ଇନ୍ଦୋର ଟେଷ୍ଟ: ବାଂଲାଦେଶ ୧୫୦ ରନରେ ଅଲଆଉଟ୍‌

ଇନ୍ଦୋର: ବିଶ୍ୱସ୍ତରୀୟ ଭାରତୀୟ ବୋଲିଂ ଆକ୍ରମଣ ଆଗରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନମାନେ ଆତ୍ମସପର୍ମଣ କରିଛନ୍ତି। ଏଠାରେ ଆରମ୍ଭ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ପ୍ରଥମ ଟେଷ୍ଟରେ ବାଂଲାଦେଶ ୫୮.୩ ଓଭରରେ ମାତ୍ର ୧୫୦ ରନ୍ କରି ଅଲଆଉଟ୍ ହୋଇଛି। ମ୍ୟାଚରେ ଭାରତୀୟ ପେସ୍ ବୋଲରମାନେ ଆରମ୍ଭରୁ ସଫଳତା ହାସଲ କରିଥିଲେ ଏବଂ ପୂରା ଇନିଂସରେ ଭ୍ରମଣକାରୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ। ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ଛାଡ଼ି ଦେଲେ ଭାରତର ସବୁ ବୋଲର୍ ୱିକେଟ୍ ପାଇଛନ୍ତି। ମହମ୍ମଦ ଶାମି ସର୍ବାଧିକ […]

india2

india2

Ranjit Kumar Jena
  • Published: Thursday, 14 November 2019
  • Updated: 14 November 2019, 05:52 PM IST

Sports

Latest News

ଇନ୍ଦୋର: ବିଶ୍ୱସ୍ତରୀୟ ଭାରତୀୟ ବୋଲିଂ ଆକ୍ରମଣ ଆଗରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନମାନେ ଆତ୍ମସପର୍ମଣ କରିଛନ୍ତି। ଏଠାରେ ଆରମ୍ଭ ହୋଇଥିବା ଦୁଇମ୍ୟାଚ୍ ବିଶିଷ୍ଟ ପ୍ରଥମ ଟେଷ୍ଟରେ ବାଂଲାଦେଶ ୫୮.୩ ଓଭରରେ ମାତ୍ର ୧୫୦ ରନ୍ କରି ଅଲଆଉଟ୍ ହୋଇଛି। ମ୍ୟାଚରେ ଭାରତୀୟ ପେସ୍ ବୋଲରମାନେ ଆରମ୍ଭରୁ ସଫଳତା ହାସଲ କରିଥିଲେ ଏବଂ ପୂରା ଇନିଂସରେ ଭ୍ରମଣକାରୀ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ। ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ଛାଡ଼ି ଦେଲେ ଭାରତର ସବୁ ବୋଲର୍ ୱିକେଟ୍ ପାଇଛନ୍ତି। ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଈଶାନ୍ତ ଶର୍ମା ଓ ଉମେଶ ଯାଦବ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

ବାଂଲାଦେଶର ୧୫୦ ରନ୍ ଜବାବରେ ଭାରତ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୮୬ ରନ୍ କରି ଦୃଢ଼ ସ୍ଥିତିରେ ରହିଛି । ଭାରତର ଏକମାତ୍ର ୱିକେଟ୍ ଭାବେ ରୋହିତ୍ ଶର୍ମା ମାତ୍ର ୬ ରନ୍ କରି ଆବୁ ଜାୟେଦଙ୍କ ଶିକାର ହୋଇଛନ୍ତି। ତେବେ ଅନ୍ୟତମ ଓପ୍ନର ମୟଙ୍କ ଅଗ୍ରୱାଲ୍ ଓ ଅଭିଜ୍ଞ ଚେତେଶ୍ୱର ପୂଜାରା କୌଣସି ଭୁଲ୍ କରିନଥିଲେ। ଅଗ୍ରୱାଲ ୩୭ ଓ ପୂଜାରା ୪୩ ରନ୍ କରି ଅପରାଜିତ ରହିଛନ୍ତି। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ଅପରାଜିତ ୭୨ ରନର ଯୋଗଦାନ କରିଛନ୍ତି।

ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ମୋମିନୁଲ୍ ହକ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଥିଲା। ଇନିଂସ୍ ଓପନ୍ କରିବାକୁ ଆସିଥିବା ଶାଦମାନ୍ ଇସଲାମ୍ (୬) ଓ ଇମରୁଲ୍ କାୟେସ୍ (୬) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। କାୟେସଙ୍କୁ ଆଉଟ୍ କରି ଉମେଶ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଈଶାନ୍ତ ଶର୍ମା ନିଜ ଅଭିଜ୍ଞତାର ପରିଚୟ ଦେଇ ଅନ୍ୟତମ ଓପ୍ନର ଇସଲାମଙ୍କୁ ଆଉଟ୍ କରିଥିଲେ।

ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଯୁବ ବ୍ୟାଟ୍ସମ୍ୟାନ୍ ମହମ୍ମଦ ମିଥୁନ୍ ମାତ୍ର ୧୩ ରନ୍ କରି ମହମ୍ମଦ ଶାମିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ୩୧ ରନରେ ତିନି ୱିକେଟ୍ ହରାଇ ବାଂଲାଦେଶ ବିପଦରେ ପଡ଼ିଥିଲା । ଏହି ସମୟରେ ଦଳକୁ ଭଲ ପାର୍ଟନରଶିପର ଆବଶ୍ୟକତା ହେଉଥିଲା, ଯାହା କ୍ୟାପଟେନ୍ ମୋମିନୁଲ୍ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମୁଶଫିକର ରହିମ୍ କିଛି ମାତ୍ରାରେ ପୂରଣ କରିଥିଲେ। ଦୁହେଁ ମଧ୍ୟାହ୍ନ ଭୋଜନ ସୁଦ୍ଧା ଟିମକୁ ଆଉ କ୍ଷତି ହେବାକୁ ଦେଇନଥିଲେ। ଦ୍ୱିତୀୟ ସେସନରେ ମଧ୍ୟ ଦୁହେଁ ସେଟ୍ ହୋଇସାରିଥିଲେ। କିନ୍ତୁ ଭାରତର ସବୁଠାରୁ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ନିଜର ଯାଦୁଗରୀ ସ୍ପିନ୍ ବୋଲିଂ ଦ୍ୱାରା ମୋମିନୁଲଙ୍କ ବୋଲ୍ଡ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ।

ମୋମିନୁଲ୍ ୩୭ (୮୦ ବଲ୍‌, ୬ ଚୌକା) ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମହମଦୁଲ୍ଲା (୧୦)ଙ୍କୁ ମଧ୍ୟ ଅଶ୍ୱିନ୍ ନିଜ ଫିରକୀରେ ଫସାଇଥିଲେ। ରହିମ୍ (୪୩) ଧୀରେ ଧୀରେ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିଲେ, କିନ୍ତୁ ତାଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ଶାମି। ଶାମିଙ୍କ ଇନସୁଇଙ୍ଗ୍ ବଲକୁ ବୁଝିନପାରି ରହିମ୍ କ୍ଲିନ୍ ବୋଲ୍ଡ ହୋଇଥିଲେ। ପରବର୍ତ୍ତୀ ବଲରେ ଶାମି ମେହିଦୀ ହାସନ୍ ମିରାଜଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ଏହା ପରେ ପରବର୍ତ୍ତୀ ୧୦ ରନ୍ ଭିତରେ ବାଂଲାଦେଶ ତା'ର ଶେଷ ୩ ୱିକେଟ୍ ହରାଇ ଅଲଆଉଟ୍ ହୋଇଯାଇଥିଲା। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ (୨୧)ଙ୍କୁ ଈଶାନ୍ତ ପ୍ୟାଭିଲିୟନ୍ ପଠାଇଥିବା ବେଳେ ତାଇଜୁଲ୍ ଇସଲାମ୍ (୧)ଙ୍କୁ ଜାଡେଜା ରନଆଉଟ୍ କରିଥିଲେ। ଅନ୍ତିମ ୱିକେଟ୍ ଭାବେ ଇବାଦତ୍ ହୁସେନ୍ (୨)ଙ୍କୁ ଉମେଶ କ୍ଲିନ୍ ବୋଲ୍ଡ କରି ବାଂଲାଦେଶ ଇନିଂସର ପରିସମାପ୍ତି ଘଟାଇଥିଲେ।

ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ୍ ୧୫୦ (ମୁଶଫିକର ରହିମ୍ ୪୩, ମୋମିନୁଲ୍ ହକ୍ ୩୭, ଲିଟନ୍ ଦାସ ୨୧, ମହମ୍ମଦ ମିଥୁନ୍ ୧୩, ମହମ୍ମଦ ଶାମି ୩/୨୭, ଈଶାନ୍ତ ଶର୍ମା ୨/୨୦, ଉମେଶ ଯାଦବ ୨/୪୭, ରବିଚନ୍ଦ୍ରନ୍ ଅଶ୍ୱିନ୍ ୨/୪୩)।

ଭାରତ ପ୍ରଥମ ଇନିଂସ୍ ୮୬/୧ (ମୟଙ୍କ ଅଗ୍ରୱାଲ୍ ୩୭*, ଚେତେଶ୍ୱର ପୂଜାରା ୪୩*)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story