୪୯୭/୯ରେ ପାଳି ଘୋଷଣା କଲା ଭାରତ, ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବିପର୍ଯ୍ୟୟ

ରାଞ୍ଚି: ପ୍ରଥମ ଦିନରେ ଶତକ ଏବଂ ଦ୍ୱିତୀୟ ଦିନରେ ଦ୍ୱିଶତକ ମାରି ଟିମ୍ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ହିଟମ୍ୟାନ୍ ରୋହିତ୍ ଶର୍ମା। ତାଙ୍କୁ ସାଥ୍ ଦେଇଥିବା ଆଜିଙ୍କ୍ୟ ରାହାଣେ ମଧ୍ୟ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି, ଯାହା ବଳରେ ଭାରତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୪୯୭ ରନରେ ପାଳି ଘୋଷଣା କରିଛି। ଜବାବରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦିବସର ଖେଳ ଶେଷ ସୁଦ୍ଧା […]

rohit

rohit

Ranjit Kumar Jena
  • Published: Sunday, 20 October 2019
  • Updated: 20 October 2019, 09:18 PM IST

Sports

Latest News

ରାଞ୍ଚି: ପ୍ରଥମ ଦିନରେ ଶତକ ଏବଂ ଦ୍ୱିତୀୟ ଦିନରେ ଦ୍ୱିଶତକ ମାରି ଟିମ୍ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି ହିଟମ୍ୟାନ୍ ରୋହିତ୍ ଶର୍ମା। ତାଙ୍କୁ ସାଥ୍ ଦେଇଥିବା ଆଜିଙ୍କ୍ୟ ରାହାଣେ ମଧ୍ୟ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି, ଯାହା ବଳରେ ଭାରତ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୪୯୭ ରନରେ ପାଳି ଘୋଷଣା କରିଛି। ଜବାବରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦିବସର ଖେଳ ଶେଷ ସୁଦ୍ଧା ୨ ୱିକେଟ୍ ହରାଇ ୯ ରନ୍ କରିଛି। ପ୍ରଥମ ଦିନ ଭଳି ଆଜି ମଧ୍ୟ ଖରାପ ଆଲୋକ ଯୋଗୁ ଚା'ପାନ ବିରତି ପରେ ଖେଳ ବନ୍ଦ କରାଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ୧ ଓ ଜୁବେର୍ ହମଜା କୌଣସି ରନ୍ ନକରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶାମି ଓ ଉମେଶ ଯାଦବଙ୍କୁ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଏବେବି ଭାରତ ସ୍କୋରଠାରୁ ୪୮୮ ରନ୍ ପଛରେ ଥିବା ବେଳେ ହାତରେ ୮ ୱିକେଟ୍ ବାକି ରହିଛି।

ଏହା ପୂର୍ବରୁ ରୋହିତ୍ ରବିବାର ମଧ୍ୟାହ୍ନ ଭୋଜନର ତିନି ଓଭର ପରେ ଲୁଙ୍ଗି ଏନଗିଡିଙ୍କୁ ଛକା ମାରି ନିଜର ପ୍ରଥମ ଦ୍ୱିଶତକ ପୂରଣ କରିଛନ୍ତି। ତାଙ୍କ ସହ ଦ୍ୱିଶତକୀୟ ଭାଗୀଦାରୀ କରିଥିବା ଆଜିଙ୍କ୍ୟ ରାହାଣେ ତିନିବର୍ଷ ପରେ ଭାରତରେ ପ୍ରଥମ ଶତକ ମାରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି। ରୋହିତ୍ ୨୫୫ ବଲରେ ୨୮ ଚୌକା ଓ ୬ ଛକା ସହ ୨୧୨ ରନ୍ ଏବଂ ରାହାଣେ ୧୯୨ ବଲରେ ୧୭ ଚୌକା ଓ ୧ ଛକା ସହ ୧୧୫ ରନର ଇନିଂସ୍ ଖେଳିଛନ୍ତି। ଶେଷଭାଗରେ ରବୀନ୍ଦ୍ର ଜାଡେଜା (୫୧)ଙ୍କ ଅର୍ଦ୍ଧଶତକ ଓ ଉମେଶ ଯାଦବ (୩୧) ଦ୍ରୁତ ବ୍ୟାଟିଂ ବଳରେ ଭାରତ ୪୯୭ ରନ୍ କରିଥିଲା।

ଭାରତର ବିଶାଳ ସ୍କୋର ପରେ ଦକ୍ଷିଣ ଆଫ୍ରିକାକୁ ଇନିଂସର ପ୍ରଥମ ଓଭରରେ ହିଁ ବଡ଼ ଝଟକା ଲାଗିଥିଲା। ଭଲ ଫର୍ମରେ ଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଡିନ୍ ଏଲଗାର ଖାତା ଖୋଲିବା ପୂର୍ବରୁ ମହମ୍ମଦ ଶାମିଙ୍କ ବୋଲିଂର ଶିକାର ଫେରିଥିଲେ। ସିରିଜରେ ପ୍ରଥମଥର ପାଇଁ ଓପନ୍ କରିବାକୁ ଆସିଥିବା କ୍ୱିଣ୍ଟନ୍ ଡି'କକ୍ (୪)ଙ୍କୁ ଉମେଶ ଯାଦବ ପ୍ୟାଭିଲିୟନ୍ ପଠାଇ ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ। ଏହା ପରେ ଖରାପ ଆଲୋକ ଯୋଗୁ ଖେଳ ଦୁଇଘଣ୍ଟା ପୂର୍ବରୁ ବନ୍ଦ ହୋଇଥିଲା।

ରବିବାର ଭାରତ ୨୨୪/୩ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ଦୁଇ ସେଟ୍ ବ୍ୟାଟ୍ସମ୍ୟାନ୍ ରୋହିତ୍ ଓ ରାହାଣେ ଆଜି ପୁଣିଥରେ ଭ୍ରମଣକାରୀ ଦଳର ବୋଲରଙ୍କୁ ନିରାଶ କରିଥିଲେ। ରାହାଣେ ୧୬୯ ବଲରେ ନିଜର ଏକାଦଶ ଟେଷ୍ଟ ଶତକ ମାରିବାରେ ସଫଳ ହୋଇଥିଲେ। ତାଙ୍କ ପରେ ରୋହିତ୍ ମଧ୍ୟ ନିଜର ଜବରଦସ୍ତ ବ୍ୟାଟିଂ କରି ଜାରି ରଖି ୧୯୯ ବଲରେ ୧୫୦ ରନ୍ ପୂରଣ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୨୬୭ ରନର ରେକର୍ଡ ପାର୍ଟନରଶିପ୍ କରିଥିଲେ।

ଭାରତର ସ୍କୋର ୩୦୬ ଥିବା ବେଳେ ରାହାଣେଙ୍କୁ ଜର୍ଜ ଲିଣ୍ଡେ ଆଉଟ୍ କରିଥିଲେ। ଏହା ପରେ ରୋହିତ୍ ଓ ଜାଡେଜା ପଞ୍ଚମ ୱିକେଟ୍ ପାଇଁ ୬୪ ରନ୍ ଯୋଡ଼ିଥିଲେ। ରୋହିତ୍ ଦ୍ୱିଶତକ ମାରିବା ପରେ ଦ୍ରୁତ ରନ୍ କରିବା ପ୍ରୟାସରେ କାଗିସୋ ରବାଡାଙ୍କ ଶିକାର ହୋଇଥିଲେ। ତାଙ୍କ ଆଉଟ୍ ପରେ ଜାଡେଜା ଓ ଋଦ୍ଧିମାନ ସାହା (୨୪) ଭାରତର ସ୍କୋରକୁ ୪୦୦ ଅତିକ୍ରମ କରାଇଥିଲେ। ସାହାଙ୍କୁ ଲିଣ୍ଡେ କ୍ଲିନ୍ ବୋଲ୍ଡ କରିଥିଲେ। ପରେ ଜାଡେଜା ଅର୍ଦ୍ଧଶତକ ମାରି ଲିଣ୍ଡେଙ୍କ ବୋଲିଂର ଶିକାର ହୋଇଥିଲେ। ରବିଚନ୍ଦ୍ରନ୍ ଅଶ୍ୱିନ୍ (୧୪) ମଧ୍ୟ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ ଶେଷଭାଗରେ ଉମେଶ ଯାଦବ ଲିଣ୍ଡେଙ୍କୁ ୫ଟି ଆକର୍ଷଣୀୟ ଛକା ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରାଇଥିଲେ। ଉମେଶ ମାତ୍ର ୧୦ ବଲରେ ୫ ଛକା ସହ ୩୧ ରନ୍ କରିଥିଲେ। ଡେବ୍ୟୁଟାଣ୍ଟ ଶାହାବାଜ ନଦୀମ ୧ ଓ ମହମ୍ମଦ ଶାମି ୧୦ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲିଣ୍ଡେ ୪ଟି ଓ ରବାଡା ୩ଟି ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍ ୪୯୭/୯ (ଘୋଷିତ): ରୋହିତ୍ ଶର୍ମା ୨୧୨, ଆଜିଙ୍କ୍ୟ ରାହାଣେ ୧୧୫, ରବୀନ୍ଦ୍ର ଜାଜେଡା ୫୧, ଉମେଶ ଯାଦବ ୩୧, ଋଦ୍ଧିମାନ ସାହା ୨୪, ଜର୍ଜ ଲିଣ୍ଡେ ୪/୧୩୩, କାଗିସୋ ରବାଡା ୩/୮୫।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍ ୯/୨: ଫାଫ୍ ଡ୍ୟୁପ୍ଲେସିସ୍ ୧*, ଜୁବେର୍ ହମଜା ୦*।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story