ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇପାରେ ଆଇପିଏଲ୍ ଫାଇନାଲ୍

ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସଂସ୍କରଣ ଫାଇନାଲକୁ ନେଇ ଏବେବି ସସପେନ୍ସ ଜାରି ରହିଛି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଫାଇନାଲ୍ ମୁକାବିଲା ଚେନ୍ନାଇରେ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏବେ ଟାଇଟଲ୍ ଲଢ଼େଇ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇପାରେ। ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ଆଇପିଏଲ୍ ଫାଇନାଲ୍ ପାଇଁ ହାଇଦ୍ରାବାଦକୁ ଷ୍ଟାଣ୍ଡବାଇ ରଖିଛି। ଫାଇନାଲ ମ୍ୟାଚର ଆୟୋଜନ ପାଇଁ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ)କୁ ଏକ ସପ୍ତାହର ସମୟ ଦିଆଯାଇଛି। ଚେପକ୍ ଷ୍ଟାଡିୟମର ତିନୋଟି ଷ୍ଟାଣ୍ଡ ଯଥା “ଆଇ’, “ଜେ’ […]

ipl 19

ipl 19

Ranjit Kumar Jena
  • Published: Monday, 08 April 2019
  • Updated: 08 April 2019, 09:19 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ଦ୍ୱାଦଶ ସଂସ୍କରଣ ଫାଇନାଲକୁ ନେଇ ଏବେବି ସସପେନ୍ସ ଜାରି ରହିଛି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଫାଇନାଲ୍ ମୁକାବିଲା ଚେନ୍ନାଇରେ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏବେ ଟାଇଟଲ୍ ଲଢ଼େଇ ହାଇଦ୍ରାବାଦକୁ ସ୍ଥାନାନ୍ତର ହୋଇପାରେ। ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ଆଇପିଏଲ୍ ଫାଇନାଲ୍ ପାଇଁ ହାଇଦ୍ରାବାଦକୁ ଷ୍ଟାଣ୍ଡବାଇ ରଖିଛି।

ଫାଇନାଲ ମ୍ୟାଚର ଆୟୋଜନ ପାଇଁ ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍ (ଟିଏନସିଏ)କୁ ଏକ ସପ୍ତାହର ସମୟ ଦିଆଯାଇଛି। ଚେପକ୍ ଷ୍ଟାଡିୟମର ତିନୋଟି ଷ୍ଟାଣ୍ଡ ଯଥା "ଆଇ', "ଜେ' ଓ "କେ' ଖାଲି ପଡୁଛି, କାରଣ ସ୍ଥାନୀୟ ନଗର ନିଗମଠାରୁ ଏପର୍ଯ୍ୟନ୍ତ ଏହି ତିନି ଷ୍ଟାଣ୍ଡକୁ ନେଇ ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ (ଏନଓସି) ମିଳିପାରିନାହିଁ। 

ବିସିସିଆଇର ଜଣେ ପଦାଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, "ଏହି ତିନୋଟି ଷ୍ଟାଣ୍ଡର ଦର୍ଶକଙ୍କ କ୍ଷମତା ୧୨ହଜାର ରହିଛି ଏବଂ ଟିଭିରେ ଯେତେବେଳେ ଏହି ଖାଲି ଷ୍ଟାଣ୍ଡ ଦେଖାଯାଉଛି, ତାହା ସମସ୍ତଙ୍କୁ ଅଦ୍ଭୁତ ଲାଗୁଛି। ଆମେ ଚାହୁଁଛୁ ଯେ, ଚେନ୍ନାଇ ଯଦି ପ୍ଲେଅଫକୁ କ୍ୱାଲିଫାଏ କରେ, ତାହେଲେ ସେ ଘରୋଇ ଭେନ୍ୟୁରେ ମ୍ୟାଚ୍ ଖେଳୁ।

ଏଥିପାଇଁ ଆମେ ଟିଏନସିଏକୁ ମଞ୍ଜୁର ପାଇଁ ସପ୍ତାହ ସମୟ ଦେଇଛୁ। ଯଦି ସେମାନେ ଧାର୍ଯ୍ୟ ସମୟ ଭିତରେ ପ୍ରମାଣପତ୍ର ଦାଖଲ କରିବାରେ ବିଫଳ ରୁହନ୍ତି, ତାହେଲେ ଫାଇନାଲ୍ ହାଇଦ୍ରାବାଦକୁ ଏବଂ ପ୍ଲେଅଫ୍ ଓ ଏଲିମିନେଟର ବେଙ୍ଗାଲୁରୁରେ ଆୟୋଜନ କରାଯିବ। ସନରାଇଜର୍ସ ୨୦୧୮ ସଂସ୍କରଣର ରନର୍ସଅପ୍ ହୋଇଥିଲା ଏବଂ ଏହି କାରଣରୁ ସେମାନେ ଫାଇନାଲ ଆୟୋଜନ କରିବେ।'

ଏହି ବୈଠକରେ ସିଓଏ ମିନି ମହିଳା ଆଇପିଏଲ ଫର୍ମାଟ୍ ଉପରେ ମଧ୍ୟ ନିଷ୍ପତ୍ତି ନେଇଛି, ଯେଉଁଥିରେ ତିନୋଟି ଟିମ୍ ଭାଗ ନେବେ। ଗତବର୍ଷ ଭଳି ଏଥର ମଧ୍ୟ ଏକମାତ୍ର ପ୍ରଦର୍ଶନୀ ମ୍ୟାଚ୍ ବଦଳରେ ଚାରୋଟି ମ୍ୟାଚ୍ ଖେଳାଯିବ। ଏଥିରେ ତିନୋଟି ରାଉଣ୍ଡ ରବିନ୍ ମ୍ୟାଚ୍ ଏବଂ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ମ୍ୟାଚର ଆୟୋଜନ ରାତି ୮ଟାରେ ହେବ। ଏହି ଚାରୋଟି ମ୍ୟାଚ୍ ବିଶାଖାପାଟଣା ଓ ବେଙ୍ଗାଲୁରୁରେ ଖେଳାଯିବ। ଏହାଛଡ଼ା ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟ ଓ ଭାରତରେ ଅନ୍ତର୍ଜାତୀୟ ମ୍ୟାଚର "ଟାଇଟଲ୍ ପ୍ରାୟୋଜକ' ପାଇଁ ନୂଆ ଟେଣ୍ଡର ଜାରି କରିବାକୁ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story