ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ମ୍ୟାଞ୍ଚେଷ୍ଟର: ବିଶ୍ୱକପରେ ୫ମ ବିଜୟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟିମ୍ ଇଣ୍ଡିଆ ଗତ ଶନିବାର ଲୋ-ସ୍କୋରିଂ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ମାତ ଦେଇଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଲଢ଼େଇ କରି ନ୍ୟୁଜିଲ୍ୟାଣ୍ଡ ଠାରୁ ୫ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ ସେମି ଫେଇନାଲ ରେସରୁ ୱେଷ୍ଟଇଣ୍ଡିଜ୍ ବାଦ୍ ପଡ଼ିଛି। ତଥାପି ଭାରତକୁ ହରାଇବା ପାଇଁ ଜେସନ […]

wqqqq

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 02:41 PM IST

ମ୍ୟାଞ୍ଚେଷ୍ଟର: ବିଶ୍ୱକପରେ ୫ମ ବିଜୟ ସହ ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଥିବା ଟିମ୍ ଇଣ୍ଡିଆ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଟିମ୍ ଇଣ୍ଡିଆ ଗତ ଶନିବାର ଲୋ-ସ୍କୋରିଂ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ମାତ ଦେଇଥିଲେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଲଢ଼େଇ କରି ନ୍ୟୁଜିଲ୍ୟାଣ୍ଡ ଠାରୁ ୫ ରନରେ ପରାସ୍ତ ହୋଇଥିଲା। ବିଶ୍ୱକପ ସେମି ଫେଇନାଲ ରେସରୁ ୱେଷ୍ଟଇଣ୍ଡିଜ୍ ବାଦ୍ ପଡ଼ିଛି। ତଥାପି ଭାରତକୁ ହରାଇବା ପାଇଁ ଜେସନ ହୋଲଡରଙ୍କ ଦଳ ପୂରା ଦମ ଲଗାଇବ।

ଭାରତର ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଭାରତ ୫ଟି ମ୍ୟାଚରୁ ୪ ବିଜୟ ସହ ୯ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା।

Related story