ନୂଆଦିଲ୍ଲୀ: ସ୍ୱିଡେନର ବୋରାସଠାରେ ଅନୁଷ୍ଠିତ ଗୋଲ୍ଡେନ୍ ଗାର୍ଲ ଚାମ୍ପିୟନଶିପରେ ଭାରତୀୟ ଜୁନିୟର ଓ ୟୁଥ୍ ବକ୍ସର ଜବରଦସ୍ତ ପ୍ରଦର୍ଶନ କରି ୬ ସ୍ୱର୍ଣ୍ଣ ସମେତ ମୋଟ ୧୪ ପଦକ ଜିତିଛନ୍ତି। ଏହି ସଫଳତା ପାଇଁ ଭାରତକୁ ଚାମ୍ପିୟନ୍ ଟ୍ରଫି ଏବଂ ଶ୍ରେଷ୍ଠ ବକ୍ସର ପୁରସ୍କାର ମଧ୍ୟ ମିଳିଛି। ତେବେ ଚାମ୍ପିୟନଶିପରେ ଜୁନିୟର ମହିଳା ଟିମ୍ ୫ଟି ସ୍ୱର୍ଣ୍ଣ, ତିନୋଟି ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ୟୁଥ୍ ଟିମ୍ ଗୋଟିଏ ସ୍ୱର୍ଣ୍ଣ ଓ ଚାରୋଟି ବ୍ରୋଞ୍ଜ ପଦକ ଜିତିଛନ୍ତି।
ନିୟର ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହରିୟାଣାର ପ୍ରାଚୀ ଧାନକର୍ (୫୦କେଜି) ଶ୍ରେଷ୍ଠ ବକ୍ସର ପୁରସ୍କାର ଜିତିଛନ୍ତି। ପ୍ରାଚୀଙ୍କ ବ୍ୟତୀତ ଇଥୋଇବି ଚାନୁ ୱାଙ୍ଗଜାମ୍ (୫୪ କେଜି), ଲାଶୁ ଯାଦବ (୬୬ କେଜି) ଓ ମାହି ରାଘବ (୮୦ କେଜି) ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୟୁଥ୍ ବର୍ଗରେ ମୁସ୍କାନ୍ (୫୪ କେଜି) ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସାନ୍ୟା ନେଗି (୫୭କେଜି), ଦୀପିକା (୬୪କେଜି), ମୁସ୍କାନ୍ (୬୯କେଜି) ଓ ସାକ୍ଷୀ ଜାଦଲେ (୭୫ କେଜି) ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
ଜୁନିୟର ବର୍ଗରେ ଜାହ୍ନବୀ ଚୁରି (୪୬ କେଜି), ରୁଡି ଲାଲମିଙ୍ଗମୁଆନୀ (୬୬କେଜି) ଓ ତନିସ୍କ ପାଟିଲ୍ (୮୦ କେଜି) ରୌପ୍ୟ ପଦକ ହାସଲ କରିଥିବା ବେଳେ ଦିୟା ନେଗି ୬୦ କେଜି ବର୍ଗରେ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।