ପଦାର୍ପଣରେ ଡବଲ୍‌ ଝଟ୍‌କା ଦେଲେ ସଇନି, ଇଣ୍ଡିଜ୍‌ ୧୪୪ରେ ୪

କଟକ (ଓଡ଼ିଶା ରିପୋର୍ଟର୍‌): ବାରବାଟୀରେ ଅନ୍ତର୍ଜାତୀଯ ଏକଦିବସୀଯରେ ପଦାର୍ପଣ କରିଛିବା ନଭ୍‌ଦୀପ ସଇନି ଇଣ୍ଡିଡ୍‌ ମିଡିଲ୍‌ ଅର୍ଡରକୁ ଡବଲ୍ ଝଟ୍‌କା ଦେଇଛନ୍ତି। ପ୍ରଥମେ ବିସ୍ଫୋରକ ସିମରନ୍‌ ହେଟ୍‌ମେୟର୍‌ ଏବଂ ପରେ କ୍ରିଜ୍‌ରେ ସେଟ୍‌ ହୋଇ ସାରିଥିବା ରୋଷ୍ଟନ୍‌ ଚେଜ୍‌ ବଡ଼ ସ୍କୋର କରିବା ପୂର୍ବରୁ ସଇନିଙ୍କ ବଲ୍‌ରେ ଓ୍ୱିକେଟ୍ ହରାଇ ପ୍ୟାଭିଲିଅନ୍‌ ଫେରିଛନ୍ତି। ଲଗାତର୍‌ ଦୁଇ ଓଭରରେ ଏବି ଦୁଇ ବ୍ୟାଟସମ୍ୟାନଙ୍କ ଓ୍ୱିକେଟ୍ ନେଇ ସଇନି ଇଣ୍ଡିଜ୍ ରନ୍ ଗତିରେ ଅଙ୍କୁଶ ମଧ୍ୟ ଟାଣିଛନ୍ତି। ଆଉଟ୍ ହେବାବେଳକୁ […]

navdeep

Subhransu Sekhar
  • Published: Sunday, 22 December 2019
  • , Updated: 22 December 2019, 04:05 PM IST

କଟକ (ଓଡ଼ିଶା ରିପୋର୍ଟର୍‌): ବାରବାଟୀରେ ଅନ୍ତର୍ଜାତୀଯ ଏକଦିବସୀଯରେ ପଦାର୍ପଣ କରିଛିବା ନଭ୍‌ଦୀପ ସଇନି ଇଣ୍ଡିଡ୍‌ ମିଡିଲ୍‌ ଅର୍ଡରକୁ ଡବଲ୍ ଝଟ୍‌କା ଦେଇଛନ୍ତି। ପ୍ରଥମେ ବିସ୍ଫୋରକ ସିମରନ୍‌ ହେଟ୍‌ମେୟର୍‌ ଏବଂ ପରେ କ୍ରିଜ୍‌ରେ ସେଟ୍‌ ହୋଇ ସାରିଥିବା ରୋଷ୍ଟନ୍‌ ଚେଜ୍‌ ବଡ଼ ସ୍କୋର କରିବା ପୂର୍ବରୁ ସଇନିଙ୍କ ବଲ୍‌ରେ ଓ୍ୱିକେଟ୍ ହରାଇ ପ୍ୟାଭିଲିଅନ୍‌ ଫେରିଛନ୍ତି। ଲଗାତର୍‌ ଦୁଇ ଓଭରରେ ଏବି ଦୁଇ ବ୍ୟାଟସମ୍ୟାନଙ୍କ ଓ୍ୱିକେଟ୍ ନେଇ ସଇନି ଇଣ୍ଡିଜ୍ ରନ୍ ଗତିରେ ଅଙ୍କୁଶ ମଧ୍ୟ ଟାଣିଛନ୍ତି। ଆଉଟ୍ ହେବାବେଳକୁ ହେଟ୍‌ମେୟର ୩୩ ବଲ୍‌ରୁ ୨ ଚୌକା ଓ ସମାନ ସଂଖ୍ୟକ ଛକ୍କା ଜରିଆରେ ୩୭ ରନ୍‌ କରିଥିବାବେଳେ ଚେଜ୍‌ ୪୮ ବଲ୍‌ରୁ ୩ ଚୌକା ଜରିଆରେ ୩୮ ରନ୍‌ କରିଥିଲେ । ଶେଷ ଖବର ସୁଦ୍ଧା ଇଣ୍ଡିଜ୍‌ ୩୩ ଓଭରରେ ୪ ଵିକେଟ୍‌ ହରାଇ ୧୫୧ ରନ୍‌ କରିଥିଲା।

ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ମୁକାବିଲା ରହିଛି। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ଦୀପକ ଚହଲଙ୍କ ସ୍ଥାନରେ ନବଦୀପ ସଇନିଙ୍କୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି।

Related story