ଏହି କ୍ରିକେଟର୍‌ଙ୍କ ଉପରେ ସବୁ ଭରସା: ଫର୍ମକୁ ଫେରିଲେ ଏକା ଜିତାଇବେ ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ୍। ଆଜି ସେଞ୍ଚୁରିଅନ୍ ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିନ ହୋଇଥିବା ବେଳେ ସଂକଟଜନକ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ। ଗତକାଲି ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତକୁ ୨୮୭ ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ହେଲେ ଏହି ଲକ୍ଷ୍ୟକୁ ପିଛା କରି ସଙ୍କଟରେ ପଡ଼ିଛି ଟିମ୍‌। ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ୱିକେଟ୍ ହରାଇ ୩୫ ରନ୍ କରିଥିଲା। ବିଜୟ […]

Team-India-Test_AP

Ordigital Desk
  • Published: Wednesday, 17 January 2018
  • , Updated: 17 January 2018, 10:02 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ସ୍ଥିତିରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ୍। ଆଜି ସେଞ୍ଚୁରିଅନ୍ ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିନ ହୋଇଥିବା ବେଳେ ସଂକଟଜନକ ସ୍ଥିତିରେ ରହିଛି ଟିମ୍ ଇଣ୍ଡିଆ। ଗତକାଲି ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତକୁ ୨୮୭ ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ହେଲେ ଏହି ଲକ୍ଷ୍ୟକୁ ପିଛା କରି ସଙ୍କଟରେ ପଡ଼ିଛି ଟିମ୍‌। ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ୱିକେଟ୍ ହରାଇ ୩୫ ରନ୍ କରିଥିଲା। ବିଜୟ ପାଇଁ ଆଜି ଦଳକୁ ୨୫୨ ରନର ଆବଶ୍ୟକତା ରହିଛି। ଗତକାଲି ଦୁଇ ଓପ୍ନର୍ ମୁରଲି ବିଜୟ ୯, ଲୋକେଶ ରାହୁଲ ୪ ରନ କରି ଆଉଟ୍‌ ହୋଇଥିଲେ। ଅଧିନାୟକ ବିରାଟ କୋହଲିଙ୍କ ଉପରେ ଦଳ ନିର୍ଭର କରୁଥିବା ବେଳେ ସେ କିନ୍ତୁ ୫ରନ୍ କରି ଆଉଟ୍ ହୋଇଥିଲେ। ଚତୁର୍ଥ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଚେତେଶ୍ୱର ପୂଜାରା ୧୧ ଓ ପର୍ଥିବ ପଟେଲ୍ ୫ ରନରେ ଅପରାଜିତ ରହିଛନ୍ତି।

ଟିମ୍‌ ଇଣ୍ଡିଆ ପାଇଁ ଆଜି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ୫ମ ଦିନରେ  ଭାରତକୁ ଜିତିବା ପାଇଁ ୨୫୨ ରନ ଥିବା ବେଳେ ହାତରେ ରହିଛି ମାତ୍ର ୭ ୱିକେଟ୍‌। ଦଳ ଏବେ ଚେତେଶ୍ୱର ପୂଜାରା ଓ ରୋହିତ ଶର୍ମାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ନିର୍ଭର କରିବ। ପୂଜାରା ଏବେ ୧୧ରନ କରି ବ୍ୟାଟିଂ କରୁଛନ୍ତି। ଅନ୍ୟପଟେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ପ୍ରଥମ ଟେଷ୍ଟରେ ଭଲ ନଥିବା ବେଳେ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଇଂନିସରେ ମାତ୍ର ୧୦ ରନ କରି ଆଉଟ୍‌ ହୋଇଥିଲେ। ତେଣୁ ଦ୍ୱିତୀୟ ଇଂନିସରେ ତାଙ୍କ ଠାରୁ ଏକ ମ୍ୟାଚ୍‌ ବିଜୟୀ ଇଂନିସ ଦଳ ଆଶା କରୁଛି।

ଏହି ମ୍ୟାଚ୍‌ ଜିତିବାର ସମ୍ଭାବନା ଯଦିଓ ଭାରତ ପାଇଁ କମ ରହିଛି ତେବେ ଚେତେଶ୍ୱର ପୂଜାର କିମ୍ବା ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସବୁକିଛି ନିର୍ଭର କରିବ। ଏହି ଦୁଇଜଣ ମଧ୍ୟରୁ ଯଦି କୌଣସି ବ୍ୟାଟ୍ସମ୍ୟାନ୍‌ ଫର୍ମକୁ ଫେରିବେ ତେବେ ମ୍ୟାଚ୍‌ ଭାରତ ସପକ୍ଷରେ ରହିବ। ସେପଟେ ଆଜି ଭାରତର ବାକି ୭ଟି ଓ୍ୱିକେଟ୍ ନେଇ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା।

Related story