ଭାରତର ଘାତକ ବୋଲିଂରେ ପାକିସ୍ତାନ ଘାଇଲା: ଫାଇନାଲ୍‌ ଦ୍ୱାରଦେଶରେ ମେନ୍‌-ଇନ୍‌-ବ୍ଲୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡର ନାଇଣ୍ଟିନ୍ କ୍ରିକେଟ୍‌ ବିଶ୍ୱକପ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ। ନ୍ୟୁଜିଲାଣ୍ଡର କ୍ରିଷ୍ଟଚର୍ଚ୍ଚରେ ଖେଳା ଯାଉଥିବା  ଏହି ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱେକେଟ୍ ହରାଇ ଭାରତୀୟ ଦଳ ୨୭୨ ରନ୍ ସଂଗ୍ରହ କରିଛି। ସୋଭମ୍ ଗିଲ୍ ଅପରାଜିତ ୧୦୨ ରନ୍ କରିଥିବା ବେଳେ ଅଧିନାୟକ ପୃଥିବୀ ସ୍ ୪୧ ରନ୍ କରିଛନ୍ତି। ସେହିପରି […]

india-u19-cricket-world-cup-sf2-pakistan_101ee91a-056b-11e8-987c-1603f9800600

Ordigital Desk
  • Published: Tuesday, 30 January 2018
  • , Updated: 30 January 2018, 09:03 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡର ନାଇଣ୍ଟିନ୍ କ୍ରିକେଟ୍‌ ବିଶ୍ୱକପ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ। ନ୍ୟୁଜିଲାଣ୍ଡର କ୍ରିଷ୍ଟଚର୍ଚ୍ଚରେ ଖେଳା ଯାଉଥିବା  ଏହି ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱେକେଟ୍ ହରାଇ ଭାରତୀୟ ଦଳ ୨୭୨ ରନ୍ ସଂଗ୍ରହ କରିଛି। ସୋଭମ୍ ଗିଲ୍ ଅପରାଜିତ ୧୦୨ ରନ୍ କରିଥିବା ବେଳେ ଅଧିନାୟକ ପୃଥିବୀ ସ୍ ୪୧ ରନ୍ କରିଛନ୍ତି। ସେହିପରି ପାକିସ୍ତାନ୍ ଟିମ୍ ପକ୍ଷରୁ ମହମ୍ମଦ ମୁସାଙ୍କୁ ୪ଟି ୱିକେଟ୍ ମିଳିଛି। ଅପେକ୍ଷାକୃତ ପାକିସ୍ତାନଠୁ ବୋଲିଂରେ ସୁଦୃଢ଼ ଥିବା ଭାରତୀୟ ଟିମ୍ ଫଇନାଲକୁ ଯିବାକୁ ହେଲେ ଏହି ମ୍ୟାଚକୁ ଜିତିବାକୁ ହେବ। ଉଭୟ ଟିମ୍‌ ପାଇଁ କର ବା ମର୍ ପରିସ୍ଥିତି ରହିଛି। କାରଣ ବିଜେତା ଟିମ୍ ସିଧା ଅଷ୍ଟ୍ରେଲିଆ ସହ ଖେଳିବ ଫାଇନାଲ୍। ଅନ୍ୟପଟେ ପୂର୍ବରୁ ଉଭୟ ଟିମ୍ ଦୁଇ ଥର ମୁହାଁ ମୁହିଁ ହୋଇଥିବା ବେଳେ ଦୁଇଟିଯାକ ମ୍ୟାଚରେ ବାଜି ମାରିଥିଲା ପାକିସ୍ତାନ।

ଭାରତର ୨୭୨ରନ ଜାବାବରେ ପାକିସ୍ତାନ ପଡ଼ିଆକୁ ଓହ୍ଲାଇଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଶେଷ ଖବର ସୁଦ୍ଧା ପାକିସ୍ତାନ ୮ ୱିକେଟ୍‌ ହରାଇ ମାତ୍ର ୪୮ରନ କରିପାରିଛି। ଭାରତ ପକ୍ଷରୁ ଇଶାନ ପୋରେଲ ଘାତକ ବୋଲିଂ କରି ୪ଟି ମୂଲ୍ୟବାନ ୱିକେଟ୍‌ ନେଇଥିବାବ ବେଳେ ରିଆନ ପାରଗ ଓ ଶିବା ସିଂ ୨ଟି ଲେଖାଏଁ  ୱିକେଟ୍‌ ହାସଲ କରିଛନ୍ତି।

Related story