ରାନୀ ଜିତିଲେ 'ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍‌' ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପାଲ୍ ସମ୍ମାନଜନକ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍‌’ ପୁରସ୍କାର ଜିତିଛନ୍ତି। ସେ ପ୍ରଥମ ହକି ଖେଳାଳି ଭାବେ ଏହି ବଡ଼ ପୁରସ୍କାର ଜିତି ନୂଆ ଇତିହାସ ରଚିଛନ୍ତି। “ଦି ୱାର୍ଲ୍ଡ ଗେମ୍ସ’ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ଦ୍ୱାରା ୨୦ ଦିନର ମତଦାନ ପରେ ଗୁରୁବାର ବିଜେତାର ଘୋଷଣା କରିଛି। ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ମୋଟ ୭୦୫,୬୦୧ ମତଦାନ ଦେଇଥିଲେ, ଯେଉଁଥିରୁ ରାନୀ ୧୯୯,୪୭୭ ଖଣ୍ଡ […]

rani

rani

Ranjit Kumar Jena
  • Published: Thursday, 30 January 2020
  • Updated: 30 January 2020, 10:22 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ରାନୀ ରାମପାଲ୍ ସମ୍ମାନଜନକ 'ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍‌' ପୁରସ୍କାର ଜିତିଛନ୍ତି। ସେ ପ୍ରଥମ ହକି ଖେଳାଳି ଭାବେ ଏହି ବଡ଼ ପୁରସ୍କାର ଜିତି ନୂଆ ଇତିହାସ ରଚିଛନ୍ତି। "ଦି ୱାର୍ଲ୍ଡ ଗେମ୍ସ' ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ଦ୍ୱାରା ୨୦ ଦିନର ମତଦାନ ପରେ ଗୁରୁବାର ବିଜେତାର ଘୋଷଣା କରିଛି।

ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ମୋଟ ୭୦୫,୬୦୧ ମତଦାନ ଦେଇଥିଲେ, ଯେଉଁଥିରୁ ରାନୀ ୧୯୯,୪୭୭ ଖଣ୍ଡ ଭୋଟ୍ ସହ ବର୍ଷର ଶ୍ରେଷ୍ଠ ଆଥଲେଟ୍ ବିବେଚିତ ହୋଇଛନ୍ତି। ଗତବର୍ଷ ଭାରତ ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ ଜିତିଥିଲା ଏବଂ ରାନୀ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ରାନୀଙ୍କ ନେତୃତ୍ୱରେ ଭାରତ ତୃତୀୟଥର ଅଲିମ୍ପିକ୍ କ୍ରୀଡ଼ା ପାଇଁ କ୍ୱାଲିଫାଏ କରିଛି।

ନିକଟରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ରାନୀ କହିଛନ୍ତି, ମୁଁ ଏହି ପୁରସ୍କାର ପୂରା ହକି ସମୁଦାୟ, ମୋ ଟିମ୍ ଏବଂ ମୋ ଦେଶକୁ ସମର୍ପିତ କରୁଛି। ଏହି ସଫଳତା ହକି ପ୍ରେମୀ, ପ୍ରଶଂସକ, ମୋ ଟିମ୍‌, ପ୍ରଶିକ୍ଷକ, ହକି ଇଣ୍ଡିଆ, ମୋ ସରକାର, ବଲିଉଡର ବନ୍ଧୁ, ସାଥୀ ଖେଳାଳି ଏବଂ ଦେଶବାସୀଙ୍କ ଭଲପାଇବା ଏବଂ ବିପୁଳ ସମର୍ଥନ ଯୋଗୁ ସଫଳ ହୋଇଛି, ଯେଉଁମାନେ ମୋ ପାଇଁ ଲଗାତାର ଭୋଟ୍ କରିଥିଲେ। ଏହାଛଡ଼ା ଏହି ସମ୍ମାନଜନକ ପୁରସ୍କାର ପାଇଁ ମୋତେ ମନୋନୀତ କରିଥିବାରୁ ଏଫଆଇଏଚ୍ ବହୁତ ଧନ୍ୟବାଦ।

ସୂଚନାଯୋଗ୍ୟ, ଏହି ପୁରସ୍କାର ପାଇଁ ବିଭିନ୍ନ କ୍ରୀଡ଼ାର ୨୫ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଥିଲା। ଏଫଆଇଏଚ୍ ରାନୀଙ୍କ ନାଁ ସୁପାରିସ୍ କରିଥିଲା। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଟ୍ୱିଟ୍ କରି ରାନୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛି। ଏହି ପୁରସ୍କାର ଦୌଡ଼ରେ ୟୁକ୍ରେନର କରାଟେ ଷ୍ଟାର୍ ଷ୍ଟାନିସ୍ଲାଭ ହୋରୁନା ଏବଂ କ୍ୟାନାଡାର ପାୱାରଲିଫ୍ଟିଙ୍ଗ୍ ୱାର୍ଲ୍ଡ ଚାର୍ମ୍ପିନ୍ ରିଆ ଷ୍ଟିନ୍ ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story