ଡେନ୍‌ମାର୍କ ଓପନ୍‌: ସେମିରେ ସାଇନା ଓ ଶ୍ରୀକାନ୍ତ

ଓଡେନ୍ସ: ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ଦୁଇ ଷ୍ଟାର୍ ଶଟଲର୍‌ ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତଙ୍କ ବିଜୟ ଧାରା ଅବ୍ୟାହତ ରହିଛି। ଉଭୟ କ୍ୱାର୍ଟର ଫାଇନାଲ୍‌ ମୁକାବିଲାକୁ ବେଶ ରୋମାଞ୍ଚକର ଢଙ୍ଗରେ ଜିତି ସେମିଫାଇନାଲ୍‌ରେ ସେମାନଙ୍କ ସ୍ଥାନ ସୁରକ୍ଷିତ କରିଛନ୍ତି। ସାଇନା ତାଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ତଥା ବିଶ୍ୱର ନଂ ୩ ଖେଳାଳି ଜାପାନର ନୋଜମି ଓକୁହାରାଙ୍କୁ ପରାସ୍ତ କରିଥିବା ବେଳେ ଶ୍ରୀକାନ୍ତ ଅନ୍ୟତମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସମୀର ବର୍ମାଙ୍କୁ ହରାଇଛନ୍ତି। ସାଇନା ଓ […]

s1

Hemant Lenka
  • Published: Saturday, 20 October 2018
  • , Updated: 20 October 2018, 03:48 PM IST

ଓଡେନ୍ସ: ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ଦୁଇ ଷ୍ଟାର୍ ଶଟଲର୍‌ ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତଙ୍କ ବିଜୟ ଧାରା ଅବ୍ୟାହତ ରହିଛି। ଉଭୟ କ୍ୱାର୍ଟର ଫାଇନାଲ୍‌ ମୁକାବିଲାକୁ ବେଶ ରୋମାଞ୍ଚକର ଢଙ୍ଗରେ ଜିତି ସେମିଫାଇନାଲ୍‌ରେ ସେମାନଙ୍କ ସ୍ଥାନ ସୁରକ୍ଷିତ କରିଛନ୍ତି। ସାଇନା ତାଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ତଥା ବିଶ୍ୱର ନଂ ୩ ଖେଳାଳି ଜାପାନର ନୋଜମି ଓକୁହାରାଙ୍କୁ ପରାସ୍ତ କରିଥିବା ବେଳେ ଶ୍ରୀକାନ୍ତ ଅନ୍ୟତମ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସମୀର ବର୍ମାଙ୍କୁ ହରାଇଛନ୍ତି।

[caption id="attachment_290821" align="aligncenter" width="821"] ନୋଜମି ଓକୁହାରା[/caption]

ସାଇନା ଓ ଓକୁହାରାଙ୍କ ମଧ୍ୟରେ ମ୍ୟାଚ୍‌ ଆରମ୍ଭରୁ ହିଁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଓକୁହାରା ପ୍ରଥମ ସେଟ୍‌ରେ ସାଇନାକୁ ଚକମା ଦେଇ ୧୭-୨୧ରେ ବିଜୟୀ ହୋଇଥିଲେ। ପ୍ରଥମ ସେଟ୍‌ରେ ହାରିବା ସତ୍ତ୍ୱେ ସାଇନା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍‌କୁ ୨୧-୧୬ରେ ଜିତି ନେଇଥିଲେ। ତୃତୀୟ ତଥା ଅନ୍ତିମ ସେଟ୍‌ ଆରମ୍ଭରୁ ହିଁ ସାଇନା ତାଙ୍କର ଅସଲ ଜଲୱା ଦେଖାଇ ଥିଲେ। ଏହି ସେଟ୍‌କୁ ସେ ୨୧-୧୨ରେ ଜିତି ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ।

ଅନ୍ୟପକ୍ଷରେ ପୁରୁଷ କ୍ୱାର୍ଟର୍‌ରେ ଦୁଇ ଭାରତୀୟ ଶ୍ରୀକାନ୍ତ ଓ ସମୀର ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେଟ୍‌କୁ ଶ୍ରୀକାନ୍ତ ୨୨-୨୦ରେ ଜିତିନେଇଥିଲେ। ତେବେ ସମୀର ଦ୍ୱିତୀୟ ସେଟ୍‌କୁ ୧୯-୨୧ରେ ଜିତି ସ୍ଥିତି ବରାବର କରିଥିଲେ। ତୃତୀୟ ସେଟ୍‌ରେ ଉଭୟ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଚାଲିଥିବା ଏହି ସେଟ୍‌କୁ ୨୩-୨୧ରେ ଜିତି ନେଇ ଶ୍ରୀକାନ୍ତ ସେମି ଫାଇନାଲରେ ପ୍ରବେଶ କରିଥିଲେ।

[caption id="attachment_290822" align="aligncenter" width="864"] ସମୀର ବର୍ମା[/caption]

ଆଜି ବିଳମ୍ବିତ ରାତିରେ ଶ୍ରୀକାନ୍ତ ସେମି ଫାଇନାଲ୍‌ରେ ବିଶ୍ୱର ନଂ୧ ଖେଳାଳି ଜାପାନର କେଣ୍ଟୋ ମୋମୋଟାଙ୍କୁ ଭେଟିବେ।

ସେହିପରି ସାଇନା ତାଙ୍କ ସେମି ଫାଇନାଲ୍‌ରେ ବିଶ୍ୱର ୧୯ ନଂ ଖେଳାଳି ଇଣ୍ଡୋନେସିଆର ଜି ମାରସ୍କା ତୁନଜଙ୍ଗଙ୍କୁ ଭେଟିବେ।

Related story