ଆରମ୍ଭ ହେଲା ଆଇପିଏଲ୍‌ ପାଇଁ ଖେଳାଳି କିଣାବିକା: ଏହି କ୍ରିକେଟର୍‌ଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର-୧୧ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିଲାମୀ। ୯.୩୦ ଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ନିଲାମୀରେ ୮ଟି ଫ୍ରାଞ୍ଚାଇଜ୍‌ ୧୮୨ଜଣ ଖେଲାଳିଙ୍କୁ କିଣିବେ। ନିଲାମୀରେ ସବୁଠୁ ଚର୍ଚ୍ଚାରେ ରହିବେ ଯୁବରାଜ ସିଂ, ଗମ୍ଭୀର, ଶିଖର ଧୱନ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି କ୍ରିସ୍ ଗେଲ୍‌। ନିