ଅଣ୍ଡର-୧୯ ବିଶ୍ୱକପ୍‌: ଜାପାନକୁ ୪୧ ରନରେ ରୋକିଲା ଭାରତ

ବ୍ଲୋଏମଫୋଣ୍ଟେନ୍‌: ଡିଫେଣ୍ଡିଂ ଚାମ୍ପିୟନ୍ ଭାରତୀୟ କ୍ରିକେଟ୍ ଟିମ୍ ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ତା’ର ଦ୍ୱିତୀୟ ମୁକାବିଲାରେ ଅପେକ୍ଷାକୃତ ଦୁର୍ବଳ ଜାପାନକୁ ମାତ୍ର ୪୧ ରନରେ ଅଲଆଉଟ୍ କରିଦେଇଛି। ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଭାରତୀୟ ଟିମ୍ ଜାପାନକୁ ୨୨.୫ ଓଭରରେ ପ୍ୟାଭିଲିୟନ ପଠାଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ଭାରତ ୪.୫ ଓଭରରେ ବିନା କୌଣସି କ୍ଷତିରେ ହାସଲ କରିନେଇଥିଲା। ଏଥିସହ ଭାରତ ମୁକାବିଲାକୁ ୧୦ ୱିକେଟରେ ଜିତି ସୁପରଲିଗରେ ସ୍ଥାନ ପକ୍କା କରିଛି। ଭାରତ […]

u19

u19

Ranjit Kumar Jena
  • Published: Tuesday, 21 January 2020
  • Updated: 21 January 2020, 05:17 PM IST

Sports

Latest News

ବ୍ଲୋଏମଫୋଣ୍ଟେନ୍‌: ଡିଫେଣ୍ଡିଂ ଚାମ୍ପିୟନ୍ ଭାରତୀୟ କ୍ରିକେଟ୍ ଟିମ୍ ଚଳିତ ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପରେ ତା'ର ଦ୍ୱିତୀୟ ମୁକାବିଲାରେ ଅପେକ୍ଷାକୃତ ଦୁର୍ବଳ ଜାପାନକୁ ମାତ୍ର ୪୧ ରନରେ ଅଲଆଉଟ୍ କରିଦେଇଛି। ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ଭାରତୀୟ ଟିମ୍ ଜାପାନକୁ ୨୨.୫ ଓଭରରେ ପ୍ୟାଭିଲିୟନ ପଠାଇଥିଲା। ଏହି ଛୋଟିଆ ଲକ୍ଷ୍ୟକୁ ଭାରତ ୪.୫ ଓଭରରେ ବିନା କୌଣସି କ୍ଷତିରେ ହାସଲ କରିନେଇଥିଲା। ଏଥିସହ ଭାରତ ମୁକାବିଲାକୁ ୧୦ ୱିକେଟରେ ଜିତି ସୁପରଲିଗରେ ସ୍ଥାନ ପକ୍କା କରିଛି। ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୨୯ (୧୮ ବଲ୍‌, ୫ ଚୌକା, ୧ ଛକା) ଓ କୁମାର କୁଶାଗ୍ର ୧୩ (୧୧ ବଲ୍‌, ୨ ଚୌକା) ରନ୍ କରି ଅପରାଜିତ ଥିଲେ।

ମାତ୍ର ୪୧ ରନରେ ଅଲଆଉଟ୍ ହୋଇ ଜାପାନ ନୂଆ ରେକର୍ଡ ମଧ୍ୟ କରିଛି। ଅଣ୍ଡର୍‌-୧୯ ବିଶ୍ୱକପ୍ ଇତିହାସରେ ଜାପାନ ଯୁଗ୍ମ ଭାବେ ସର୍ବନିମ୍ନ ସ୍କୋର କରିଛି। ଏହି କ୍ଷେତ୍ରରେ ଜାପାନ କାନାଡା ଓ ବାଂଲାଦେଶ ଟିମ୍ ସମକକ୍ଷ ହୋଇଛି। ୨୦୦୨ରେ କାନାଡା ଓ ୨୦୦୮ରେ ବାଂଲାଦେଶ ଟିମ୍ ମଧ୍ୟ ୪୧ ରନରେ ଅଲଆଉଟ୍ ହୋଇଥିଲା। ତେବେ ଟି-୨୦ରେ ସର୍ବନିମ୍ନ ସ୍କୋରର ରେକର୍ଡ ସ୍କଟଲ୍ୟାଣ୍ଡ୍ ନାଁରେ ରହିଛି। ସ୍କଟଲ୍ୟାଣ୍ଡ୍ ୨୦୦୪ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମାତ୍ର ୨୨ ରନ୍ କରି ଅଲଆଉଟ୍ ହୋଇଥିଲା।

ଆଜିର ମ୍ୟାଚରେ ଜାପାନକୁ ଭାରତ ଅତିରିକ୍ତ ଭାବେ ୧୯ ରନ୍ ଦେଇଛି। ଯାହାକି ଜାପାନ ପାଇଁ ଏହା ହିଁ ସର୍ବାଧିକ ସ୍କୋର। ଏହାଛଡ଼ା ଦଳର କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ଏଥିମଧ୍ୟରୁ ପାଞ୍ଚଜଣ ବ୍ୟାଟ୍ସମ୍ୟାନ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଦଳ ପକ୍ଷରୁ ଶୁ ନୋଗୁଜି (୭) ଓ କେଣ୍ଟୋ ଡୋବେଲ୍ (୭) ସର୍ବାଧିକ ସ୍କୋର କରିଥିଲେ। ଭାରତ ପକ୍ଷରୁ ସ୍ପିନର୍ ରବି ବିଶ୍ନୋଇ ସବୁଠାରୁ ସଫଳ ବୋଲର ଭାବେ ମାତ୍ର ୫ ରନ୍ ଦେଇ ୪ ୱିକେଟ୍ ନେଇଛନ୍ତି। ତାଙ୍କ ବ୍ୟତୀତ ପେସ୍ ବୋଲର କାର୍ତ୍ତିକ ତ୍ୟାଗି ୩ଟି, ଆକାଶ ସିଂହ ୨ଟି ଓ ବିଦ୍ୟାଧର ପାଟିଲ୍ ଗୋଟିଏ ୱିକେଟ୍ ପାଇଥିଲେ।

ସୂଚନାଯୋଗ୍ୟ, ଭାରତ ତା'ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୯୦ ରନରେ ପରାସ୍ତ କରିଥିଲା। ସେହିପରି ଜାପାନ ତା'ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିଥାନ୍ତା, କିନ୍ତୁ ବର୍ଷା କାରଣରୁ ଏହି ମୁକାବିଲା ଧୋଇ ହୋଇଯାଇଥିଲା। ଯାହା ଫଳରେ ଉଭୟ ଜାପାନ ଓ ନ୍ୟୁଜିଲ୍ୟାଣ୍ଡକୁ ୧ ପଏଣ୍ଟ ଲେଖାଏ ମିଳିଥିଲା। ଭାରତ ତା'ର ପରବର୍ତ୍ତୀ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos