ବିପଜ୍ଜନକ ସ୍ଥିତିରେ ଅଛି ଭାରତୀୟ କ୍ରିକେଟ୍‌: ଗାଙ୍ଗୁଲି

ମୁମ୍ବାଇ:“ଭାରତୀୟ କ୍ରିକେଟ୍ ଏବେ ଅନିୟନ୍ତ୍ରିତ। ଦ୍ୱନ୍ଦ୍ୱରେ ରହି ବିସିସିଆଇ ନିଷ୍ପତ୍ତି ନେଉଛି। ସିଇଓଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଦୁଇ ଜଣ ସଦସ୍ୟ ବିଶିଷ୍ଟ ପ୍ରଶାସନିକ ସମିତି (ସିଓଏ)ରେ ମତଭେଦ ରହିଛି। ଏହି ମାମଲାକୁ ସମିତି ଯେଉଁଭଳି ଭଳି ଭାବେ ପରିଚାଳନା କରୁଛି, ତାହା ବିସିସିଆଇର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି।” ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନ୍‌ (ସିଏବି)ର ସଭାପତି ସୌରଭ ଗାଙ୍ଗୁଲି ଏ କଥା କହିଛନ୍ତି। ବିସିସିଆଇର କାର୍ଯ୍ୟକାରୀ […]

ganguly

Jitendra Garnayak
  • Published: Wednesday, 31 October 2018
  • , Updated: 31 October 2018, 11:52 AM IST

ମୁମ୍ବାଇ:“ଭାରତୀୟ କ୍ରିକେଟ୍ ଏବେ ଅନିୟନ୍ତ୍ରିତ। ଦ୍ୱନ୍ଦ୍ୱରେ ରହି ବିସିସିଆଇ ନିଷ୍ପତ୍ତି ନେଉଛି। ସିଇଓଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଦୁଇ ଜଣ ସଦସ୍ୟ ବିଶିଷ୍ଟ ପ୍ରଶାସନିକ ସମିତି (ସିଓଏ)ରେ ମତଭେଦ ରହିଛି। ଏହି ମାମଲାକୁ ସମିତି ଯେଉଁଭଳି ଭଳି ଭାବେ ପରିଚାଳନା କରୁଛି, ତାହା ବିସିସିଆଇର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି।”

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ପଶ୍ଚିମବଙ୍ଗ କ୍ରିକେଟ୍ ଆସୋସିଏସନ୍‌ (ସିଏବି)ର ସଭାପତି ସୌରଭ ଗାଙ୍ଗୁଲି ଏ କଥା କହିଛନ୍ତି।

ବିସିସିଆଇର କାର୍ଯ୍ୟକାରୀ ସଭାପତି, ସଂପାଦକ ଓ କୋଷାଧ୍ୟକ୍ଷଙ୍କୁ ସେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ କ୍ରିକେଟ୍‌ର ପ୍ରଶାସନରେ ଅଧୋଗତି ପରିଲକ୍ଷିତ ହୋଇଛି। ଭାରତୀୟ କ୍ରିକେଟ୍‌ ଏବେ ବିପଜ୍ଜନକ ସ୍ଥିତିରେ ଅଛି। ସ୍ଥିତି ସୁଧାରିବାକୁ ତୁରନ୍ତ ପଦକ୍ଷେପ ନିଆଯିବା ଜରୁରୀ। ବିସିସିଆଇର ଭାବମୂର୍ତ୍ତିକୁ ଭଲ ରଖିବା ପ୍ରାଥମିକା ହେବା ଦରକାର ବୋଲି ସେ କହିଛନ୍ତି।

ବିସିସିଆଇର ମୁଖ୍ୟ କିଏ, ସେ ନେଇ ବି କିଛି ସ୍ପଷ୍ଟ ଉତ୍ତର ନାହିଁ ବୋଲି ଗାଙ୍ଗୁଲି କହିଛନ୍ତି।

ପ୍ରଶାସନିକ ସମିତି (ସିଓଏ) ଉପରେ ଚାପ ପ୍ରୟୋଗ କରିବା ପାଇଁ ସେ ଏଭଳି କଡ଼ା ଶବ୍ଦ ବ୍ୟବହାର କରିଥିବା କୁହାଯାଉଛି। କାରଣ #MeToo ଅଭିଯାନରେ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ବିରୋଧ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ତାଙ୍କ ଉପରେ ଠିକଣା କାର୍ଯ୍ୟାନୁଷ୍ଠାନ ନେଇ ସିଓଏର ଦୁଇ ସଦସ୍ୟ ବିନୋଦ ରାଏ ଓ ଡାଏନା ଏଡୁଲଜୀ ମଧ୍ୟ ମତପାର୍ଥକ୍ୟ ହୋଇଛି।

ଜୋହରିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ବିନୋଦ ରାଏ ଏକ ସ୍ୱାଧୀନ କମିଟି ଗଠନ କରିଥିବା ବେଳେ ଡାଏନା ଏଡୁଲଜୀ ଚାହୁଁଛନ୍ତି ତାଙ୍କୁ ତୁରନ୍ତ ବିସିସିଆଇର ସିଇଓ ପଦରୁ ବହିଷ୍କାର କରାଯାଉ।

Related story