ଇଣ୍ଡୋନେସିଆ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ

ଜାକର୍ତ୍ତା: ବିଶ୍ୱ ଚାମ୍ପିୟନ୍ ପିଭି ସିନ୍ଧୁ ଏଠାରେ ଆରମ୍ଭ ହୋଇଥିବା ଇଣ୍ଡୋନେସିଆ ମାଷ୍ଟର୍ସ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଦେଶର ଅନ୍ୟତମ ଅଗ୍ରଣୀ ଖେଳାଳି ସାଇନା ନେହ୍ୱାଲ ପ୍ରଥମ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଏହାବ୍ୟତୀତ ପୁରୁଷ ବର୍ଗାର ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀତ, କିଦାମ୍ବୀ ଶ୍ରୀକାନ୍ତ ଏବଂ ସୌରଭ ବର୍ମା ମଧ୍ୟ ପ୍ରଥମ ରାଉଣ୍ଡରେ ହାରିଯାଇଛନ୍ତି। ପଞ୍ଚମ ସିଡ୍ ସିନ୍ଧୁ ମହିଳା ସିଙ୍ଗଲ୍ସ […]

sindhu

sindhu

Ranjit Kumar Jena
  • Published: Wednesday, 15 January 2020
  • Updated: 15 January 2020, 07:23 PM IST

Sports

Latest News

ଜାକର୍ତ୍ତା: ବିଶ୍ୱ ଚାମ୍ପିୟନ୍ ପିଭି ସିନ୍ଧୁ ଏଠାରେ ଆରମ୍ଭ ହୋଇଥିବା ଇଣ୍ଡୋନେସିଆ ମାଷ୍ଟର୍ସ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଦେଶର ଅନ୍ୟତମ ଅଗ୍ରଣୀ ଖେଳାଳି ସାଇନା ନେହ୍ୱାଲ ପ୍ରଥମ ରାଉଣ୍ଡରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି। ଏହାବ୍ୟତୀତ ପୁରୁଷ ବର୍ଗାର ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ବି. ସାଇ ପ୍ରଣୀତ, କିଦାମ୍ବୀ ଶ୍ରୀକାନ୍ତ ଏବଂ ସୌରଭ ବର୍ମା ମଧ୍ୟ ପ୍ରଥମ ରାଉଣ୍ଡରେ ହାରିଯାଇଛନ୍ତି।

ପଞ୍ଚମ ସିଡ୍ ସିନ୍ଧୁ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ଜାପାନର ଆୟା ଓହୋରିଙ୍କୁ ୧୪-୨୧, ୨୧-୧୫, ୨୧-୧୧ ଗେମରେ ପରାସ୍ତ ହୋଇଛନ୍ତି। ସିନ୍ଧୁ ଜାପାନର ୨୦ ନମ୍ବର ଖେଳାଳିଙ୍କ ବିରୋଧରେ ଶେଷ ୧୦ଟି ମୁକାବିଲାରେ ଆଦୌ ପରାସ୍ତ ହୋଇନାହାନ୍ତି। କିନ୍ତୁ ବୁଧବାର ସିନ୍ଧୁଙ୍କୁ ସାମାନ୍ୟ ଚାପରେ ଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଗେମରେ ୧୪-୨୧ରେ ହାରିବା ପରେ ସିନ୍ଧୁଙ୍କ ଜବରଦସ୍ତ କମବ୍ୟାକ୍ କରିଥିଲେ। ପରବର୍ତ୍ତୀ ଦୁଇଟି ଗେମରେ ସିନ୍ଧୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ଏବଂ ପ୍ରତିପକ୍ଷ ଖେଳାଳିଙ୍କୁ କୌଣସି ସୁଯୋଗ ଦେଇନଥିଲେ। ପରବର୍ତ୍ତୀ ରାଉଣ୍ଡରେ ସିନ୍ଧୁ ଜାପାନର ସାୟାକା ତାକାହାଶିଙ୍କୁ ଭେଟିବେ, ଯିଏ ପ୍ରଥମ ରାଉଣ୍ଡରେ ସାଇନାଙ୍କୁ ହରାଇଛନ୍ତି।

ଗତବର୍ଷ ଏଠାରେ ଚାମ୍ପିୟନ୍ ହୋଇଥିବା ସାଇନା ପ୍ରଥମ ରାଉଣ୍ଡରେ ତାକାହାଶିଙ୍କ ନିକଟରୁ ୨୧-୧୯, ୧୩-୨୧, ୫-୨୧ ଗେମରେ ପରାସ୍ତ ହୋଇଛନ୍ତି। ମ୍ୟାଚରେ ସାଇନା ଜବରଦସ୍ତ ଆରମ୍ଭ କରିଥିଲେ ଏବଂ ପ୍ରଥମ ଗେମକୁ ୨୧-୧୯ରେ ଜିତି ୧-୦ରେ ଆଗୁଆ ରହିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ଗେମରେ ସାଇନା ନିଜର ଏହି ଫର୍ମକୁ ବଜାୟ ରଖିପାରିନଥିଲେ। ଶେଷ ଦୁଇଟି ଗେମକୁ ଜିତିବା ପାଇଁ ତାକାହାଶିଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା। ଲଣ୍ଡନ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାଇନା ଗତ ସପ୍ତାହରେ ଆୟୋଜିତ ମ୍ୟାଲେସିଆ ମାଷ୍ଟର୍ସର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ।

ବିଶ୍ୱର ୧୨ ନମ୍ବର ଖେଳାଳି ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ଘରୋଇ ଫେଭରିଟ୍ ଶେସାର ହିରେନ୍ ରୁସ୍ତାଭିଟୋଙ୍କ ନିକଟରୁ ୨୧-୧୮, ୧୨-୨୧, ୧୪-୨୧ ଗେମରେ ପରାସ୍ତ ହୋଇଥିଲେ। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୧ ଘଣ୍ଟା ୩ ମିନିଟ୍ ଧରି ଚାଲିଥିଲା। ଚଳିତ ସିଜନରେ ଶ୍ରୀକାନ୍ତଙ୍କର ଏହା କ୍ରମାଗତ ଦ୍ୱିତୀୟ ପ୍ରଥମ ରାଉଣ୍ଡ ପରାଜୟ। ଏହା ପୂର୍ବରୁ ସେ ମ୍ୟାଲେସିୟା ମାଷ୍ଟର୍ସର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।

ଶ୍ରୀକାନ୍ତଙ୍କ ବ୍ୟତୀତ ସାଇ ପ୍ରଣୀତ ମଧ୍ୟ ପ୍ରଥମ ରାଉଣ୍ଡରେ ପରାଜୟର ସ୍ୱାଦ ଚାଖିଛନ୍ତି। ପ୍ରଣୀତ ଅଷ୍ଟମ ସିଡ୍ ଚାଇନିଜ୍ ଖେଳାଳି ଶି ୟୁ କି'ଙ୍କ ନିକଟରୁ ୨୧-୧୬, ୧୮-୨୧, ୧୦-୨୧ ଗେମରେ ପରାସ୍ତ ହୋଇଛନ୍ତି। ସେହିପରି ସୌରଭ ବର୍ମା ୨୧-୧୭, ୧୫-୨୧, ୧୦-୨୧ ଗେମରେ ଚାଇନାର ଲୁ ଗୁଆଙ୍ଗ ଜୁ'ଙ୍କଠାରୁ ହାରି ବିଦାୟ ନେଇଛନ୍ତି। ମିକ୍ସଡ୍ ଡବଲ୍ସରେ ପ୍ରଣବ ଜେରି ଚୋପ୍ରା ଓ ଏନ୍ ସିକ୍କି ରେଡ୍ଡି ପ୍ରଥମ ରାଉଣ୍ଡରେ ଦକ୍ଷିଣ କୋରିଆ ଯୋଡ଼ି କୋ ସୁଙ୍ଗ ହ୍ୟୁନ୍ ଓ ଇଅମ୍ ହାଇ ୱନଙ୍କଠାରୁ ୮-୨୧, ୧୪-୨୧ ଗେମରେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story