ଇଡେନରେ ଭାରତର ‘ଗୋଲାପୀ’ ବିଜୟ

କୋଲକାତା: ଇଡେନ ଟେଷ୍ଟରେ ଭାରତର ଦମଦାର ବିଜୟ। ଭାରତ ବାଂଲାଦେଶକୁ ଇନିଂସ୍ ଓ  ୪୬ ରନରେ ପରାସ୍ତ କରି ଇଡେନ ଟେଷ୍ଟକୁ ଅଢ଼େଇ ଦିନରେ ଶେଷ କରିଛି। ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଥିଲା। ଶେଷରେ ବାଂଲାଦେଶ ବିପକ୍ଷରେ ଭାରତ ଦୁଇଟି ଯାକ ଟେଷ୍ଟ ମ୍ୟାଚକୁ ନିଜ ସପକ୍ଷରେ ଆଣିଛି। ଗୋଲାପୀ ବଲରେ ଏହି ଦିବାରାତ୍ର […]

iden garden

iden garden

Subhransu Sekhar
  • Published: Sunday, 24 November 2019
  • Updated: 24 November 2019, 03:58 PM IST

Sports

Latest News

କୋଲକାତା: ଇଡେନ ଟେଷ୍ଟରେ ଭାରତର ଦମଦାର ବିଜୟ। ଭାରତ ବାଂଲାଦେଶକୁ ଇନିଂସ୍ ଓ  ୪୬ ରନରେ ପରାସ୍ତ କରି ଇଡେନ ଟେଷ୍ଟକୁ ଅଢ଼େଇ ଦିନରେ ଶେଷ କରିଛି। ଏଥିସହ ବିରାଟ ବାହିନୀ ପ୍ରଥମ ଦାବିରାତ୍ର ଟେଷ୍ଟରେ ବିଜୟୀ ହୋଇଛି। ଏହା ପୂର୍ବରୁ ଇନ୍ଦୋର ଟେଷ୍ଟରେ ଭାରତ ବାଂଲାଦେଶକୁ ଇନିଂସ୍ ଓ ୧୩୦ ରନରେ ପରାସ୍ତ କରିଥିଲା। ଶେଷରେ ବାଂଲାଦେଶ ବିପକ୍ଷରେ ଭାରତ ଦୁଇଟି ଯାକ ଟେଷ୍ଟ ମ୍ୟାଚକୁ ନିଜ ସପକ୍ଷରେ ଆଣିଛି। ଗୋଲାପୀ ବଲରେ ଏହି ଦିବାରାତ୍ର ଟେଷ୍ଟ ଖେଳାଯାଇଥିଲା।

ଶୁକ୍ରବାର ଇଡେନ ଗାର୍ଡେନରେ ଆରମ୍ଭ ହୋଇଥିଲା ଏହି ଟେଷ୍ଟ ମ୍ୟାଚ। ଟସ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ମୋଟ୍ ୧୦୬ ରନ କରି ଅଲଆଉଟ୍ ହୋଇଥିଲା। ଏହାପରେ ଭାରତ ୯ ଓ୍ୱିକେଟ ହରାଇ ୩୪୭ ରନ କରିଥିଲା। ପ୍ରଥମ ଇନିଂସରେ ଭାରତ ମୋଟ୍ ୨୪୧ ରନର ଟାର୍ଗେଟ ଦେଇଥିଲା। ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ବାଂଲାଦେଶ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୯୫ରେ ଅଲ ଆଉଟ୍ ହୋଇଥିଲା। ଫଳରେ ଭାରତ ଇଡେନ ଟେଷ୍ଟକୁ ନିଜ ନାମରେ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos