ଘରୋଇ କ୍ରିକେଟରଙ୍କୁ ଗାଙ୍ଗୁଲି ଦେବେ ବଡ଼ ଉପହାର

ମୁମ୍ବାଇ: ଭାରତର ଘରୋଇ କ୍ରିକେଟରଙ୍କ ପାଇଁ ଖୁସି ଖବର। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତରେ ପ୍ରଥମଶ୍ରେଣୀ କ୍ରିକେଟରଙ୍କ ପାଇଁ ଚୁକ୍ତି ବ୍ୟବସ୍ଥା ଲାଗୁ କରିବା ନେଇ ସଙ୍କେତ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି, “ଘରୋଇ କ୍ରିକେଟରଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ମୋର ମୁଖ୍ୟ ପ୍ରାଥମିକତା ଏବଂ ମୁଁ ସେମାନଙ୍କର ମ୍ୟାଚ୍ ଫି’ ବଢ଼ାଇବାକୁ ଚାହୁଁଛି। ଦେଶରେ ଅନ୍ତର୍ଜାତୀୟ କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରଙ୍କ ପାଇଁ ମଧ୍ୟ ପେମେଣ୍ଟର ସୁବ୍ୟବସ୍ଥା ହେବା ଦରକାର। ଏଥିପାଇଁ ଆମେ ପ୍ରଥମଶ୍ରେଣୀ […]

dada

dada

Ranjit Kumar Jena
  • Published: Tuesday, 29 October 2019
  • Updated: 29 October 2019, 05:37 PM IST

Sports

Latest News

ମୁମ୍ବାଇ: ଭାରତର ଘରୋଇ କ୍ରିକେଟରଙ୍କ ପାଇଁ ଖୁସି ଖବର। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଭାରତରେ ପ୍ରଥମଶ୍ରେଣୀ କ୍ରିକେଟରଙ୍କ ପାଇଁ ଚୁକ୍ତି ବ୍ୟବସ୍ଥା ଲାଗୁ କରିବା ନେଇ ସଙ୍କେତ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି, "ଘରୋଇ କ୍ରିକେଟରଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ମୋର ମୁଖ୍ୟ ପ୍ରାଥମିକତା ଏବଂ ମୁଁ ସେମାନଙ୍କର ମ୍ୟାଚ୍ ଫି' ବଢ଼ାଇବାକୁ ଚାହୁଁଛି। ଦେଶରେ ଅନ୍ତର୍ଜାତୀୟ କ୍ରିକେଟରଙ୍କ ଭଳି ଘରୋଇ କ୍ରିକେଟରଙ୍କ ପାଇଁ ମଧ୍ୟ ପେମେଣ୍ଟର ସୁବ୍ୟବସ୍ଥା ହେବା ଦରକାର। ଏଥିପାଇଁ ଆମେ ପ୍ରଥମଶ୍ରେଣୀ କ୍ରିକେଟରଙ୍କ ପାଇଁ ଚୁକ୍ତି ବ୍ୟବସ୍ଥା ଆଣିବୁ। ଏଥିପାଇଁ ଆମେ ନୂଆ ଫାଇନାନ୍ସ (ସବ୍‌) କମିଟିକୁ ଚୁକ୍ତି ବ୍ୟବସ୍ଥ ପ୍ରସ୍ତୁତ କରିବା ପାଇଁ କହିବୁ।"

ଗାଙ୍ଗୁଲି ଆହୁରି କହିଛନ୍ତି, "ମୁଁ ଅଧ୍ୟକ୍ଷ ହେବାର ମାତ୍ର କେଇଟା ଦିନ ହୋଇଛି ଏବଂ ଏହା ମଧ୍ୟରେ ଦୀପାବଳି ଛୁଟି ମଧ୍ୟ ଥିଲା। ମୁଁ ଦୁଇ ସପ୍ତାହ ଭିତରେ ସବୁକିଛି ଆକଳନ କରିବି ଏବଂ ପରବର୍ତ୍ତୀ ଯୋଜନା ଉପରେ ନିଷ୍ପତ୍ତି ନେବି। ଏବେ ଏହା ଉପରେ ଅନେକ କାମ ଜାରି ରହିଛି।"

ସୂଚନାଯୋଗ୍ୟ, ବର୍ତ୍ତମାନ ଜଣେ ଘରୋଇ କ୍ରିକେଟରଙ୍କୁ ବାର୍ଷିକ ୨୫ରୁ ୩୦ ଲକ୍ଷ ଟଙ୍କା ମିଳୁଛି। ତେବେ ଖେଳାଳିମାନେ ନିୟମିତ ଏହି ପ୍ରାପ୍ୟ ପାଉନାହାନ୍ତି ବରଂ ମ୍ୟାଚ୍ ଅନୁଯାୟୀ ପାଉଣା ପାଉଛନ୍ତି। ପ୍ରତି ପ୍ରଥମଶ୍ରେଣୀ ମ୍ୟାଚ୍ ପାଇଁ ପ୍ରତିଦିନ ୩୫ହଜାର ଟଙ୍କା ମିଳେ। ବିସିସିଆଇକୁ ପ୍ରସାରଣ ଅଧିକାରରୁ ମିଳିଥିବା ମୋଟ ରାଜସ୍ୱର ୧୩ପ୍ରତିଶତ ଘରୋଇ କ୍ରିକେଟରଙ୍କୁ ଆବଣ୍ଟନ କରାଯାଏ। ତେଣୁ ଗାଙ୍ଗୁଲି ଘରୋଇ କ୍ରିକେଟକୁ ନିୟମିତ ଆଧାରରେ ଅର୍ଥ ଦେବା ପାଇଁ ଯୋଜନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos