ହ୍ୱାଇଟୱାଶ୍ ପ୍ରତିଶୋଧ ନେଲା ନ୍ୟୁଜିଲ୍ୟାଣ୍ଡ୍‌, ୦-୩ରେ ହାରିଲା ଭାରତ

ମାଉଣ୍ଟ ମାଉଙ୍ଗାନୁଇ: କ୍ରମାଗତ ତୃତୀୟ ଦିନିକିଆରେ ମଧ୍ୟ ପରାଜୟର ସ୍ୱାଦ ଚାଖିବା ସହ ସିରିଜରେ ହ୍ୱାଇଟୱାଶ୍ ହୋଇଛି ଟିମ୍ ଇଣ୍ଡିଆ। ମଙ୍ଗଳବାର ବେ ଓଭାଲରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ୫ ୱିକେଟରେ ଭାରତକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ହ୍ୱାଇଟୱାଶ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଲୋକେଶ ରାହୁଲଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ […]

nz

nz

Ranjit Kumar Jena
  • Published: Tuesday, 11 February 2020
  • Updated: 11 February 2020, 04:35 PM IST

Sports

Latest News

ମାଉଣ୍ଟ ମାଉଙ୍ଗାନୁଇ: କ୍ରମାଗତ ତୃତୀୟ ଦିନିକିଆରେ ମଧ୍ୟ ପରାଜୟର ସ୍ୱାଦ ଚାଖିବା ସହ ସିରିଜରେ ହ୍ୱାଇଟୱାଶ୍ ହୋଇଛି ଟିମ୍ ଇଣ୍ଡିଆ। ମଙ୍ଗଳବାର ବେ ଓଭାଲରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ୫ ୱିକେଟରେ ଭାରତକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନସୁଇପ୍ କରିଛି। ଏହି ବିଜୟ ସହ ନ୍ୟୁଜିଲ୍ୟାଣ୍ଡ୍ ଟି-୨୦ ହ୍ୱାଇଟୱାଶ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଲୋକେଶ ରାହୁଲଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୪୭.୧ ଓଭରରେ ୫ ୱିକେଟ୍ ହରାଇ ୩୦୦ ରନ୍ କରି ଆଉ ଏକ ସହଜ ବିଜୟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ କଲିନ୍ ଡି'ଗ୍ରାଣ୍ଡହୋମ୍ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୮ ବଲରେ ୬ ଚୌକା ଓ ୩ ଛକା ମାରି ଭାରତଠାରୁ ମ୍ୟାଚ୍ ଛଡାଇ ନେଇଛନ୍ତି। ତାଙ୍କୁ ଟମ୍ ଲାଥମ ଭରପୂର ସହଯୋଗ କରିଛନ୍ତି, ଯିଏ ୩୪ ବଲରେ ୩ ଚୌକା ସହ ଅପରାଜିତ ୩୨ ରନ୍ କରିଛନ୍ତି।

୨୯୭ ରନର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ପୁଣିଥରେ ଭଲ ଷ୍ଟାର୍ଟ ଦେଇଥିଲେ ମାର୍ଟିନ୍ ଗପ୍ଟିଲ୍ ଓ ହେନରୀ ନିକୋଲ୍ସ । ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୦୬ ରନର ଶତକୀୟ ଭାଗୀଦାରୀ କରିଥିଲେ । ତେବେ ଏହି ଯୋଡ଼ିକୁ ୟୁଜବେନ୍ଦ୍ର ଚହଲ୍ ଭାଙ୍ଗିବାରେ ସଫଳ ହୋଇଥିଲେ। ଗପ୍ଟିଲ୍ ମାତ୍ର ୪୬ ବଲରେ ୬ ଚୌକା ଓ ୪ ଛକା ସହାୟତାରେ ଦ୍ରୁତ ୬୬ ରନ୍ କରି ଚହଲଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କ୍ୟାପଟେନ୍ କେନ୍ ୱିଲିୟମସନ୍ (୨୨) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ହେଁ, ଦ୍ୱିତୀୟ ୱିକେଟ୍ ପାଇଁ ନିକୋଲ୍ସଙ୍କ ସହ ମିଶି ୫୩ ରନ୍ ଯୋଡ଼ିଥିଲେ।

