କ୍ୟାପଟେନ୍ ଓ କୋଚଙ୍କୁ ଶ୍ରେୟ ଦେଲେ ରୋହିତ୍‌

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ କ୍ଲିନସୁଇପ୍ କରିଛି। ଭାରତର ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ରୋହିତ୍ ଶର୍ମା ଟେଷ୍ଟ କ୍ରିକେଟରେ ପ୍ରଥମଥର ପାଇଁ ଓପନିଂ କରି ଧମାକା କରିଛନ୍ତି। ସେ ସିରିଜରେ ମୋଟ ୫୨୯ ରନ୍ କରି ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ୨୧୨ ରନର ଇନିଂସ୍ ଖେଳି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଚଳିତ ସିରିଜରେ […]

rohit

rohit

Ranjit Kumar Jena
  • Published: Tuesday, 22 October 2019
  • Updated: 22 October 2019, 06:18 PM IST

ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ କ୍ଲିନସୁଇପ୍ କରିଛି। ଭାରତର ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ରୋହିତ୍ ଶର୍ମା ଟେଷ୍ଟ କ୍ରିକେଟରେ ପ୍ରଥମଥର ପାଇଁ ଓପନିଂ କରି ଧମାକା କରିଛନ୍ତି। ସେ ସିରିଜରେ ମୋଟ ୫୨୯ ରନ୍ କରି ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି। ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ସେ ୨୧୨ ରନର ଇନିଂସ୍ ଖେଳି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଚଳିତ ସିରିଜରେ ରୋହିତ୍ ନିଜର ସଫଳତା ପାଇଁ କ୍ୟାପଟେନ୍ ବିରାଟ୍ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।

ରୋହିତ୍ କହିଛନ୍ତି, "କ୍ୟାପଟେନ୍ ଓ କୋଚଙ୍କ ସହଯୋଗ ମୋତେ ଭଲ ପ୍ରଦର୍ଶନ କରିବାରେ ସହାୟକ ହୋଇଥିଲା। ଟେଷ୍ଟ କ୍ରିକେଟରେ ପ୍ରଥମଥର ପାଇଁ ଓପନିଂ ସୁଯୋଗ ପାଇଥିବାରୁ ମୁଁ ଟିମ୍ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଉଛନ୍ତି। ଟିମ୍ ମ୍ୟାନେଜମେଣ୍ଟ ମୋ ଉପରେ ଯେଉଁ ଭରସା ଦେଖାଇଛି, ସେଥିରେ ମୁଁ ସଫଳ ହୋଇଛି। ୨୦୧୩ରେ ମୁଁ ଯେତେବେଳେ ଦିନିକିଆ କ୍ରିକେଟରେ ଇନିଂସ୍ ଓପନ୍ କରିବା ଆରମ୍ଭ କଲି, ସେତେବେଳେ ଅନୁଭୂତ କଲି ଯେ କ୍ରିକେଟରେ ଓପନ୍ କରିବା ପାଇଁ ନିଜ ଭିତରେ ଅନୁଶାସନ ରହିବା ଦରକାର।"

ମୁମ୍ବାଇର ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଆହୁରି କହିଛନ୍ତି, "ପ୍ରଥମ କେଇ ଘଣ୍ଟା ଯଦି କ୍ରିଜରେ ବିତାଇବା ପରେ ଜଣେ ବ୍ୟାଟ୍ସମ୍ୟାନ୍ କେବଳ ନିଜ ଭୁଲ ପାଇଁ ଆଉଟ୍ ହୋଇଥାଏ। ନୂଆ ବଲକୁ ସାମ୍ନା କରିବା କେତେ କଷ୍ଟ, ତାହା ମୁଁ ଚଳିତ ସିରିଜରେ ଦେଖିବାକୁ ପାଇଲି। କିନ୍ତୁ ଏହା ମଧ୍ୟରେ ଜଣେ ନିଜକୁ କିପରି ନିୟନ୍ତ୍ରଣ କରୁଛି, ତାହା ମୁଖ୍ୟ କଥା। ମୁଁ କେବଳ କ୍ରିଜରେ ରହିବାକୁ ପ୍ରୟାସ କରିଥିଲି। ଏହାସହ ବଡ଼ ସ୍କୋର କରି ଟିମକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇବାକୁ ଚାହୁଁଥିଲି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos