ଦକ୍ଷିଣ ଆଫ୍ରିକାକୁ ପୁଣି ଦୁଃଖ ଦେଲା ବିରାଟ ବାହିନୀ

ଜୋହାନସବର୍ଗ: ଦିନିକିଆ ସିରିଜ୍‌କୁ ୫-୧ରେ ହାତେଇବା ପରେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ବି ଦକ୍ଷିଣ ଆଫ୍ରିକାକୁ ପାଣି ପିଆଇ ଦେଇଛି ବିରାଟ ବାହିନୀ। ତିନିଟି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ଜୋହାନସବର୍ଗରେ ଖେଳା ଯାଇଥିବା ବେଳେ ଏଥିରେ ଟିମ୍ ଇଣ୍ଡିଆ ୨୮ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଏହା ସହିତ ଦଳ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ଟସ୍ ଜିତି ଦକ୍ଷିଣ ଆଫ୍ରିକା ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳ ପ୍ରଥମେ […]

kkk

Rakesh Mallick
  • Published: Sunday, 18 February 2018
  • , Updated: 18 February 2018, 09:52 PM IST

ଜୋହାନସବର୍ଗ: ଦିନିକିଆ ସିରିଜ୍‌କୁ ୫-୧ରେ ହାତେଇବା ପରେ ଟ୍ୱେଣ୍ଟି ଟ୍ୱେଣ୍ଟିରେ ବି ଦକ୍ଷିଣ ଆଫ୍ରିକାକୁ ପାଣି ପିଆଇ ଦେଇଛି ବିରାଟ ବାହିନୀ। ତିନିଟି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ଜୋହାନସବର୍ଗରେ ଖେଳା ଯାଇଥିବା ବେଳେ ଏଥିରେ ଟିମ୍ ଇଣ୍ଡିଆ ୨୮ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଏହା ସହିତ ଦଳ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି।

ଟସ୍ ଜିତି ଦକ୍ଷିଣ ଆଫ୍ରିକା ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୩ ରନ୍ ସଂଗ୍ରହ କରିଥିଲା। ଶିଖର ଧାୱନ ସର୍ବାଧିକ ୭୨ ରନ୍ କରିଥିଲେ। ସେ ୩୯ଟି ବଲ୍‌ରୁ ୧୦ଟି ଚୌକା ଓ ୨ଟି ଛକା ମାରି ଏହି ରନ୍ ସଂଗ୍ରହ କରିଥିଲେ। ରୋହିତ ଶର୍ମା ୨୧ ରନ୍ କରିଥିବା ବେଳେ ସୁରେଶ ରାଇନା ୧୫, ବିରାଟ କୋହଲି ୨୬, ମନୀଷ ପାଣ୍ଡେ ୨୯ (ଅପରାଜିତ),  ଧୋନୀ ୨୧ ଓ ହାର୍ଦ୍ଦିକ ପାଣ୍ଡ୍ୟା (ଅପରାଜିତ) ୧୩ ରନ୍ କରିଥିଲେ।

୨୦୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଦକ୍ଷିଣ ଆଫ୍ରିକା ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଦଳ ୯ଟି ୱିକେଟ୍ ହରାଇଥିଲା। ରିଜା ହେଣ୍ଡ୍ରିକ୍‌ସ ଦଳ ପକ୍ଷରୁ ସର୍ବାଧିକ ୭୦ ରନ୍ କରିଥିଲେ।

ଚାରି ଓଭରରେ ୨୪ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ଭୁବନେଶ୍ୱର କୁମାରଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି।

Related story