ଆମେରିକାକୁ ୨-୧ରେ ହରାଇଲା ମହିଳା ହକି ଟିମ୍‌, ଓଡ଼ିଆ ଝିଅ ଲିଲିମାଙ୍କ କମାଲ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ମାନହେଇମ୍‌ ଅନ୍ତର୍ଗତ ପେନ୍‌ସିଲଭାନିଆରେ ଅନୁଷ୍ଠିତ ଭାରତ-ଆମେରିକା ଦ୍ୱିତୀୟ ମହିଳା ହକି ମ୍ୟାଚ୍‌କୁ ଆଜି ୨-୧ରେ ଜିତି ନେଇଛି ଭାରତ। ଶେଷ ମିନିଟରେ ଓଡ଼ିଆ ଝିଅ ଲିଳିମାଙ୍କ ଗୋଲ ବଳରେ ଆମେରିକା ବିପକ୍ଷ ମ୍ୟାଚ୍‌ ଜିତିଛି ଭାରତ। ଚାମ୍ପିଅନ୍‌ସ ଟ୍ରଫିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା। ଆଜିର ମ୍ୟାଚ୍‌ରେ ଉଭୟ ଭାରତ ଓ ଆମେରିକା ପ୍ରଥମ କ୍ୱାର୍ଟରରେ କେହି କାହାକୁ ଗୋଲ […]

Indian hockey eves register come-from-behind win over USA

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 03:35 PM IST

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ମାନହେଇମ୍‌ ଅନ୍ତର୍ଗତ ପେନ୍‌ସିଲଭାନିଆରେ ଅନୁଷ୍ଠିତ ଭାରତ-ଆମେରିକା ଦ୍ୱିତୀୟ ମହିଳା ହକି ମ୍ୟାଚ୍‌କୁ ଆଜି ୨-୧ରେ ଜିତି ନେଇଛି ଭାରତ। ଶେଷ ମିନିଟରେ ଓଡ଼ିଆ ଝିଅ ଲିଳିମାଙ୍କ ଗୋଲ ବଳରେ ଆମେରିକା ବିପକ୍ଷ ମ୍ୟାଚ୍‌ ଜିତିଛି ଭାରତ।

ଚାମ୍ପିଅନ୍‌ସ ଟ୍ରଫିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା।

ଆଜିର ମ୍ୟାଚ୍‌ରେ ଉଭୟ ଭାରତ ଓ ଆମେରିକା ପ୍ରଥମ କ୍ୱାର୍ଟରରେ କେହି କାହାକୁ ଗୋଲ ଦେଇପାରି ନ ଥିଲେ। ମ୍ୟାଚ୍‌ ସଂଘର୍ଷ ଆଡକୁ ଯାଉଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଆମେରିକାର ଜିଲ୍‌ ୱିଟ୍‌ମର।

ଆମେରିକା ୦-୧ରେ ଆଗୁଆ ଥିବା ବେଳେ ତୃତୀୟ କ୍ୱାର୍ଟରରେ ପ୍ରୀତି ଦୁବେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ୧-୧ରେ ବରାବର ରଖିଥିଲେ।

ଏହାପରେ ଶେଷ କ୍ୱାର୍ଟରର ଶେଷ ମିନିଟରେ ଓଡ଼ିଆ ଝିଅ ଲିଳିମା ମିଞ୍ଜ ଆଉ ଏକ ଗୋଲ ଦେବାରୁ ୨-୧ରେ ମ୍ୟାଚ୍‌କୁ ଜିତି ନେଇଥିଲା ଭାରତୀୟ ମହିଳା ଦଳ।

ଭାରତ ଅଗାମୀ ମ୍ୟାଚ୍‌ରେ କାନାଡାକୁ ଭେଟିବ।

Related story