ଥାଇଲ୍ୟାଣ୍ଡ୍ ବକ୍ସିଂ: ପଦକ ପକ୍କା କଲେ ଭାଗ୍ୟବତୀ

ନୂଆଦିଲ୍ଲୀ: ବ୍ୟାଙ୍ଗକକରେ ଚାଲିଥିବା ଥାଇଲ୍ୟାଣ୍ଡ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତର ଭାଗ୍ୟବତୀ କାଚାରି (୭୫ କେଜି) ପଦକ ପକ୍କା କରିଛନ୍ତି। ଚଳିତ ବର୍ଷ ଇଣ୍ଡିଆ ଓପନାର ସ୍ୱର୍ଣ୍ଣ ପଦକ ଜିତିଥିବା ଭାଗ୍ୟବତୀ କ୍ୱାର୍ଟରଫାଇନାଲରେ ଭିଏତନାମର ଗୁୟେନ୍ ହୁଅଙ୍ଗଙ୍କୁ ୫-୦ରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି। ସେହିପରି ପୁରୁଷ ଡ୍ର’ରେ ଆଶିଷ କୁମାର (୬୯ କେଜି) ପ୍ରି-କ୍ୱାର୍ଟରଫାଇନାଲରେ କ୍ରୋଏସିଆର ପିଟର୍ ସେଟିନିକଙ୍କୁ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା […]

boxing

Ranjit Kumar Jena
  • Published: Tuesday, 23 July 2019
  • , Updated: 23 July 2019, 08:32 PM IST

ନୂଆଦିଲ୍ଲୀ: ବ୍ୟାଙ୍ଗକକରେ ଚାଲିଥିବା ଥାଇଲ୍ୟାଣ୍ଡ୍ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଭାରତର ଭାଗ୍ୟବତୀ କାଚାରି (୭୫ କେଜି) ପଦକ ପକ୍କା କରିଛନ୍ତି। ଚଳିତ ବର୍ଷ ଇଣ୍ଡିଆ ଓପନାର ସ୍ୱର୍ଣ୍ଣ ପଦକ ଜିତିଥିବା ଭାଗ୍ୟବତୀ କ୍ୱାର୍ଟରଫାଇନାଲରେ ଭିଏତନାମର ଗୁୟେନ୍ ହୁଅଙ୍ଗଙ୍କୁ ୫-୦ରେ ହରାଇ ସେମିଫାଇନାଲରେ ପହଞ୍ଚିଛନ୍ତି।

ସେହିପରି ପୁରୁଷ ଡ୍ର'ରେ ଆଶିଷ କୁମାର (୬୯ କେଜି) ପ୍ରି-କ୍ୱାର୍ଟରଫାଇନାଲରେ କ୍ରୋଏସିଆର ପିଟର୍ ସେଟିନିକଙ୍କୁ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ମହମ୍ମଦ ହୁସାମୁଦ୍ଦିନ (୫୬ କେଜି) ବୋଟ୍ସୱାନାର ଜଜୟ ମୋଲୱାଣ୍ଟୱାଙ୍କୁ ୫-୦ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଭାରତର ସାତଜଣ ବକ୍ସର ନିଜ ନିଜର ମୁକାବିଲା ଜିତି କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି।

Related story