ପ୍ରଥମ ଦୁଇଟି ମ୍ୟାଚରେ କମାଲ୍ କରିଥିବା ରସ୍ ଟେଲର୍ ୧୨ ରନ୍ କରି ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ଏହା ପରେ ନିକୋଲ୍ସଙ୍କ ଲଢ଼ୁଆ ଇନିଂସରେ ବ୍ରେକ୍ ଲଗାଇଥିଲେ ଶାର୍ଦ୍ଦୁଲ ଠାକୁର। ନିକୋଲ୍ସ ୮୦ (୧୦୩ ବଲ୍‌, ୯ ଚୌକା) ରନ୍ କରି ୱିକେଟକିପର ରାହୁଲଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଅଲରାଉଣ୍ଡର ଜେମ୍ସ ନିଶାମ୍ ମାତ୍ର ୧୯ ରନ୍ କରି ଚହଲଙ୍କ ବଲରେ ଆଉଟ୍ ହୋଇଥିଲେ। ୨୨୦ ରନରେ ଘରୋଇ ଦଳର ୫ ୱିକେଟ୍ ନେଇ ଭାରତ ମ୍ୟାଚକୁ କମବ୍ୟାକ୍ କରିଥିଲା। କିନ୍ତୁ ଡି' ଗ୍ରାଣ୍ଡହୋମ୍ କ୍ରିଜକୁ ଆସିବା ମାତ୍ରକେ ଭାରତୀୟ ବୋଲରଙ୍କୁ ଆକ୍ରମଣ କରିବା ସହ ନ୍ୟୁଜିଲ୍ୟାଣ୍ଡ୍ ବିଜୟକୁ ସହଜ କରିଦେଇଥିଲେ। ଗ୍ରାଣ୍ଡହୋମ୍ ଷଷ୍ଠ ୱିକେଟ୍ ପାଇଁ ଲାଥମଙ୍କ ସହ ମିଶି ଅପରାଜିତ ୮୦ ରନ୍ ଯୋଡ଼ିଥିଲେ। ଭାରତ ପକ୍ଷରୁ ଚହଲ୍ ୪୭ ରନ୍ ଦେଇ ୩ଟି, ଜାଡେଜା ଓ ଠାକୁର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମୟଙ୍କ ଅଗ୍ରୱାଲ୍ (୧) ପୁଣି ନିରାଶ କରିଥିବା ବେଳେ କୋହଲି (୯) ମଧ୍ୟ କିଛି ଖାସ କରିପାରିନଥିଲେ। ପୃଥ୍ୱୀ ଶ' ଭଲ ଆରମ୍ଭ କରିଥିଲେ ହେଁ, ପୁଣିଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ସେ ବ୍ୟକ୍ତିଗତ ୪୦ (୪୨ ବଲ୍‌, ୩ ଚୌକା, ୨ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ପୁଣିଥରେ ଶ୍ରେୟସ ଆୟର୍ ଓ ରାହୁଲ୍ ଭାରତର ସ୍ଥିତି ସମ୍ଭାଳିଥିଲେ।

ଶ୍ରେୟସ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ମାରିଥିବା ବେଳେ ରାହୁଲ୍ ନିଜର ଚତୁର୍ଥ ଶତକ ପୂରଣ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୦୦ ରନର ପାର୍ଟନରଶିପ କରିଥିଲେ। ଆୟର୍ ଭଲ ଖେଳିଆସୁଥିବା ବେଳେ ତାଙ୍କୁ ଜେମ୍ସ ନିଶାମ ଆଉଟ୍ କରିଥିଲେ। ଆୟର୍ ୬୩ ବଲରେ ୯ ଚୌକା ସହ ୬୨ ରନ୍ କରିଥିଲେ। କେଦାର ଯାଦବଙ୍କ ସ୍ଥାନରେ ଖେଳୁଥିବା ମନିଷ ପାଣ୍ଡେ ସୁଯୋଗର ଫାଇଦା ଉଠାଇଥିଲେ ଏବଂ ରାହୁଲଙ୍କ ସହ ମିଶି ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ।

ରାହୁଲ୍ ଓ ମନିଷ ପଞ୍ଚମ ୱିକେଟ୍ ପାଇଁ ଶତକୀୟ (୧୦୭) ଭାଗୀଦାରୀ କରି ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଉଭୟ ରାହୁଲ୍ ଓ ମନିଷଙ୍କୁ ହାମିଶ୍ ବେନେଟ୍ଟ କ୍ରମାଗତ ବଲରେ ଆଉଟ୍ କରି ଭାରତର ରନରେ ସାମାନ୍ୟ ଅଙ୍କୁଶ ଲଗାଇଥିଲେ। ରାହୁଲ୍ ୧୧୩ ବଲରେ ୯ ଚୌକା ଓ ୨ ଛକା ସହ ୧୧୨ ଓ ମନିଷ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଶେଷକ୍ରମରେ ରବୀନ୍ଦ୍ର ଜାଡେଜା ୮ ଓ ନଭଦୀପ ସାଇନି ୮ ରନ୍ କରି ଅପରାଜିତ ଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ବେନେଟ୍ଟ ୪ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story