ଇଡେନରେ ଦିବାରାତ୍ର ଟେଷ୍ଟ ଖେଳିବାକୁ ବାଂଲାଦେଶ ରାଜି

ନୂଆଦିଲ୍ଲୀ: ଭାରତରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ରାଜି ହୋଇଛି। ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟରେ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ଦିବାରାତ୍ର ମ୍ୟାଚ୍ ଖେଳାଯିବ। ଦୁଇ ଟିମ୍ କ୍ରିକେଟ୍ ଇତିହାସରେ ପ୍ରଥମଥର ଲାଗି ପିଙ୍କ୍ ବଲରେ ଡେ/ନାଇଟ୍ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଓହ୍ଲାଇବେ। ଭାରତ ଗସ୍ତରେ ଦିବାରାତ୍ର ଟେଷ୍ଟ […]

eden

eden

Ranjit Kumar Jena
  • Published: Tuesday, 29 October 2019
  • Updated: 29 October 2019, 08:32 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ରାଜି ହୋଇଛି। ବିସିସିଆଇର ନବନିଯୁକ୍ତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟରେ ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ଦିବାରାତ୍ର ମ୍ୟାଚ୍ ଖେଳାଯିବ। ଦୁଇ ଟିମ୍ କ୍ରିକେଟ୍ ଇତିହାସରେ ପ୍ରଥମଥର ଲାଗି ପିଙ୍କ୍ ବଲରେ ଡେ/ନାଇଟ୍ ଟେଷ୍ଟ କ୍ରିକେଟ୍ ଖେଳିବାକୁ ଓହ୍ଲାଇବେ। ଭାରତ ଗସ୍ତରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ସୌରଭ ଗାଙ୍ଗୁଲି ବିସିବିକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ଆଜି ଭ୍ରମଣକାରୀ ବୋର୍ଡ ସ୍ୱୀକାର କରିନେଇଛି।

ଏହା ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ ହେବ। ଭାରତୀୟ ଟିମ୍ ପୂର୍ବରୁ ପିଙ୍କ୍ ବଲରେ ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ରାଜି ନଥିଲା। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଦିବାରାତ୍ର ଟେଷ୍ଟ ଖେଳିବା ନେଇ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ରାଜି କରାଇଥିଲେ। ଏହା ପରେ ବଲ୍ ବାଂଲାଦେଶ କୋର୍ଟରେ ଥିଲା। ଗାଙ୍ଗୁଲି ବହୁ ଆଗରୁ ପିଙ୍କ୍ ବଲ କ୍ରିକେଟ୍ ପାଇଁ ପ୍ରସ୍ତାବ ଦେଇ ଆସୁଛନ୍ତି। ସେ ୨୦୧୬-୧୭ରେ ଯେତେବେଳେ ବିସିସିଆଇ ଟେକ୍ନିକାଲ୍ କମିଟିର ସଦସ୍ୟ ଥିଲେ, ସେତେବେଳେ ସେ ଘରୋଇ କ୍ରିକେଟରେ ପିଙ୍କ୍ ବଲର ଉପଯୋଗ କରିବା ପାଇଁ ସୁପାରିସ୍ କରିଥିଲେ। ଗାଙ୍ଗୁଲିଙ୍କ ମତରେ ଦିବାରାତ୍ର ଟେଷ୍ଟ ଦ୍ୱାରା ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବ।

ବିସିବି ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିବା ପରେ ଗାଙ୍ଗୁଲି ପିଟିଆଇକୁ କହିଥିଲେ, "ଏହା ଏକ ବଡ଼ ପଦକ୍ଷେପ। ଟେଷ୍ଟ କ୍ରିକେଟକୁ ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି। ମୁଁ ଏବଂ ମୋ ଟିମ୍ ଏଥିପାଇଁ ବହୁତ ପରିଶ୍ରମ କରିଛୁ। ବିଶେଷ କରି ବିରାଟ୍ କୋହଲିଙ୍କୁ ଧନ୍ୟବାଦ ଜଣାଇବି ଯେ ସେ ଏଥିପାଇଁ ପ୍ରସ୍ତୁତ ହୋଇଛନ୍ତି।"

ସେହିପରି ବାଂଲାଦେଶ ଟିମର କୋଚ୍ ରସେଲ୍ ଡୋମିଙ୍ଗୋ କହିଛନ୍ତି, "ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଭାରତ ବିପକ୍ଷରେ ଏକ ବଡ଼ ମ୍ୟାଚ୍ ହେବ। ଏହା ଏକ ଐତିହାସିକ ମୁହୂର୍ତ୍ତ ହେବ। ଭାରତ ଏପର୍ଯ୍ୟନ୍ତ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳିନାହିଁ। ଏହା ଉଭୟ ଭାରତ ଓ ବାଂଲାଦେଶ ପାଇଁ ନୂଆ ଏବଂ ଏହି ମ୍ୟାଚ୍ ପରସ୍ପରକୁ ନିକଟତର ମଧ୍ୟ କରାଇବ।"

ସୂଚନାଯୋଗ୍ୟ, ଇଡେନ୍ ଗାର୍ଡେନ୍ସରେ ହେବାକୁଥିବା ଏହି ଐତିହାସିକ ମ୍ୟାଚ୍ ପାଇଁ ଅଭିନବ ବିନ୍ଦ୍ରା, ଏମସି ମ୍ୟାରୀକମ୍ ଏବଂ ପିଭି ସିନ୍ଧୁଙ୍କ ଭଳି ଅଲିମ୍ପିକ୍ ପଦକ ବିଜେତାଙ୍କୁ ଆମନ୍ତ୍ରିତ କରି ସେମାନଙ୍କୁ ସମ୍ମାନିତ କରାଯିବାର ଯୋଜନା ରହିଛି। ଗାଙ୍ଗୁଲି ଚାହାନ୍ତି, ଅଷ୍ଟ୍ରେଲିଆରେ ଯେପରି ପ୍ରତିବର୍ଷ 'ପିଙ୍କ ଟେଷ୍ଟ' (ଦିବାରାତ୍ର) ଆୟୋଜିତ କରାଯାଏ, ଠିକ୍ ସେହିପରି ଇଡେନରେ ମଧ୍ୟ ବାର୍ଷିକ ଦିବାରାତ୍ର ଟେଷ୍ଟ ମ୍ୟାଚର ଆୟୋଜନ ହେଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story