ଆଇପିଏଲ୍ ୨୦୨୦: ଚୂଡ଼ାନ୍ତ ତାଲିକାରେ ୩୩୨ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ୩୩୨ ଜଣ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହୋଇଛି। ଆଇପିଏଲ୍ ଅକ୍ସନ୍ ୧୯ ତାରିଖରେ କୋଲକାତାରେ ହେବ। ଏହି ଫାଇନାଲ୍ ଲିଷ୍ଟ ସମସ୍ତ ୮ଟି ଯାକ ଫ୍ରାଞ୍ଚାଇଜିକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଆଇପିଏଲ୍ ଅକ୍ସନ୍ ପାଇଁ ୯୭୧ ଖେଳାଳିଙ୍କ ନାମ ପ୍ରସ୍ତାବ ଦେଇଥିଲା। ଏଥିରୁ ଏବେ ୬୩୯ ଖେଳାଳିଙ୍କ ନାମକୁ ହଟାଇ ଦିଆଯାଇଛି। ନୂଆ ତାଲିକାରେ ୧୯ ଭାରତୀୟ ଅନକ୍ୟାପଡ୍ (ଯେଉଁମାନେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି) ଏବଂ ୨୪ […]

ipl-2020

ipl-2020

Ranjit Kumar Jena
  • Published: Thursday, 12 December 2019
  • Updated: 12 December 2019, 08:13 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ୩୩୨ ଜଣ ଖେଳାଳିଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହୋଇଛି। ଆଇପିଏଲ୍ ଅକ୍ସନ୍ ୧୯ ତାରିଖରେ କୋଲକାତାରେ ହେବ। ଏହି ଫାଇନାଲ୍ ଲିଷ୍ଟ ସମସ୍ତ ୮ଟି ଯାକ ଫ୍ରାଞ୍ଚାଇଜିକୁ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଆଇପିଏଲ୍ ଅକ୍ସନ୍ ପାଇଁ ୯୭୧ ଖେଳାଳିଙ୍କ ନାମ ପ୍ରସ୍ତାବ ଦେଇଥିଲା। ଏଥିରୁ ଏବେ ୬୩୯ ଖେଳାଳିଙ୍କ ନାମକୁ ହଟାଇ ଦିଆଯାଇଛି। ନୂଆ ତାଲିକାରେ ୧୯ ଭାରତୀୟ ଅନକ୍ୟାପଡ୍ (ଯେଉଁମାନେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି) ଏବଂ ୨୪ ଜଣ ନୂଆ ଖେଳାଳି ଅଛନ୍ତି।

ଭାରତୀୟ ଖେଳାଳିଙ୍କ ମଧ୍ୟରେ ରବିନ୍ ଉଥାପ୍ପା ସବୁଠାରୁ ମହଙ୍ଗା ଅଛନ୍ତି। ସେ ନିଜ ବେସ୍ ପ୍ରାଇସ୍ ୧.୫ କୋଟି ରଖିଛନ୍ତି। ପୂର୍ବ ଦୁଇଟି ସିଜନରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ଜୟଦେବ ଉନାଦକତଙ୍କ ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ରହିଛି। ଉଥାପ୍ପା ପୂର୍ବ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିଥିଲେ। କିନ୍ତୁ ପରବର୍ତ୍ତୀ ସଂସ୍କରଣ ପାଇଁ ତାଙ୍କୁ କେକେଆର୍ ରିଲିଜ୍ କରିଛି। ସେହିପରି ଉନାଦକତ୍ ଗତ ସଂସ୍କରଣରେ ୮.୪ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସ ଦଳରେ ଥିଲେ।

ଆଇପିଏଲ୍ ୨୦୨୦ର ନିଲାମୀ ଗୋଟିଏ ଦିନରେ ଶେଷ ହେବ। ଏଥର ସବୁ ଫ୍ରାଞ୍ଚାଇଜି ପାଖରେ ମାତ୍ର ୭୩ଟି ସ୍ଥାନ ଖାଲି ରହିଛି, ଯେଉଁଥିରେ ୨୯ ବିଦେଶୀ ଖେଳାଳି ରହିଛନ୍ତି। ବିଦେଶୀ ଖେଳାଳିଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ପେସର କେସରିକ୍ ୱିଲିୟମ୍ସ, ବାଂଲାଦେଶର ମୁଶଫିକର ରହିମ୍‌, ଅଷ୍ଟ୍ରେଲିଆ ଲେଗ୍ ସ୍ପିନର୍ ଆଡାମ ଜାମ୍ପା, ୨୧ ବର୍ଷୀୟ ସରେ ବ୍ୟାଟ୍ସମ୍ୟାନ୍ ୱିଲ୍ ଜ୍ୟାକ୍ ନିଲାମରେ ସାମିଲ୍ ହେବେ।

ନିଲାମରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇପାରନ୍ତି। ତାଙ୍କର ପେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେହିପରି ପେସ୍ ବୋଲର ପ୍ୟାଟ୍ କମିନ୍ସ, ଜୋଶ୍ ହେଜଲଉଡ୍‌, ମିଚେଲ୍ ମାର୍ଶ, ଡେଲ୍ ଷ୍ଟେନ୍ ଓ ଆଞ୍ଜେଲୋ ମାଥ୍ୟୁସଙ୍କର ବେସ୍ ପ୍ରାଇସ୍ ମଧ୍ୟ ୨ କୋଟି ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story