ନାଗପୁର ଟେଷ୍ଟ: ପ୍ରଥମ ଇଂନିସ ଆରମ୍ଭରୁ ଭାରତର ପ୍ରଥମ ୱିକେଟ୍‌ର ପତନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗପୁରରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଦିନରେ ଶ୍ରୀଲଙ୍କା ଦଳ ୨୦୫ ରନରେ  ଅଲଆଉଟ ହେବା ପରେ ଭାରତ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ୍‌ ହରାଇ ୧୧ ରନ କରିଛି। ଶ୍ରୀଲଙ୍କାର ପ୍ରଥମ ଇଂନିସ ସ୍କୋରର ୧୯୪ ରନ୍‌ ପଛରେ ରହିଛି ଭାରତ। ଭାରତ ପକ୍ଷରୁ ଓପନର ଲୋକେଶ ରାହୁଲ ୭ […]

kl-rahul-afp

Rakesh Mallick
  • Published: Friday, 24 November 2017
  • , Updated: 24 November 2017, 06:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଗପୁରରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଦିନରେ ଶ୍ରୀଲଙ୍କା ଦଳ ୨୦୫ ରନରେ  ଅଲଆଉଟ ହେବା ପରେ ଭାରତ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୧ ୱିକେଟ୍‌ ହରାଇ ୧୧ ରନ କରିଛି। ଶ୍ରୀଲଙ୍କାର ପ୍ରଥମ ଇଂନିସ ସ୍କୋରର ୧୯୪ ରନ୍‌ ପଛରେ ରହିଛି ଭାରତ। ଭାରତ ପକ୍ଷରୁ ଓପନର ଲୋକେଶ ରାହୁଲ ୭ ରନ କରି ଆଉଟ୍‌ ହୋଇଥିବା ବେଳେ ମୁରଲି ବିଜୟ ଓ ପୂଜାରା ଅପରାଜିତ ରହିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଲହିରୁ ଗାମାଜେ ଗୋଟିଏ ୱିକେଟ୍‌ ହାସଲ କରିଛନ୍ତି। ଭାରତ ପକ୍ଷରୁ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ୭ ଓ୍ୱିକେଟ୍ ହାସଲ କରି ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ମାନଙ୍କୁ ଅଡୁଆରେ ପକାଇଥିଲେ। ଅଶ୍ୱିନ ୪ ଓ୍ୱିକେଟ ହାସଲ କରିଥିବା ବେଳେ ଜାଡେଜା ଓ ଦୃତ ବୋଲର ଇଶାନ୍ତ ଶର୍ମା ତିନୋଟି ଲେଖାଏଁ ଓ୍ୱିକେଟ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଦଳର ଅଧିନାୟକ ଦିନେଶ ଚଣ୍ଡିମଲ ସର୍ବାଧିକ ୫୭ ରନ୍ ସ୍କୋର କରିଥିଲେ।

Related story