ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ; ସିରିଜ୍ ଜିତିଲେ ଇତିହାସ ରଚିବ ବିରାଟ ବାହିନୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟିମ୍ ଆଜି ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ ସାଢ଼େ ଚାରିଟାରୁ ମ୍ୟାଚ୍ ଆରମ୍ଭ ହେବ। ତିନିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ହାରିବା ପରେ ଦଳ ଦିନିକିଆ ସିରିଜ୍ ଜିତିବାକୁ ନିଶ୍ଚିତ ଚେଷ୍ଟା କରିବ। ପ୍ରଥମ ଦୁଇଟି ଟେଷ୍ଟ ହାରିବା ପରେ ତୃତୀୟ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବିରାଟ ବାହିନୀର ମନୋବଳ ନିଶ୍ଚିତ ଦୃଢ଼ ଥିବ। ଯଦି ଦଳ ଏହି ଦିନିକିଆ ସିରିଜ୍ […]

virat1

Rakesh Mallick
  • Published: Thursday, 01 February 2018
  • , Updated: 01 February 2018, 09:25 AM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟିମ୍ ଆଜି ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ ସାଢ଼େ ଚାରିଟାରୁ ମ୍ୟାଚ୍ ଆରମ୍ଭ ହେବ।

ତିନିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ହାରିବା ପରେ ଦଳ ଦିନିକିଆ ସିରିଜ୍ ଜିତିବାକୁ ନିଶ୍ଚିତ ଚେଷ୍ଟା କରିବ। ପ୍ରଥମ ଦୁଇଟି ଟେଷ୍ଟ ହାରିବା ପରେ ତୃତୀୟ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବିରାଟ ବାହିନୀର ମନୋବଳ ନିଶ୍ଚିତ ଦୃଢ଼ ଥିବ। ଯଦି ଦଳ ଏହି ଦିନିକିଆ ସିରିଜ୍ ଜିତିବ ତା’ହେଲେ ଏକ ଇତିହାସ ରଚିବ। କାରଣ ଦକ୍ଷିଣ ଆଫ୍ରିକାରେ ଦଳ କେବେବି ଦ୍ୱିପାକ୍ଷିକ ସିରିଜ୍ ଜିତିନାହିଁ। ୧୯୯୨-୯୩ରେ ଭାରତ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ସିରିଜ୍ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲା। ଏଥିରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ୫-୨ରେ ହାରି ଯାଇଥିଲା। ୨୦୦୬-୦୭ରେ ଦଳ ପୁଣି ସେଠାକୁ ଯାଇଥିଲା। ଏଥର ଦଳ ଦକ୍ଷିଣ ଆଫ୍ରିକାଠାରୁ ୪-୦ରେ ଶୋଚନୀୟ ଭାବେ ହାରି ଯାଇଥିଲା। ୨୦୧୦-୧୧ରେ ଭାରତ ୩-୨ରେ ସିରିଜ୍ ହାରିଥିଲା। ଶେଷ ଥର ପାଇଁ ୨୦୧୩-୧୪ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ଖେଳି ୨-୦ରେ ହାରିଯାଇଥିଲା। ତେଣୁ ଏଥିରେ ବିରାଟ ବାହିନୀ ବ୍ରେକ୍ ଲଗାଇବାକୁ ନିଶ୍ଚିତ ପ୍ରୟାସ କରିବ।

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦକ୍ଷିଣ ଆଫ୍ରିକାରେ ଭାରତର ରେକର୍ଡ ଭାରି ଖରାପ ରହିଛି। ୧୯୯୨-୯୩ରୁ ଏଯାବତ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଦକ୍ଷିଣ ଆଫ୍ରିକା ସହିତ ୨୮ଟି ଦିନିକିଆ ମ୍ୟାଚ୍ ଖେଳିଛି। ଏଥିରୁ ଦକ୍ଷିଣ ଆଫ୍ରିକା ୨୧ଟି ମ୍ୟାଚ୍ ଜିତି ଥିବା ବେଳେ ଭାରତ ମାତ୍ର ୫ଟି ମ୍ୟାଚ୍ ଜିତିଛି।

Related story