ମହିଳା ଟି-୨୦ ଏସିଆ କପ୍‌: ଭାରତୀୟ ଟିମ୍‌ ଚାମ୍ପିଅନ୍‌

ବେଙ୍କକ୍‌: ବେଙ୍କକ୍‌ରେ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଗ୍ରାଉଣ୍ଡରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ(ଏସିସି) ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତୀୟ ମହିଳା ଟିମ୍‌ ପାରମ୍ପରୀକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଆଜି ପରାସ୍ତ କରିଛି। ଭାରତ ଟସ୍‌ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୨୨ ରନ୍‌ କରିଥିଲା। ଭାରତ ପକ୍ଷରୁ ମିତାଲି ରାଜ୍‌ ୭୫ ରନ୍‌ କରି ନଟ୍‌ଆଉଟ୍‌ ଥିବାବେଳେ ଝୁଲଣ ଗୋସ୍ୱାମୀ ୧୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅନ୍ୟ କୌଣସି ଖେଳାଳି […]

indian-womens-team

Rakesh Mallick
  • Published: Sunday, 04 December 2016
  • , Updated: 04 December 2016, 05:42 PM IST

ବେଙ୍କକ୍‌: ବେଙ୍କକ୍‌ରେ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଗ୍ରାଉଣ୍ଡରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ(ଏସିସି) ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତୀୟ ମହିଳା ଟିମ୍‌ ପାରମ୍ପରୀକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଆଜି ପରାସ୍ତ କରିଛି।

ଭାରତ ଟସ୍‌ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୨୨ ରନ୍‌ କରିଥିଲା। ଭାରତ ପକ୍ଷରୁ ମିତାଲି ରାଜ୍‌ ୭୫ ରନ୍‌ କରି ନଟ୍‌ଆଉଟ୍‌ ଥିବାବେଳେ ଝୁଲଣ ଗୋସ୍ୱାମୀ ୧୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ।

ଏହାର ଜବାବରେ ପାକିସ୍ତାନ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୦୪ ରନ୍‌ କରିଥିଲା। ଭାରତ ପକ୍ଷରୁ ଏକତା ବିଷ୍ଟ୍‌ ୨ଟି, ଏଏ ପଟେଲ, ଝୁଲଣ ଗୋସ୍ୱାମୀ, ଏସ୍‌. ପାଣ୍ଡେ ଓ ପ୍ରୀତି ବିଷ୍ଟ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ମିତାଲି ରାଜଙ୍କୁ ପ୍ଲେୟର ଅଫ୍‌ ଦି’ ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦି’ ସିରିଜ୍‌ ଭାବେ ବିବେଚନା କରାଯାଇଛି।

Related story