ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏ ନେଇ ଆଜି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଥମ ଟେଷ୍ଟରେ ୨୯ ଓ ୦ କରି ଆଉଟ୍‌ ହୋଇଥିବା ଗୌତମ ଗମ୍ଭୀରଙ୍କୁ ଦ୍ୱିତୀୟ ଟେଷ୍ଟରେ ପରିବର୍ତ୍ତନ କରାଯାଇ ଲୋକେଶ ରାହୁଲଙ୍କୁ ଦଳରେ ସାମିଲ କରାଯାଇଥିଲା। ଦ୍ୱିତୀୟ ଟେଷ୍ଟ ବିଜୟ ପରେ ଭାରତ ୧-୦ରେ ସିରିଜ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନର ଦଳ ଉପରେ ଚୟନ କମିଟି ବିଶ୍ୱାସ ପ୍ରକଟ […]

india

Rakesh Mallick
  • Published: Tuesday, 22 November 2016
  • , Updated: 07 December 2016, 10:02 AM IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏ ନେଇ ଆଜି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପ୍ରଥମ ଟେଷ୍ଟରେ ୨୯ ଓ ୦ କରି ଆଉଟ୍‌ ହୋଇଥିବା ଗୌତମ ଗମ୍ଭୀରଙ୍କୁ ଦ୍ୱିତୀୟ ଟେଷ୍ଟରେ ପରିବର୍ତ୍ତନ କରାଯାଇ ଲୋକେଶ ରାହୁଲଙ୍କୁ ଦଳରେ ସାମିଲ କରାଯାଇଥିଲା।

ଦ୍ୱିତୀୟ ଟେଷ୍ଟ ବିଜୟ ପରେ ଭାରତ ୧-୦ରେ ସିରିଜ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନର ଦଳ ଉପରେ ଚୟନ କମିଟି ବିଶ୍ୱାସ ପ୍ରକଟ କରିବା ସହ ଏଥିରେ କୌଣସି ପରିବର୍ତ୍ତନ କରି ନ ଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।

ଆସନ୍ତା ୨୬ ତାରିଖରୁ ମୋହାଲିରେ ତୃତୀୟ ଟେଷ୍ଟ ଆରମ୍ଭ ହେବ। ସେହିପରି ଚତୁର୍ଥ ଟେଷ୍ଟ ମୁମ୍ବାଇରେ ଡିସେମ୍ବର ୮ରୁ ୧୨ ତାରିଖ ଏବଂ ପଞ୍ଚମ ଟେଷ୍ଟ ଚେନ୍ନାଇରେ ଡିସେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

Related story