ନୂଆ ପ୍ରତିଭା ସନ୍ଧାନରେ ଭାରତୀୟ ମହିଳା ଫୁଟବଲ ଟିମର କୋଚ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଶେଷ ଭାଗରେ ଭାରତ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ଆୟୋଜନ ପାଇଁ ପ୍ରସ୍ତୁତ କରିବା ସହ ଦେଶରେ ଲୁକ୍କାୟିତ ନୂଆ ପ୍ରତିଭା ସନ୍ଧାନରେ ମଧ୍ୟ ରହିଛି। ଭାରତୀୟ ମହିଳା ଟିମର ମୁଖ୍ୟ କୋଚ୍ ମୈମୋଲ୍ ରକି ଏବେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ମହିଳା ଫୁଟବଲ୍ ମ୍ୟାଚ୍ ଉପରେ କଡ଼ା ନଜର ରଖିଛନ୍ତି। ଏହିଠାରୁ ସେ ନୂଆ ଫୁଟବଲ୍ ପ୍ରତିଭା ଖୋଜିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଗୌହାଟିଠାରେ […]

rockey

rockey

Ranjit Kumar Jena
  • Published: Friday, 28 February 2020
  • Updated: 28 February 2020, 04:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଶେଷ ଭାଗରେ ଭାରତ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ଆୟୋଜନ ପାଇଁ ପ୍ରସ୍ତୁତ କରିବା ସହ ଦେଶରେ ଲୁକ୍କାୟିତ ନୂଆ ପ୍ରତିଭା ସନ୍ଧାନରେ ମଧ୍ୟ ରହିଛି। ଭାରତୀୟ ମହିଳା ଟିମର ମୁଖ୍ୟ କୋଚ୍ ମୈମୋଲ୍ ରକି ଏବେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ମହିଳା ଫୁଟବଲ୍ ମ୍ୟାଚ୍ ଉପରେ କଡ଼ା ନଜର ରଖିଛନ୍ତି। ଏହିଠାରୁ ସେ ନୂଆ ଫୁଟବଲ୍ ପ୍ରତିଭା ଖୋଜିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି।

ଗୌହାଟିଠାରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ରକି ଜଣେ ସ୍ଥାୟୀ ବ୍ୟକ୍ତିତ୍ୱ ଥିଲେ ଏବଂ ଭବିଷ୍ୟତ ପାଇଁ ନୂତନ ପ୍ରତିଭାଙ୍କ ସନ୍ଧାନ ଆଶାରେ ସେ ଏବେ ଭୁବନେଶ୍ୱର ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ରେ ମଧ୍ୟ ଉପସ୍ଥିତ ଅଛନ୍ତି। ସେ କହିଛନ୍ତି, "ପ୍ରତିଯୋଗିତା କ'ଣ ରହିଛି ତାହା ଫରକ ପଡ଼େ ନାହିଁ । ମୁଁ ବିଶ୍ୱାସ କରେ ଯଦି ମୁଁ ସେମାନଙ୍କ ମଧ୍ୟରୁ ଦୁଇଟି ଖେଳାଳିଙ୍କୁ ଖୋଜି ବାହାର କରିପାରିବି, ତେବେ ଆମେ ନ୍ୟାସନାଲ ଟିମରେ ସେମାନଙ୍କୁ ସାମିଲ କରିପାରିବୁ।''

ଅତି ନିକଟରୁ ବାଳିକାମାନଙ୍କର ଫୁଟବଲ ପ୍ରତିଯୋଗିତା ଦେଖି ରକି ଆନାମଲାଇ ୟୁନିଭର୍ସିଟି ଏବଂ ଗୋଆ ୟୁନିଭର୍ସିଟିକୁ ତାଙ୍କ ଫେଭରିଟ୍ ଟିମ୍ ଭାବେ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ସଂଖ୍ୟକ ଖେଳାଳି ନିକଟରେ ଆୟୋଜିତ ଆଇଡବ୍ଲ୍ୟୁଏଲରେ ଖେଳିଛନ୍ତି।

ଗୋଟିଏ ଦଳରେ ଜଣେ କିମ୍ବା ଦୁଇଜଣ ଶ୍ରେଷ୍ଠ ଖେଳାଳି ଥାନ୍ତି। ସେଥିରେ ପୂର୍ବରୁ ହିଁ ଅନେକ ନ୍ୟାସନାଲ କ୍ୟାମ୍ପର ଅଂଶ ହୋଇଥିବେ କିମ୍ବା ପାଖାପାଖି ଥିବେ। ଏଠାକୁ ଆସିବାର ଉଦ୍ଦେଶ୍ୟ ହେଉଛି କିଛି ଅନ୍ୟ ଖେଳାଳିଙ୍କୁ ଖୋଜି ବାହାର କରିବା। ଏଠାରୁ ଆମେ କିଛି ଅଧିକ ଖେଳାଳି ପାଇପାରିବୁ ବୋଲି ଆଶାବାଦୀ ଅଛୁ ବୋଲି ରକି କହିଛନ୍ତି।

ଗତ କିଛି ବର୍ଷ ହେବ ଦେଶରେ ବାଳିକାଙ୍କ ପାଇଁ ପ୍ରତିଯୋଗିତା ସଂଖ୍ୟାରେ ବୃଦ୍ଧିକୁ ନେଇ ରକି ଅତ୍ୟନ୍ତ ପ୍ରଭାବିତ ହୋଇଛନ୍ତି ଏବଂ ମହିଳା ଫୁଟବଲକୁ ଏକ ପ୍ଲାଟଫର୍ମ ଯୋଗାଇଦେଇଥିବାରୁ ଖେଲୋ ଇଣ୍ଡିଆ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "କ୍ୟାମ୍ପରେ ଯେତେ ଅଧିକ ସଂଖ୍ୟକ ଖେଳାଳି ରହିବେ, ଏହା ଭାରତୀୟ ଫୁଟବଲ ପାଇଁ ସେତେ ଉନ୍ନତ ହେବ।''

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story