ସାଉଥ୍ ଏସିଆନ୍ ଗେମ୍ସ: ଭଲିବଲରେ ଭାରତକୁ ଡବଲ୍ ସ୍ୱର୍ଣ୍ଣ

କାଠମାଣ୍ଡୁ: ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ଭଲିବଲ୍ ଟିମ୍ ଭଲିବଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଟିମ୍ ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ରେ ହରାଇ ଏହି ସଫଳତା ହାସଲ କରିଛି। ସେହିପରି ମହିଳା ଟିମ୍ ଫାଇନାଲରେ ନେପାଳକୁ ୩-୨ରେ ହରାଇ ଚାମ୍ପିୟନ୍ ହୋଇଛି। ଦଶରଥ ଷ୍ଟାଡିୟମରେ ଖେଳାଯାଇଥିବା ପୁରୁଷ ଭଲିବଲ୍ ଫାଇନାଲ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତ ପ୍ରଥମ ଗେମରେ ୨୦-୨୫ରେ ହାରିଯାଇଥିଲା। କିନ୍ତୁ ଏହା ପରେ ଟିମ୍ ଜବରଦସ୍ତ କମବ୍ୟାକ୍ କରିଥିଲା […]

volleyball

Ranjit Kumar Jena
  • Published: Tuesday, 03 December 2019
  • , Updated: 03 December 2019, 08:26 PM IST

କାଠମାଣ୍ଡୁ: ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ଭାରତୀୟ ପୁରୁଷ ଓ ମହିଳା ଭଲିବଲ୍ ଟିମ୍ ଭଲିବଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ଟିମ୍ ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ରେ ହରାଇ ଏହି ସଫଳତା ହାସଲ କରିଛି। ସେହିପରି ମହିଳା ଟିମ୍ ଫାଇନାଲରେ ନେପାଳକୁ ୩-୨ରେ ହରାଇ ଚାମ୍ପିୟନ୍ ହୋଇଛି।

ଦଶରଥ ଷ୍ଟାଡିୟମରେ ଖେଳାଯାଇଥିବା ପୁରୁଷ ଭଲିବଲ୍ ଫାଇନାଲ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତ ପ୍ରଥମ ଗେମରେ ୨୦-୨୫ରେ ହାରିଯାଇଥିଲା। କିନ୍ତୁ ଏହା ପରେ ଟିମ୍ ଜବରଦସ୍ତ କମବ୍ୟାକ୍ କରିଥିଲା ଏବଂ ପରବର୍ତ୍ତୀ ଦୁଇଟି ଗେମକୁ ଯଥାକ୍ରମେ ୨୫-୧୫ ଓ ୨୫-୧୭ ପଏଣ୍ଟରେ ଜିତି ଆଗୁଆ ହୋଇଥିଲା।

ଚତୁର୍ଥ ଗେମ ରୋମାଞ୍ଚକର ହୋଇଥିବା ବେଳେ ଏଥିରେ ଭାରତ ୨୯-୨୭ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲା। ଏହି ସଫଳତା ପରେ ଭାରତୀୟ ଦଳର କୋଚ୍ ଜିଇ ଶ୍ରୀଧରନ ଅଲିମ୍ପିକକୁ କ୍ୱାଲିଫାଏ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ପୁରୁଷ ବିଭାଗରେ ଶ୍ରୀଲଙ୍କା ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି।

ମହିଳା ଫାଇନାଲ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ଗେମକୁ ୨୫-୧୭ରେ ଜିତିବା ପରେ ଭାରତ ପରବର୍ତ୍ତୀ ଦୁଇଟି ଗେମରେ ଯଥାକ୍ରମେ ୨୩-୨୫, ୨୧-୨୫ ପଏଣ୍ଟରେ ହାରିଯାଇଥିଲା। ୧-୨ରେ ପଛୁଆ ରହିବା ପରେ ଭାରତ ସଫଳତାର ସହ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଶେଷ ଦୁଇଟି ଗେମକୁ ୨୫-୨୦ ଓ ୧୫-୬ରେ ଜିତି ଟାଇଟଲ୍ ହାସଲ କରିଥିଲା। ମହିଳା ବିଭାଗରେ ଶ୍ରୀଲଙ୍କା ଟିମ୍ ବ୍ରୋଞ୍ଜ ପଦକ ଜିତିଛି।

Related story