ଭାରତର କଂଗାରୁ ଶୀକାର: ହାତେଇଲା ବର୍ଡର ଗାଭାସ୍କର ଟ୍ରଫି

ଧର୍ମଶାଳା: ଅନ୍ତିମ ତଥା ୪ର୍ଥ ଟେଷ୍ଟରେ ଦମଦାର ବିଜୟ ସହ ୪ଟିକିଆ ସିରିଜକୁ ଇଣ୍ଡିଆ ୨-୧ରେ ଜିତି ବର୍ଡର ଗାଭାସ୍କର ଟ୍ରଫିକୁ କବ୍‌ଜା କରିନେଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଧର୍ମଶାଳା ଟେଷ୍ଟରେ ଇଣ୍ଡିଆ ୮ୱିକେଟରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନର ଜବାବରେ ଇଣ୍ଡିଆ ୩୩୨ ରନ କରି ମାତ୍ର ୩୨ରନର ଅଗ୍ରଣି ଲାଭ କରିଥିଲା। ହେଲେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ୍‌ […]

cricket-india

Rakesh Mallick
  • Published: Tuesday, 28 March 2017
  • , Updated: 28 March 2017, 12:13 PM IST

ଧର୍ମଶାଳା: ଅନ୍ତିମ ତଥା ୪ର୍ଥ ଟେଷ୍ଟରେ ଦମଦାର ବିଜୟ ସହ ୪ଟିକିଆ ସିରିଜକୁ ଇଣ୍ଡିଆ ୨-୧ରେ ଜିତି ବର୍ଡର ଗାଭାସ୍କର ଟ୍ରଫିକୁ କବ୍‌ଜା କରିନେଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଧର୍ମଶାଳା ଟେଷ୍ଟରେ ଇଣ୍ଡିଆ ୮ୱିକେଟରେ ବିଜୟୀ ହୋଇଛି ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୦୦ ରନର ଜବାବରେ ଇଣ୍ଡିଆ ୩୩୨ ରନ କରି ମାତ୍ର ୩୨ରନର ଅଗ୍ରଣି ଲାଭ କରିଥିଲା। ହେଲେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ୍‌ ତିଷ୍ଟି ପରିନଥିଲେ। ଫଳରେ ଦ୍ୱିତୀୟ ଇଂନିସରେ କଂଗାରୁ ଟିମ୍‌ ୧୩୭ ରନରେ ସମସ୍ତ ୱିକେଟ ହରାଇଥିଲା । ଇଣ୍ଡିଆକୁ ଜିତିବା ପାଇଁ ମାତ୍ର ୧୦୬ରନର ଟାର୍ଗେଟ ମିଳିଥିବା ବେଳେ ୨ଟି ୱିକେଟ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା । ଯେଉଁଥିରେ ଲୋକେଶ ରାହୁଲ ୫୧ ଓ ଅଧିନାୟକ ରାହାନେ ୩୮ରନର ଅପରାଜିତ ପାରି ଖେଳି ଇଣ୍ଡିଆକୁ ଐତିହାସିକ ସିରଜ ବିଜୟୀ କରାଇଥିଲେ । ରବୀନ୍ଦ୍ର ଜାଡେଜା ଉଭୟ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ଟାଇଟଲ ହାସଲ କରିଛନ୍ତି ।

Related story