ଏସିଆନ୍‌ ନେସନ୍ସ କପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ଦଳର ବିଜୟ

ଆବୁଧାବୀ: ଏସିଆନ୍‌ ନେସନ୍ସ କପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ରାଉଣ୍ଡରେ ଭାରତୀୟ ପୁରୁଷ ଦଳ ଭିଏତନାମ୍‌କୁ  ୩-୧ରେ ପରାସ୍ତ କରିଛି। ଏହାସହ ଚୀନ୍‌କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛି। ଚୀନ୍‌ରେ ବିଶ୍ୱ ଓ ଅଲିମ୍ପିଆଡ୍‌ ଚାମ୍ପିୟନ୍ସସିପ୍‌ରେ ଭାରତ ୧୭ ପଏଣ୍ଟ ହାସଲ କରି ଟାଇଟଲ୍‌ ହାତେଇଛି। ଫାଇନାଲ ରାଉଣ୍ଡ ମ୍ୟାଚ୍‌ରେ ଟପ୍‌ ସିଡ୍‌ ଚାଇନା ୟୁଏଇକୁ ୪-୦ରେ ପରାସ୍ତ କରିଛି। ସେହିପରି କାଜଖାସ୍ତାନ ଓ ଇରାନ୍‌ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭିଏତନାମ୍‌ ବିପକ୍ଷ […]

Chess

Chess

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 03:05 PM IST

Sports

Latest News

ଆବୁଧାବୀ: ଏସିଆନ୍‌ ନେସନ୍ସ କପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ରାଉଣ୍ଡରେ ଭାରତୀୟ ପୁରୁଷ ଦଳ ଭିଏତନାମ୍‌କୁ  ୩-୧ରେ ପରାସ୍ତ କରିଛି। ଏହାସହ ଚୀନ୍‌କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛି।

ଚୀନ୍‌ରେ ବିଶ୍ୱ ଓ ଅଲିମ୍ପିଆଡ୍‌ ଚାମ୍ପିୟନ୍ସସିପ୍‌ରେ ଭାରତ ୧୭ ପଏଣ୍ଟ ହାସଲ କରି ଟାଇଟଲ୍‌ ହାତେଇଛି। ଫାଇନାଲ ରାଉଣ୍ଡ ମ୍ୟାଚ୍‌ରେ ଟପ୍‌ ସିଡ୍‌ ଚାଇନା ୟୁଏଇକୁ ୪-୦ରେ ପରାସ୍ତ କରିଛି। ସେହିପରି କାଜଖାସ୍ତାନ ଓ ଇରାନ୍‌ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଭିଏତନାମ୍‌ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଗ୍ରାଣ୍ଡମାଷ୍ଟର ଏସ୍‌ପି ସେଥୁରମଣ ଓ କେ ଶଶିକିରଣ ଦ୍ୱିତୀୟ ଓ ଚତୁର୍ଥ ବୋଡରେ ଜିତିଥିବା ବେଳେ ଗ୍ରାଣ୍ଡମାଷ୍ଟର ବି ଅଧିବାନ୍‌ ଓ ବିଦିତ୍‌ ସନ୍ତୋଷ ଗୁଜରାଥି ସେମାନଙ୍କ ଶୀର୍ଷ ଓ ତୃତୀୟ ବୋର୍ଡ ମ୍ୟାଚ୍‌କୁ ଡ୍ର ରଖିଛନ୍ତି।

ତୃତୀୟ ଥର ପାଇଁ ଭାରତ ଏହି ଇଭେଣ୍ଟକୁ ହାତେଇଛି।

ଏହା ପୂର୍ବରୁ ଭାରତ ୨୦୦୯ରେ କୋଲକାତା ଓ ୨୦୦୫ରେ ଇରାନ୍‌ ଇସ୍‌ଫାହାନ୍‌ରେ ଏହି ଟୁର୍ଣ୍ଣାମେଣ୍ଟ ଜିତିଥିବା ବେଳେ ଚୀନ୍ ଏହି ପ୍ରତିଯୋଗିତାରେ ଭାଗ ନେଇ ନ ଥିଲା। ତେଣୁ ଭାରତ ପୁରୁଷ ବର୍ଗଙ୍କ ଏହି ବିଜୟ ସ୍ମରଣୀୟ ହୋଇ ରହିବ।

ସେହିପରି ମହିଳା ବର୍ଗରେ ଟପ୍‌ ସିଡ୍‌ ଚୀନ୍ ୧୫ ପଏଣ୍ଟ ଜିତି ଟାଇଟଲ୍‌ ହାତେଇଥିବା ବେଳେ ଉଜ୍‌ବେକିସ୍ତାନ ୧୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଓ କାଜାଖସ୍ତାନ ୧୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

ଭାରତୀୟ ମହିଳା ଦଳ ୧୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos