ଲିଟନ୍ ଦାସ ଆଉଟ୍, ମେହିଦୀ ହାସନ୍ କନକସନ୍ ସବଷ୍ଟିଚ୍ୟୁଟ୍‌

କୋଲକାତା: ବାଂଲାଦେଶର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ କୋଲକାତା ଟେଷ୍ଟରୁ ବାହାର ହୋଇଛନ୍ତି। ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କ ବାଉନ୍ସର ତାଙ୍କ (ଲିଟନ)ଙ୍କ ହେଲମେଟରେ ବାଜିଥିଲା। ଏହା ପରେ ଖେଳକୁ କିଛି ସମୟ ରୋକିବାକୁ ପଡ଼ିଥିଲା ଏବଂ ଫିଜିଓ ଗ୍ରାଉଣ୍ଡକୁ ଆସି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିଥିଲେ। ତେବେ ଏହା ପରେ ମଧ୍ୟ ଲିଟନ୍ କିଛି ସମୟ ବ୍ୟାଟିଂ କରିଥିଲେ, କିନ୍ତୁ ମଧ୍ୟାହ୍ନ ଭୋଜନ ପୂର୍ବରୁ ରିଟାୟର୍ଡ ହର୍ଟ ହୋଇ ମଇଦାନ ବାହାରକୁ ଚାଲିଯାଇଥିଲେ। ଯାହା ଫଳରେ […]

liton-das

Ranjit Kumar Jena
  • Published: Friday, 22 November 2019
  • , Updated: 22 November 2019, 06:13 PM IST

କୋଲକାତା: ବାଂଲାଦେଶର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସ କୋଲକାତା ଟେଷ୍ଟରୁ ବାହାର ହୋଇଛନ୍ତି। ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କ ବାଉନ୍ସର ତାଙ୍କ (ଲିଟନ)ଙ୍କ ହେଲମେଟରେ ବାଜିଥିଲା। ଏହା ପରେ ଖେଳକୁ କିଛି ସମୟ ରୋକିବାକୁ ପଡ଼ିଥିଲା ଏବଂ ଫିଜିଓ ଗ୍ରାଉଣ୍ଡକୁ ଆସି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିଥିଲେ।

ତେବେ ଏହା ପରେ ମଧ୍ୟ ଲିଟନ୍ କିଛି ସମୟ ବ୍ୟାଟିଂ କରିଥିଲେ, କିନ୍ତୁ ମଧ୍ୟାହ୍ନ ଭୋଜନ ପୂର୍ବରୁ ରିଟାୟର୍ଡ ହର୍ଟ ହୋଇ ମଇଦାନ ବାହାରକୁ ଚାଲିଯାଇଥିଲେ। ଯାହା ଫଳରେ ସେ ଆଉ ବ୍ୟାଟିଂ କରିବାକୁ ଆସିନଥିଲେ ଏବଂ ତାଙ୍କ ସ୍ଥାନରେ ମେହିଦୀ ହାସନ୍ ମିରାଜଙ୍କୁ କନକସନ୍ ସବଷ୍ଟିଚ୍ୟୁଟ୍ (ମୁଣ୍ଡରେ ଆଘାତପ୍ରାପ୍ତ ମାମଲା) ଭାବେ ଟିମରେ ସାମିଲ୍ କରାଯାଇଛି।

୨୧ତମ ଓଭରର ତୃତୀୟ ବଲରେ ଶାମି ଏକ ଘାତକ ବାଉନ୍ସର ମାରିଥିଲେ ଏବଂ ଲିଟନ୍ ଏହାକୁ ପୁଲ୍ ମାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲଟି ସିଧା ଲିଟନଙ୍କ ହେଲମେଟରେ ବାଜିଥିଲା। ଲିଟନ୍ ତୁରନ୍ତ ନିଜର ହେଲମେଟ୍ କାଢ଼ିଥିଲେ ଏବଂ ଏହାକୁ ଦେଖିଥିଲେ। ଶାମି ଆଗକୁ ବଢ଼ି ଏଥିପାଇଁ ଅବଶୋଷ ପ୍ରକାଶ କରିଥିଲେ।

ପରେ ଫିଜିଓ ଦେଖିବା ପରେ ତାଙ୍କୁ ବ୍ୟାଟିଂ କରିବା ପାଇଁ ଫିଟ୍ ଘୋଷିତ କରିଥିଲେ। ପରବର୍ତ୍ତୀ ବଲରେ ସେ ଚୌକା ମାରିଥିଲେ। ପରବର୍ତ୍ତୀ ଓଭରରେ ଲିଟନ୍ ଅମ୍ପାୟାରଙ୍କ ସହ କଥା ହୋଇଥିଲେ ଏବଂ ଲାଗୁଥିଲା ଯେପରି ସେ ବ୍ୟାଟିଂ କରିବା ପାଇଁ ନିଜକୁ ଅନଫିଟ୍ ମନେ କରୁଛନ୍ତି। କିଛି କ୍ଷଣ ଭିତରେ ସେ ମଇଦାନରୁ ବାହାରକୁ ଚାଲିଯାଇଥିଲେ।

Related story