ହାରି କି ବି ଭାରତୀୟ ମହିଳା ଦଳକୁ ଅଲିମ୍ପିକ୍ସ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଆମେରିକା ଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇ ମଧ୍ୟ ଭାରତୀୟ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍‌ ହାସଲ କରିଛି। ଆଜିର ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ଆମେରିକା ଠାରୁ ୪-୧ ଗୋଲରେ ପରାସ୍ତ ହୋଇଛି। କିନ୍ତୁ ଗତକାଲି ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା। ଉଭୟ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିବାରୁ ଗୋଲ ବ୍ୟବଧାନକୁ ବିଚାରକୁ ନିଆଯାଇଥିଲା। […]

ho

Hemant Lenka
  • Published: Saturday, 02 November 2019
  • , Updated: 02 November 2019, 08:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗ ଷ୍ଟାଡିୟମରେ ଆମେରିକା ଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇ ମଧ୍ୟ ଭାରତୀୟ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍‌ ହାସଲ କରିଛି। ଆଜିର ମ୍ୟାଚ୍‌ରେ ଭାରତ ପ୍ରତିପକ୍ଷ ଆମେରିକା ଠାରୁ ୪-୧ ଗୋଲରେ ପରାସ୍ତ ହୋଇଛି। କିନ୍ତୁ ଗତକାଲି ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା।

ଉଭୟ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିବାରୁ ଗୋଲ ବ୍ୟବଧାନକୁ ବିଚାରକୁ ନିଆଯାଇଥିଲା। ଦୁଇଟି ଯାକ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ୬ଟି ଗୋଲ ଦେଇଥିବା ବେଳେ ଆମେରିକା ୫ ଗୋଲ ପରିଶୋଧ କରିଥିଲା। ତେଣୁ ନିୟମ ଅନୁଯାୟୀ ୬-୫ ଗୋଲରେ ଭାରତ ଅଲିମିକ୍ସି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।

ତୃତୀୟ ଥର ପାଇଁ ଭାରତୀୟ ମହିଳା ହକି ଟିମ୍‌ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ପ୍ରଥମଥର ଦଳ ୧୯୮୦ରେ ଅଲିମ୍ପିକ୍ସ ଖେଳିଥିଲା। ଏହାପରେ ୨୦୧୬ ରିଓରେ ଦଳ ଭାଗ ନେଇଥିଲା।

ଶୁକ୍ରବାର ଆମେରିକାକୁ ଏକ ପାଖିଆ ଭାବେ ଭାରତୀୟ ମହିଳା ଦଳ ପରାସ୍ତ କରିଥିବାରୁ ଆଜି ମଧ୍ୟ ସାମନ ଘଟଣା ଘଟିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଆମେରିକା ସବୁ ଆକଳନରେ ପାଣି ପକାଇ ଦେଇଥିଲା। ଦଳ ଆରମ୍ଭରୁ ଘନଘନ ଆକ୍ରମଣ କରିଥିଲା। ଏହା ଦେଖି କଳିଙ୍ଗ ଷ୍ଟାଡିୟମର ଦର୍ଶକ ମଧ୍ୟ ଚୁପ ହୋଇଯାଇଥିଲା।

ଆମେରିକା ପକ୍ଷରୁ ମ୍ୟାଚର ୫ମ ମିନିଟ୍‌ରେ ଆମଣ୍ଡା ମାଗଡାନ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଦଳରକୁ ୧-୦ରେ ଆଗୁଆ କରିଦେଇଥିଲେ। ଏହାପରେ ମ୍ୟାଚ୍‌ର ୧୩ ତମ ମିନିଟ୍‌ରେ କ୍ୟାଥଲେନ ଶାରକି ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ ଆମେରିକାକୁ ୨-୦ରେ ଆଗୁଆ କରି ଦେଇଥିଲେ।

୨୦ ତମ ମନିଟ୍‌ରେ ଆଲୟସା ପାର୍କର ପୁଣି ଏକ ଫିଲ୍ଡ ଗୋଲ ଦେଇଥିଲେ। ୨୮ତମ ମିନିଟ୍ରେ ଆମେରିକା ପକ୍ଷରୁ ଆମଣ୍ଡା ମାଗଡାନ ନିଜର ଦ୍ୱିତୀୟ ଗୋଲ ସ୍କୋର କରି ୪-୦ରେ ଦଳକୁ ଆଗୁ୍ଆ କରିଦେଇଥିଲେ। ଏଥିସହ ଭାରତର ଗତକାଲିର ଗୋଲ ବ୍ୟବଧାନ ସହ ଆମେରିକା ସ୍ଥିତି ବରାବର କରି ଦେଇଥିଲା। ଅର୍ଥାତ ଉଭୟ ଦଳ ଦୁଇଟି ଯାକ ମ୍ୟାଚ୍‌ରେ ପରସ୍ପରକୁ ୫ଟି ଲେଖାଏ ଗୋଲ ଦେବାର ସ୍ଥିତି ସୃଷ୍ଟି କରିଥିଲେ।

ହାଫ ଟାଇମ୍ ସୁଦ୍ଧା ଭାରତ ୪-୦ରେ ପଛରେ ଥିବାରୁ ଅଲିମ୍ପିକ୍ସ ଯୋଗ୍ୟତା କେମିତି ହାସଲ କରିବ, ତା’କୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଆକ୍ରମଣ କରିଥିଲେ ହେଁ ଆମେରିକା ସମସ୍ତ ଉଦ୍ୟମରେ ପାଣି ପକାଇ ଦେଇଥିଲା।

କିନ୍ତୁ ମ୍ୟାଚର ୪୮ତମ ମିନିଟ୍‌ରେ ଅଧିନାୟକ ରାନି ରାମପଲ ଚମତ୍କାର ଗୋଲ ସ୍କୋର କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହି ଗୋଟିଏ ଗୋଲ ହିଁ ଅଲିମ୍ପିକ୍ସ ଟିକେଟ ହାସଲ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା।

Related story