ଅଣ୍ଡର୍‌-19 ବିଶ୍ୱକପ: ଭାରତର ଆଉ ଏକ ସହଜ ବିଜୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ କ୍ରିକେଟ୍‌ ବିଶ୍ୱକପରେ ସହଜ ବିଜୟ ହାସଲ କରିଛି ଭାରତ। ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପପୁଆ ନିଉଗିନିଆକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚରେ ପପୁଆ ନିଉଗିନିକୁ ହରାଇ ବିଶ୍ୱକପରେ ଅପରାଜୟ ରହିଛି ଭାରତ। ଅଧିନାୟକ ପୃଥ୍ୱୀ ଶ୍ୱା ଆଜି ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ସେ ୩୮ଟି ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୯ ବର୍ଷରୁ କମ ବିଶ୍ୱକପରେ ତାଙ୍କର ଆକର୍ଷଣୀୟ ପ୍ରଦର୍ଶନ ଜାରି […]

india-under-19_806x605_71516074772

Ordigital Desk
  • Published: Tuesday, 16 January 2018
  • , Updated: 16 January 2018, 10:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯ ବର୍ଷରୁ କମ କ୍ରିକେଟ୍‌ ବିଶ୍ୱକପରେ ସହଜ ବିଜୟ ହାସଲ କରିଛି ଭାରତ। ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପପୁଆ ନିଉଗିନିଆକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚରେ ପପୁଆ ନିଉଗିନିକୁ ହରାଇ ବିଶ୍ୱକପରେ ଅପରାଜୟ ରହିଛି ଭାରତ। ଅଧିନାୟକ ପୃଥ୍ୱୀ ଶ୍ୱା ଆଜି ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ସେ ୩୮ଟି ବଲରୁ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୯ ବର୍ଷରୁ କମ ବିଶ୍ୱକପରେ ତାଙ୍କର ଆକର୍ଷଣୀୟ ପ୍ରଦର୍ଶନ ଜାରି ରହିଛି।

ଆଜି ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ। ପ୍ରଥମରୁ ପପୁଆ ନିଉଗିନିଆ ବ୍ୟାଟସମ୍ୟାନଙ୍କ ଉପରେ ପ୍ରଭାବ ବିସ୍ତାର କରି ଓ୍ୱିକେଟ ହାସଲ କରିଥିଲେ ଭାରତୀୟ ବୋଲର। ଭାରତୀୟ ବୋଲରଙ୍କୁ ସାମ୍ନା କରି ନପାରି ୨୧.୫ ଓଭରରେ ମାତ୍ର ୬୪ ରନରେ ପପୁଆ ନିଉଗିନିଆ ଅଲଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ଅନୁକୁଲ ରାୟ ୧୪ରନ ଦେଇ ୫ ଓ୍ୱିକେଟ ହାସଲ କରିଛନ୍ତି। ପୂର୍ବରୁ ପ୍ରଥମ ମ୍ୟାଚରେ ଭାରତ ୧୦୦ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।

Related story