ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ : ପାକିସ୍ତାନକୁ ୫-୧ରେ ହରାଇଲା ଭାରତ

ଇପୋ (ମାଲେସିଆ) : ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୧ରେ ଭାରତ ପରାସ୍ତ କରିଛି। ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ପାକିସ୍ତାନ ଉପରେ ଭାରି ପଡିଥିଲା। ଖେଳ ଆରମ୍ଭ ହେବାର ୪ ମିନିଟରେ ମାନପ୍ରୀତ ସିଂହ ପ୍ରଥମ ଫିଲ୍ଡ ଗୋଲ ଦେଇଥିଲେ। ଏହାର ଜବାବରେ ପାକିସ୍ତାନର ଏମ୍.ଇର୍ଫାନ୍‌ ୭ମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ଏହାପରେ ୧୦ ଓ ୪୧ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇ ୩-୧ରେ […]

indian-hockey-team-getty

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 02:24 PM IST

ଇପୋ (ମାଲେସିଆ) : ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୧ରେ ଭାରତ ପରାସ୍ତ କରିଛି।

ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ପାକିସ୍ତାନ ଉପରେ ଭାରି ପଡିଥିଲା। ଖେଳ ଆରମ୍ଭ ହେବାର ୪ ମିନିଟରେ ମାନପ୍ରୀତ ସିଂହ ପ୍ରଥମ ଫିଲ୍ଡ ଗୋଲ ଦେଇଥିଲେ। ଏହାର ଜବାବରେ ପାକିସ୍ତାନର ଏମ୍.ଇର୍ଫାନ୍‌ ୭ମ ମିନିଟ୍‌ରେ ଗୋଟିଏ ଗୋଲ ଦେଇଥିଲେ। ଏହାପରେ ୧୦ ଓ ୪୧ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ଦେଇ ୩-୧ରେ ଭାରତ ଆଗୁଆ ରହିଥିଲା। ୫୦ ମିନିଟ୍‌ରେ ଭାରତର ତାଲୱିନ୍ଦର ସିଂହ ଗୋଟିଏ ଫିଲ୍ଡ ଗୋଲ  ଓ ୫୪ ମିନିଟ୍‌ରେ ରୁପିନ୍ଦର ସିଂହ ଗୋଟିଏ ପେନାଲ୍ଡି କର୍ଣ୍ଣର ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ।

ଏହି ବିଜୟ ପରେ ଭାରତ ୯ ପଏଣ୍ଟ ସହ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୩ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି।

ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ।

Related story