ମହିଳା ହକି ବିଶ୍ୱକପ୍‌: ଭାରତ ପାଖରେ ୪୪ ବର୍ଷ ପରେ ସେମିଫାଇନାଲ୍‌ ଖେଳିବାର ସୁଯୋଗ

ନୂଆଦିଲ୍ଲୀ: ଲଣ୍ଡନ୍‌ରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିର କ୍ୱାର୍ଟର ଫାଇନାଲ୍‌ରେ ଆଜି ଭାରତ ଆୟାର୍ଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି ୧୦.୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଭାରତୀୟ ଦଳ ଯଦି ଏଥିରେ ବିଜୟୀ ହୁଏ, ତେବେ ୪୪ ବର୍ଷ ପରେ ପୁଣି ଥରେ ସେମିଫାଇନାଲ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିବ। ୧୯୭୪ରେ ଭାରତ ଫ୍ରାନ୍ସକୁ ହରାଇ ସେମିଫାଇନାଲ୍‌କୁ ଯାଇଥିଲା। ଏହି ବିଶ୍ୱକପ୍‌ରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ଆର୍ଜେଣ୍ଟିନାର ରୋସାରିୟାରେ ହୋଇଥିବା ଗତ ବିଶ୍ୱକପ୍‌ରେ ଭାରତକୁ ଅଷ୍ଟମ […]

hockey-india

Rakesh Mallick
  • Published: Thursday, 02 August 2018
  • , Updated: 02 August 2018, 03:01 PM IST

ନୂଆଦିଲ୍ଲୀ: ଲଣ୍ଡନ୍‌ରେ ଚାଲିଥିବା ମହିଳା ବିଶ୍ୱକପ୍‌ ହକିର କ୍ୱାର୍ଟର ଫାଇନାଲ୍‌ରେ ଆଜି ଭାରତ ଆୟାର୍ଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି ୧୦.୩୦ରେ ଏହି ମ୍ୟାଚ୍‌ ଖେଳାଯିବ। ଭାରତୀୟ ଦଳ ଯଦି ଏଥିରେ ବିଜୟୀ ହୁଏ, ତେବେ ୪୪ ବର୍ଷ ପରେ ପୁଣି ଥରେ ସେମିଫାଇନାଲ୍‌ ଖେଳିବାର ଯୋଗ୍ୟତା ଅର୍ଜନ କରିବ।

୧୯୭୪ରେ ଭାରତ ଫ୍ରାନ୍ସକୁ ହରାଇ ସେମିଫାଇନାଲ୍‌କୁ ଯାଇଥିଲା। ଏହି ବିଶ୍ୱକପ୍‌ରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।

ଆର୍ଜେଣ୍ଟିନାର ରୋସାରିୟାରେ ହୋଇଥିବା ଗତ ବିଶ୍ୱକପ୍‌ରେ ଭାରତକୁ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଶେଷ ଦୁଇଟି ମୁକାବିଲାରେ ଆୟାର୍ଲାଣ୍ଡ ଭାରତକୁ ପରାସ୍ତ କରିଛି। ଚଳିତ ବିଶ୍ୱକପ୍‌ର ପୁଲ୍‌ ମ୍ୟାଚ୍‌ରେ ଓ ଗତବର୍ଷ ଜୋହାନ୍ସବର୍ଗରେ ହୋଇଥିବା କି ବିଶ୍ୱ ଲିଗ୍‌ ସେମିଫାଇନାଲରେ ଭାରତ, ଆୟାର୍ଲାଣ୍ଡ ଠାରୁ ପରାସ୍ତ ହୋଇଛି।

ଚଳିତ ବିଶ୍ୱକପ୍‌ରେ କ୍ରେସ୍‌-ଓଭର୍‌ ମ୍ୟାଚ୍‌ରେ ଇଟାଲୀକୁ ୩-୦ରେ ହରାଇ ଭାରତ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଯଦି ଆଜି ଆୟାର୍ଲାଣ୍ଡକୁ ହରାଇ ଦିଏ, ତେବେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ରେ ସେମିଫାଇନାଲ୍‌ ଖେଳିବାକୁ ଭାରତ ଯୋଗ୍ୟତା ଅର୍ଜନ କରିବ।

Related story