ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତର ବିଜୟ ସହ ସିରିଜ କ୍ଲିନ୍ ସ୍ୱିପ

ଚେନ୍ନାଇ: ଲୋମଟାଙ୍କୁରା ଶେଷ ଓଭର ସହିତ ଶେଷ ବଲ୍‌ରେ ଜିତିଛି ଟିମ୍‌ ଇଣ୍ଡିଆ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଏହି ଦମ୍‌ଦାର ବିଜୟ ସହିତ ସମ୍ପୂର୍ଣ୍ଣ ଟି୨୦ ସିରିଜ୍‌କୁ ୩-୦ରେ ହାତେଇ ନେଇଛି ଟିମ୍‌ ଇଣ୍ଡିଆ। ଆଜି ୯୨ ରନ୍‌ର ଲଢ଼ୁଆ ଇନିଂସ୍‌ ଖେଳିଥିବା ଓପନର ଶିଖର ଧୱନ୍‌ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଦବ୍‌ଦବା ପ୍ରଦର୍ଶନ କରିଥିଲାବେଳେ ତାଙ୍କୁ ଏଥିରେ ଆକର୍ଷଣୀୟ ସହଯୋଗ ଦେଇଥିଲେ ରିଷଭ୍‌ ପନ୍ତ। କିନ୍ତୁ ଏପରି […]

Untitled-2

Untitled-2

Subrat Kumar Nayak
  • Published: Sunday, 11 November 2018
  • Updated: 11 November 2018, 11:08 PM IST

Sports

Latest News

ଚେନ୍ନାଇ: ଲୋମଟାଙ୍କୁରା ଶେଷ ଓଭର ସହିତ ଶେଷ ବଲ୍‌ରେ ଜିତିଛି ଟିମ୍‌ ଇଣ୍ଡିଆ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଏହି ଦମ୍‌ଦାର ବିଜୟ ସହିତ ସମ୍ପୂର୍ଣ୍ଣ ଟି୨୦ ସିରିଜ୍‌କୁ ୩-୦ରେ ହାତେଇ ନେଇଛି ଟିମ୍‌ ଇଣ୍ଡିଆ। ଆଜି ୯୨ ରନ୍‌ର ଲଢ଼ୁଆ ଇନିଂସ୍‌ ଖେଳିଥିବା ଓପନର ଶିଖର ଧୱନ୍‌ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଦବ୍‌ଦବା ପ୍ରଦର୍ଶନ କରିଥିଲାବେଳେ ତାଙ୍କୁ ଏଥିରେ ଆକର୍ଷଣୀୟ ସହଯୋଗ ଦେଇଥିଲେ ରିଷଭ୍‌ ପନ୍ତ।

କିନ୍ତୁ ଏପରି ଇନିଂସ ସତ୍ତ୍ୱେ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଧାର୍ଯ୍ୟ କରିଥିବା ୧୮୨ ରନ୍‌ର ବୃହତ ଟାର୍ଗେଟ୍‌କୁ ଚେଜ୍‌ କରିବା ଟିମ୍‌ ଇଣ୍ଡିଆ ପାଇଁ କଷ୍ଟକର ହୋଇପଡ଼ିଥିଲା। ଶେଷ ବଲ୍‌ ଯାଏ କଥା ଯାଇଥିଲା ଏବଂ ଶେଷରେ ଭାରତ ଏହି ରୋମାଞ୍ଚକର ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତିପାରିଥିଲା।

https://twitter.com/BCCI/status/1061664217722286081

ଭାରତର ଇନିଂସ୍‌ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ୬ ବଲ୍‌ରୁ ୪ ରନ୍‌ କରିଥିବା ସମୟରେ କିମୋ ପଲ୍‌ଙ୍କ ବଲ୍‌ରେ କାର୍ଲ୍‌ସ୍‌ ବ୍ରେଥୱେଟ୍‌ଙ୍କ ହାତରେ ଧରାପଡ଼ି ସଅଳ ବିଦାୟ ନେଇଥିଲେ। ଏହାପରେ କ୍ରିଜ୍‌କୁ ଓହ୍ଲାଇଥିବା ଲୋକେଶ ରାହୁଲ ଆରମ୍ଭରୁ ଆକ୍ରମଣାତ୍ମକ ଖେଳୁଥିଲେ ମଧ୍ୟ ୧୦ ବଲ୍‌ରେ ୧୭ ରନ୍‌ କରି ଓସାନେ ଟୋମାସ୍‌ଙ୍କ ଶିକାର ହୋଇଥିଲେ। ରାହୁଲ ବିଦାୟ ନେବାପରେ ଗୋଟିଏ ପଟେ ୱିକେଟ୍‌ ସମ୍ଭାଳି ଆସିଥିବା ଧୱନ୍‌ ଚିରାଚରିତଭାବେ ଧୂଆଁଧାର ବ୍ୟାଟିଂ କରିବା ଜାରି ରଖିଥିଲେ ଏବଂ ତାଙ୍କୁ ଏଥିରେ ଲଢ଼ୁଆ ସାଥ୍‌ ଦେଇଥିଲେ ରିଷଭ ପନ୍ତ। ରିଷଭ୍‌ ୩୮ ବଲ୍‌ରେ ୫୮ରନ୍‌ କରି ବିଦାୟ ନେବାବେଳକୁ ଜିତିବା ସ୍ଥିତି ପ୍ରାୟ ଆସିଯାଇଥିଲେ ମଧ୍ୟ ବଲ୍‌ ପିଛା ରନ୍‌ ପ୍ରାୟ ସମାନ ଥିବାରୁ ସଂକଟଜନକ ପରିସ୍ଥିତି ହୋଇଥିଲା।

https://twitter.com/BCCI/status/1061652080601878528

ଏପରିକି ଧୱନ୍‌ ଏପରି ସମୟରେ ବଡ଼ ଶଟ୍‌ ଖେଳି ବିଦାୟ ନେଲେ ଯେତେବେଳକୁ ଭାରତ ଜିତିବାପାଇଁ ୨ ବଲ୍‌ରେ ଏକ ରନ୍‌ ଆବଶ୍ୟକ କରୁଥିଲା। ସେ ୯୨ ରନ୍‌ କରିଥିବା ସମୟରେ ଫାବିଆନ୍‌ ଆଲେନ୍‌ଙ୍କ ବଲ୍‌ରେ ପୋଲାର୍ଡଙ୍କ ହାତରେ ଧରାପଡ଼ିଥିଲେ। ତାଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ଆସିଥିଲେ ହେଁ ଷ୍ଟ୍ରାଇକ୍‌ରେ ଥିବା ମନୀଷ ପାଣ୍ଡେ ଅନ୍ତିମ ବଲ୍‌ରେ ସିଙ୍ଗିଲ୍‌ ଚୋରାଇନେଇ ଦଳକୁ ବିଜୟୀ କରାଇଥିଲେ।

ସେହିଭଳି ୱେଷ୍ଟଇଣ୍ଡିଜ୍‌ ଇନିଂସ୍‌ରେ ଏସ୍‌ଡି ହୋପ୍‌ ଏବଂ ହେଟ୍‌ମେୟର ଇନିଂସ୍‌ ସମ୍ଭାଳି ଆସୁଥିବାବେଳେ ୟେଜୁବେନ୍ଦ୍ର ଚହଲ୍‌ ଉଭୟଙ୍କ ପାଇଁ ବିପଦ ପାଲଟିଥିଲେ। ଉଭୟ ଯଥାକ୍ରମେ ୨୪ ଓ ୨୬ ରନ୍‌ କରି ବିଦାୟ ନେଇଥିଲେ। ସେହିଭଳି ଡିଏମ୍‌ ବ୍ରାଭୋ ପ୍ରଶଂସନୀୟ ୪୩ ରନ୍‌ର ଇନିଂସ୍‌ ଖେଳି ୱେଷ୍ଟଇଣ୍ଡିଜ୍‌କୁ ବଡ଼ ସ୍କୋର୍‌ର ଆଶା ଦେଇଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। କିନ୍ତୁ ଡି ରାମଦିନ୍‌ ମାତ୍ର ୧୫ ରନ୍‌ରେ ବିଦାୟ ନେବାପରେ ତାଙ୍କ ସହିତ ଭାଗିଦାରୀରେ ସହଯୋଗ କରିଥିବା ଏନ୍‌ ପୂରନ୍‌ ସର୍ବାଧିକ ୫୩ ରନ୍‌ କରିପାରିଥିଲେ। ଫଳରେ ଦଳ ଭାରତ ପାଇଁ ୧୮୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିପାରିଥିଲା। ଚହଲ୍‌ଙ୍କୁ ୨ଟି ୱିକେଟ୍‌ ମିଳିଥିବାବେଳେ ୱାଶିଂଟନ୍‌ ସୁନ୍ଦରଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos