ଆଜି ଟକ୍କର ନେବେ ଦୁଇ ଭାରତୀୟ ସୁପର୍ ଷ୍ଟାର୍

ନୂଆଦିଲ୍ଲୀ: ବିରାଟ କୋହଲି ବନାମ୍ ରୋହିତ୍ ଶର୍ମା। ଆରୋନ୍ ଫିଞ୍ଚ,ଏବି ଡିଭିଲିୟର୍ସ ବନାମ୍ କାଇରନ୍ ପୋଲାର୍ଡ, ଯଶପ୍ରୀତ ବୁମ୍ରା। ଆଜି ଦୁବାଇର ରୋମାଞ୍ଚକର ମୁକାବିଲାରେ ପରସ୍ପର ବିରୋଧରେ ମୈଦାନକୁ ଓହ୍ଲାଇବେ ଅନ୍ତର୍ଜାତୀୟ କ୍ରିକେଟର ଏହି ସବୁ ନାମୀ ହସ୍ତୀ। ଆଇପିଏଲର ଆଜିର ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଚଳିତ ସିଜିନରେ ଉଭୟ ଦଳ ପାଇଁ ଏହା ତୃତୀୟ ମ୍ୟାଚ୍।  ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଉଦଘାଟନୀ ମ୍ୟାଚରେ ଚେନ୍ନାଇ […]

kohali-1

kohali-1

Niharika Rout
  • Published: Monday, 28 September 2020
  • Updated: 28 September 2020, 01:58 PM IST

Sports

Latest News

ନୂଆଦିଲ୍ଲୀ: ବିରାଟ କୋହଲି ବନାମ୍ ରୋହିତ୍ ଶର୍ମା। ଆରୋନ୍ ଫିଞ୍ଚ,ଏବି ଡିଭିଲିୟର୍ସ ବନାମ୍ କାଇରନ୍ ପୋଲାର୍ଡ, ଯଶପ୍ରୀତ ବୁମ୍ରା। ଆଜି ଦୁବାଇର ରୋମାଞ୍ଚକର ମୁକାବିଲାରେ ପରସ୍ପର ବିରୋଧରେ ମୈଦାନକୁ ଓହ୍ଲାଇବେ ଅନ୍ତର୍ଜାତୀୟ କ୍ରିକେଟର ଏହି ସବୁ ନାମୀ ହସ୍ତୀ। ଆଇପିଏଲର ଆଜିର ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଚଳିତ ସିଜିନରେ ଉଭୟ ଦଳ ପାଇଁ ଏହା ତୃତୀୟ ମ୍ୟାଚ୍। 

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ହାରି ଅଭିଯାନ ଆରମ୍ଭ କରିଥିଲେ ହେଁ ଦ୍ୱିତୀୟ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସକୁ ଅନାୟାସରେ ପରାସ୍ତ କରି ୱିନିଂ ଟ୍ରାକକୁ ଫେରିଛି। ସେପଟେ ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ନିଜର ପ୍ରଥମ ମ୍ୟାଚକୁ ସହଜରେ ଜିତି କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ଅଭିଯାନ ଆରମ୍ଭ କରିଥିଲେ ହେଁ କିଙ୍ଗସ ଇଲେଭେନ୍ ପଞ୍ଜାବ ହାତରୁ ଶୋଚନୀୟ ହାରିବା ପରେ ବ୍ୟାକଫୁଟରେ ରହିଛି।

ଦୁଇ ଦଳ ମଧ୍ୟରେ ଏକମାତ୍ର ସାମଞ୍ଜସ୍ୟ ହେଉଛି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଉଭୟେ ଆଜି ନିଜର ତୃତୀୟ ମୁକାବିଲାରେ ପରସ୍ପରଙ୍କୁ ଭେଟୁଛନ୍ତି। ତେବେ ପୂର୍ବ ମ୍ୟାଚରେ ବିଜୟ ମୁମ୍ବାଇ ପାଇଁ ପ୍ଲସ୍ ପଏଣ୍ଟ ହୋଇଥିବାବେଳେ ଗତ ମ୍ୟାଚର ଶୋଚନୀୟ ପରାଜୟ ବାଙ୍ଗାଲୋର ପାଇଁ ମାଇନସ୍ ହୋଇଛି।

ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ମୁମ୍ବାଇ କ୍ୟାପଟେନ୍ ରୋହିତ ଶର୍ମା କୋଲକାତା ବିପକ୍ଷରେ ଦମଦାର୍ ଇନିଂସ ସହ ଫର୍ମକୁ ଫେରିଛନ୍ତି। ତେବେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ଗତ ଦୁଇଟି ମ୍ୟାଚରେ ଆଦୌ କଥା କହିନାହିଁ। ସେପଟେ ଗତ ମ୍ୟାଚରେ ରାହୁଲଙ୍କ ଦୁଇ ଦୁଇଟି କ୍ୟାଚ୍ ହାତ ଛଡ଼ା କରିଥିବା କ୍ୟାପଟେନ୍ କୋହଲି ଆଜିର ମ୍ୟାଚରେ ଅଧିକ ଚାପରେ ରହିବେ। ବାଙ୍ଗାଲୋର ପାଇଁ ଅନ୍ୟ ଏକ ଚିନ୍ତା ସାଜିଛି ଦଳର ବୋଲିଂ ଆକ୍ରମଣ। ଉମେଶ ଯାଦବ ଓ ଡେଲ ଷ୍ଟେନ୍ ଲୟକୁ ଫେରିବା ପାଇଁ ସଂଘର୍ଷ କରିବା ମୁମ୍ବାଇକୁ ଫାଇଦାରେ ରଖିପାରେ। କେବଳ ୟଜୁବେନ୍ଦ୍ର ଚହଲ ହିଁ ଦଳ ପାଇଁ ଏଯାଏ ଟ୍ରମ୍ପକାର୍ଡ ସାଜିଛନ୍ତି।

ସେପଟେ ରୋହିତ, ସୂର୍ଯ୍ୟକୁମାର ଓ ସୌରଭ ତିୱାରୀଙ୍କ ସ୍ଥିର ପ୍ରଦର୍ଶନ ମୁମ୍ବାଇର ପଲାକୁ ଭାରି ରଖିଥିବାବାଳେ ବୋଲ୍ଟ, ପାଟିନସନ୍ ଓ ବୁମ୍ରାଙ୍କ ଆକ୍ରମଣ ମୁମ୍ବାଇ ବୋଲିଂକୁ ଖୁବ୍ ଶାଣିତ କରିଛି।

ତେବେ ଆଜି ଦୁଇ ଭାରତୀୟ ସୁପର ଷ୍ଟାର୍ ତଥା ଟିମ୍ ଇଣ୍ଡିଆର ଅଧିନାୟକ ଓ ଉପଅଧିନାୟକଙ୍କ ମଧ୍ୟରେ ମୁକବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos