ପାକିସ୍ତାନକୁ ହରାଇଲା ଭାରତ

ମସ୍କଟ: ଓମାନର ରାଜଧାନୀ ମସ୍କଟରେ ଚାଲିଥିବା ପୁରୁଷ ହକି ଏସିଆନ୍ ଚାମ୍ପିଅନ୍‌ସିପ୍ ଟ୍ରଫିରେ ଭାରତର ବିଜୟ ଅଭିଯାନ ଜାରି ରହିଛି। ଶନିବାର ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଏହି ପ୍ରତିଯୋଗିତାରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ୩-୧ ଗୋଲ୍‌ରେ ପାକିସ୍ତାନକୁ ହରାଇଛି। FT| A commendable effort by the Indian Men’s Hockey Team saw them beat arch-rivals Pakistan by a […]

india

Jitendra Garnayak
  • Published: Sunday, 21 October 2018
  • , Updated: 21 October 2018, 07:48 AM IST

ମସ୍କଟ: ଓମାନର ରାଜଧାନୀ ମସ୍କଟରେ ଚାଲିଥିବା ପୁରୁଷ ହକି ଏସିଆନ୍ ଚାମ୍ପିଅନ୍‌ସିପ୍ ଟ୍ରଫିରେ ଭାରତର ବିଜୟ ଅଭିଯାନ ଜାରି ରହିଛି।

ଶନିବାର ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଏହି ପ୍ରତିଯୋଗିତାରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି।

ଭାରତ ୩-୧ ଗୋଲ୍‌ରେ ପାକିସ୍ତାନକୁ ହରାଇଛି।

ବିଶ୍ୱର ୧୩ ନମ୍ବର ସ୍ଥାନରେ ଥିବା ପାକିସ୍ତାନ ମ୍ୟାଚ୍‌ ଆରମ୍ଭ ହେବା ମାତ୍ରେ ଭାରତ ଉପରେ ଏକ ଗୋଲ୍ କରିଥିଲା। ପ୍ରଥମ ମିନିଟ୍‌ରେ ଏହି ଗୋଲ୍ ହୋଇଥିଲା।

ମ୍ୟାଚ୍‌ର ୨୪ତମ ମିନିଟ୍‌ରେ ଭାରତ ପାକିସ୍ତାନ ଉପରେ ଗୋଟିଏ ଗୋଲ୍ କରି ସ୍ଥିତି ବରାବର କରି ଥିଲା। ଗୋଲ୍‌ଟି କରିଥିଲେ ଅଧିନାୟକ ମନପ୍ରୀତ୍‌ ସିଂହ।
ଏହା ପରେ ୩୩ତମ ମିନିଟ୍‌ରେ ମନଦୀପ ସିଂହ ଗୋଟିଏ ଗୋଲ୍ ଦେଇଥିଲେ। ଏହାର ୯ ମିନିଟ୍ ପରେ ଭାରତ ପାକିସ୍ତାନ ଉପରେ ଆଉ ଗୋଟିଏ ଗୋଲ୍ ଦେଇଥିଲା। ଦିଲ୍‌ପ୍ରୀତ୍ ସିଂହ ଏହି ଗୋଲ୍ କରିଥିଲେ।

ମ୍ୟାଚ୍‌ର ଚତୁର୍ଥ କ୍ୱାର୍ଟରରେ କୌଣସି ଗୋଲ୍ ହୋଇ ନଥିଲା। ଏହି ପର୍ଯ୍ୟାୟରେ ଭାରତ ପାକିସ୍ତାନ ଉପରେ ଆଧିପତ୍ୟ ଜମାଇ ଥିଲେ ବି ଆଉ ଗୋଲ୍ କରି ପାରି ନଥିଲା।

ସେହିଭଳି ଗତକାଲି ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଜାପାନ ୨-୦ ଗୋଲ୍‌ରେ କୋରିଆକୁ ପରାସ୍ତ କରିଥିଲା।
ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଜାପାନ ବିରୋଧରେ ଆସନ୍ତାକାଲି ଖେଳିବ। ଦଳ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଓମାନକୁ ୧୧-୦ରେ ପରାସ୍ତ କରିଥିଲା।

Related story