ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୬ ୱିକେଟ୍‌ରେ ହରାଇଲା ଭାରତ

ଧର୍ମଶାଳା: ହିମାଚଳପ୍ରଦେଶର ଧର୍ମଶାଳାରେ ଆଜି ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତ ୬ ୱିକେଟ୍‌ରେ ଜିତି ନେଇଛି। ୮୩ ବଲ୍‌ରେ ୯ ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୮୫ ରନ୍‌ କରି ବିରାଟ୍‌ କୋହଲି ଭାରତ ବିଜୟରେ ମୁଖ୍ୟ ଭୁମିକା ନେଇଥିଲେ। ୭ ଓଭରରେ ୩୧ ରନ୍‌ ଦେଇ ନ୍ୟୁଜିଲାଣ୍ଡର ୩ଟି ୱିକେଟ୍‌ ଅକ୍ତିଆର କରିଥିବା ହାର୍ଦ୍ଦିକ ପାଣ୍ଡିଆ ମ୍ୟାନ ଅପ୍‌ ଦି ମ୍ୟାଚ୍‌ ହୋଇଥିଲେ। ରୋହିତ ଶର୍ମା ୨୬ ବଲ୍‌ରୁ ଗୋଟିଏ […]

virat-kohli

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 10:06 PM IST

ଧର୍ମଶାଳା: ହିମାଚଳପ୍ରଦେଶର ଧର୍ମଶାଳାରେ ଆଜି ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ଭାରତ ୬ ୱିକେଟ୍‌ରେ ଜିତି ନେଇଛି। ୮୩ ବଲ୍‌ରେ ୯ ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୮୫ ରନ୍‌ କରି ବିରାଟ୍‌ କୋହଲି ଭାରତ ବିଜୟରେ ମୁଖ୍ୟ ଭୁମିକା ନେଇଥିଲେ। ୭ ଓଭରରେ ୩୧ ରନ୍‌ ଦେଇ ନ୍ୟୁଜିଲାଣ୍ଡର ୩ଟି ୱିକେଟ୍‌ ଅକ୍ତିଆର କରିଥିବା ହାର୍ଦ୍ଦିକ ପାଣ୍ଡିଆ ମ୍ୟାନ ଅପ୍‌ ଦି ମ୍ୟାଚ୍‌ ହୋଇଥିଲେ।

ରୋହିତ ଶର୍ମା ୨୬ ବଲ୍‌ରୁ ଗୋଟିଏ ଲେଖାଏଁ ଚୌକା ଓ ଛକା ବଳରେ ୧୪ ରନ୍‌ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୩୪ ବଲରୁ ୩୩ (୪ ଚୌକା ଓ ୨ ଛକା), ମନିସ ପାଣ୍ଡେ ୨୨ ବଲରୁ ୧୭ ରନ୍ (ଗୋଟିଏ ଛକା) ଏବଂ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୪ ବଲରୁ ୨୧ ରନ୍‌ (ଗୋଟିଏ ଚୌକା ଓ ଗୋଟିଏ ଛକା) କରିଥିଲେ। କେଦାର ଯାଦବ ୧୦ ବଲରୁ ୧୦ ରନ୍‌ (୨ ଚୌକା) କରି ଅପରାଜିତ ରହିଥିଲେ।

ଆଜି ଟସ୍‌ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲରଙ୍କ ମୁକାବିଲା କରି ନ ପାରି ନ୍ୟୁଜିଲାଣ୍ଡ ଦଳ ୪୩.୫ ଓଭରରେ ୧୯୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲେ। ଦଳ ପକ୍ଷରୁ ଟମ୍‌ ଲାଥମ୍‌ ୯୮ ବଲ୍‌ରୁ ୭ ଚୌକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ ଅପରାଜିତ ୭୯ ରନ୍‌ କରିଥିଲେ। ୧୦ମ ସ୍ଥାନରେ ଆସିଥିବା ଟିମ୍‌ ସାଉଥି ୪୫ ବଲ୍‌ରୁ ୫୫ ରନ୍‌ (୬ ଚୌକା, ୩ ଛକା) କରିବା ଯୋଗୁଁ ଦଳ ୧୫୦ ରନ୍ ଅତିକ୍ରମ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ମୁକାବିଲା କରିପାରି ନ ଥିଲେ। ୬ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇ ନ ଥିଲେ।

ଭରତ ପକ୍ଷରୁ ହାର୍ଦ୍ଦିକ ଏବଂ ଅମିତ ମିଶ୍ରା ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଉମେଶ ଯାଦବ ଏବଂ କେଦାର ଜାଭେଦ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

Related story