଡ ଟ୍ରାଫର୍ଡ, ଏଜବାଷ୍ଟନ, ସାଉଥାମ୍ପଟନ୍ ଏବଂ ହେଡିଂଲେରେ ଟେଷ୍ଟ ମ୍ୟାଚ୍ ଖେଳାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos