ବିଜୟ ସହିତ ଅଭିଯାନ ଆରମ୍ଭ କଲା ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍‌ରେ ଶୁକ୍ରବାରଠାରୁ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହୋଇଛି। ଆଉ ଏଥିରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି। ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୪ ରନ୍‌ରେ ହରାଇଛି। ଅଧିନାୟିକା ହରମନ୍‌ପ୍ରୀତ୍ କୌରଙ୍କ ଶତକ ବଳରେ ଭାରତ ୫ ୱିକେଟ୍‌ରେ ୧୯୪ ରନ୍ କରିଥିଲା। ୩୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ହରମନ୍‌ପ୍ରୀତ୍ ବାକି ୫୦ ରନ୍ ମାତ୍ର ୧୬ଟି ବଲ୍‌ରୁ ସଂଗ୍ରହ କରିଥିଲେ। ସେ ୫୧ଟି ବଲ୍‌ରେ ୧୦୩ ରନ୍ […]

Harmanpreet1

Harmanpreet1

Jitendra Garnayak
  • Published: Saturday, 10 November 2018
  • Updated: 10 November 2018, 09:45 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୱେଷ୍ଟଇଣ୍ଡିଜ୍‌ରେ ଶୁକ୍ରବାରଠାରୁ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆରମ୍ଭ ହୋଇଛି। ଆଉ ଏଥିରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି। ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୪ ରନ୍‌ରେ ହରାଇଛି।

ଅଧିନାୟିକା ହରମନ୍‌ପ୍ରୀତ୍ କୌରଙ୍କ ଶତକ ବଳରେ ଭାରତ ୫ ୱିକେଟ୍‌ରେ ୧୯୪ ରନ୍ କରିଥିଲା। ୩୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ହରମନ୍‌ପ୍ରୀତ୍ ବାକି ୫୦ ରନ୍ ମାତ୍ର ୧୬ଟି ବଲ୍‌ରୁ ସଂଗ୍ରହ କରିଥିଲେ। ସେ ୫୧ଟି ବଲ୍‌ରେ ୧୦୩ ରନ୍ କରିଥିଲେ। ଏଥିରେ ୭ ଚୌକା ଓ ୮ ଛକା ସାମିଲ ଥିଲା।

ଭାରତର ଆରମ୍ଭ ଭଲ ନଥିଲା। ଦୁଇ ଓପନର୍ ତାନିୟା ଭାଟିଆ ଓ ସ୍ମୃତି ମନ୍ଧାନା ଯଥାକ୍ରମରେ ୯ ଓ ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ୪୦ ରନ୍‌ରେ ଦଳ ତିନିଟି ୱିକେଟ୍ ହରାଇଥିଲା। ତେବେ ଜେମିମା ରଡ୍ରିଗ୍ୱେଜ୍ (୫୯ ରନ୍‌, ୪୫ ବଲ୍‌) ଓ ହରମନ୍‌ପ୍ରୀତ ପାଳିକୁ ସମ୍ଭାଳି ନେଇଥିଲେ।

୧୯୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୬୦ ରନ୍ କରିବାକୁ ସମର୍ଥ ହୋଇଥିଲା। ସୁଜି ବେଟ୍ସ ଓ କାଟି ମାର୍ଟିନଙ୍କ ବ୍ୟତୀତ ଅନ୍ୟମାନେ ଭାରତୀୟ ବୋଲରଙ୍କୁ ଖେଳି ପାରି ନଥିଲେ। ସୁଜି ୫୦ ବଲ୍‌ରେ ୬୭ ରନ୍ କରି ଥିଲେ। କାର୍ଟି ମାର୍ଟିନ ୨୫ ବଲ୍‌ରେ ୩୯ ରନ୍ କରିଥିଲେ।

ଭାରତ ପକ୍ଷରୁ ଅରୁନ୍ଧତି ରେଡ୍ଡି, ଦୀପ୍ତି ଶର୍ମା, ଦୟାଲାନ ହେମଲତା, ପୁନମ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ରାଧା ଯାଦବ ୨ଟି ୱିକେଟ୍ ନେଇଥିଲେ।

ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତାକାଲି ପାକିସ୍ତାନ ବିପକ୍ଷରେ ଖେଳିବ।

ଆହୁରି ପଢ଼ନ୍ତୁ: ମହିଳା ଟି୨୦ ବିଶ୍ୱକପ୍‌ରେ ରେକର୍ଡ ବର୍ଷା କଲା ଟିମ୍‌ ଇଣ୍ଡିଆ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos