ଲଗାତର ତୃତୀୟ ମ୍ୟାଚ୍‌ ଜିତିଲା ଭାରତ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ମ୍ୟାଚ୍‌ରେ ଭାରତର ବିଜୟ ଧାରା ଜାରି ରହିଛି। ଦଳ ଲଗାତର ତୃତୀୟଥର ପାଇଁ ବିଜୟ ହୋଇଛି। ଏହି ବିଜୟ ସହିତ  କ୍ୱାର୍ଟର ଫାଇନାଲରେ ଭାରତର ସ୍ଥାନ ପକ୍କା ହୋଇଛି। ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି ଦଳ। ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଜିମ୍ବାୱେ। ଅନୁକୁଳ ସୁଧାକରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ଜିମ୍ବାୱେ ମାତ୍ର […]

india-under-19-captain-prithvi-shaw_806x605_51516263731

Rakesh Mallick
  • Published: Friday, 19 January 2018
  • , Updated: 19 January 2018, 09:53 PM IST

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ମ୍ୟାଚ୍‌ରେ ଭାରତର ବିଜୟ ଧାରା ଜାରି ରହିଛି। ଦଳ ଲଗାତର ତୃତୀୟଥର ପାଇଁ ବିଜୟ ହୋଇଛି। ଏହି ବିଜୟ ସହିତ  କ୍ୱାର୍ଟର ଫାଇନାଲରେ ଭାରତର ସ୍ଥାନ ପକ୍କା ହୋଇଛି। ଶେଷ ଲିଗ୍ ମ୍ୟାଚରେ ଜିମ୍ବାୱେକୁ ୧୦ ଓ୍ୱିକେଟରେ ପରାସ୍ତ କରିଛି ଦଳ। ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଜିମ୍ବାୱେ। ଅନୁକୁଳ ସୁଧାକରଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ଜିମ୍ବାୱେ ମାତ୍ର ୧୫୪ ରନରେ ଅଲଆଉଟ ହୋଇଯାଇଥିଲା।

୧୫୫ ରନ୍‌ରେ ବିଜୟ ଲକ୍ଷ୍ୟ ପିଛା କରି ଟିମ୍ ଇଣ୍ଡିଆ କୌଣସି ଓ୍ୱିକେଟ ନ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।  ଟିମ ଇଣ୍ଡିଆ ପକ୍ଷରୁ ଓପନର ହାରଭିକ ଦେଶାଇ ଓ ଶୁଭମ ଗିଲ୍ ଅପରାଜିତ ୫୬ ଓ ୯୦ ରନ କରିଥିଲେ।  ଭାରତ ଏପର୍ଯ୍ୟନ୍ତ ଗ୍ରୁପର ସବୁ ମ୍ୟାଚ ଜିତି  ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି।

Related story