ଡର୍ବାନରେ ଖାତା ଖୋଲିଲା ଭାରତ: ଦକ୍ଷିଣ ଆଫ୍ରିକାର ବିଜୟ ରଥକୁ ଅଟକାଇଲା ବିରାଟ ବାହିନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡର୍ବାନ କିଙ୍ଗ୍ସମେଡ଼ ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟୀ ହୋଇଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ୬ ଟିକିଆ ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଅଗ୍ରଣୀ ଲାଭ କରିଛି। ପୂର୍ବରୁ ଡର୍ବାନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୭ଥର ମୁକାବିଲା ହୋଇଥିଲା। ଯେଉଁଥିରେ […]

01_02_2018-sa_rain_durban_interrupt

Ordigital Desk
  • Published: Friday, 02 February 2018
  • , Updated: 02 February 2018, 09:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡର୍ବାନ କିଙ୍ଗ୍ସମେଡ଼ ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟୀ ହୋଇଛି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୬ ଓ୍ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ୬ ଟିକିଆ ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଅଗ୍ରଣୀ ଲାଭ କରିଛି। ପୂର୍ବରୁ ଡର୍ବାନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୭ଥର ମୁକାବିଲା ହୋଇଥିଲା। ଯେଉଁଥିରେ ୬ଥର ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ମିଳିନଥିଲା। ଆଫ୍ରିକାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ  ମୋଟ ୨୯ ଥର ମୁକାବିଲା ହୋଇଥିବ ବେଳେ ଭାରତ ୬ଥର ଜିତିଛି। ସେହିପରି ନିଜ ମାଟିରେ ଲଗାତାର ୧୭ଟି ମ୍ୟାଚ୍ ଜିତି ଥିବା ଦକ୍ଷିଣ ଆଫ୍ରିକାର ବିଜୟ ରଥକୁ ଭାରତ ଅଟକାଇଛି।

ଟେଷ୍ଟ ଶୃଙ୍ଖଳାରୁ ପରଜାୟରୁ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ଦିନିକିଆ ସିରିଜରେ ବିଜୟ ସହ ମ୍ୟାଚ୍‌ ଆରମ୍ଭ କରିଛି। ଏହି ବିଜୟରେ ନାୟକ ସାଜିଥିଲେ ଅଧିନୟାକ ବିରାଟ କୋହଲି। ସେ ୧୧୯ ବଲ ଖେଳି ୧୧୨ରନର ଏକ ଗୁରୁତ୍ୱପୂର୍ଣ୍ଣ ଇଂନିସ ଖେଳିଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ୍ ହରାଇ କରିଥିଲା ୨୬୯ ରନ୍।  ଅଧିନାୟକ ଫାଫ୍ ଡୁ ପ୍ଲେସି ୧୧୨ ବଲରେ ୧୧ ଚୌକା ଓ ୨ ଛକା ସହ ୧୨୦ ରନ୍ କରିଥିଲେ। ତେବେ କୋହଲି ବାହିନୀ ଆଗରେ ଫିକା ପଡ଼ିଯାଇଥିଲା ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ। କୋହଲିଙ୍କ ଶତକ ସହାୟତାରେ ଭାରତ ମାତ୍ର ୪୫.୩ ଓଭରରେ ୪ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ୨୭୦ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା।  ଭାରତୀୟ ଓପ୍ନର୍ ରୋହିତ ଶର୍ମା ଓ ଶିଖର ଧାଓ୍ୱନ୍ ଯଥାକ୍ରମେ ୨୦ ଓ ୩୫ ରନ୍ କରିଥିବା ବେଳେ କୋହଲି ଦିନିକିଆରେ ୩୩ତମ ଶତକ  ହାସଲ କରିଥିଲେ।

Related story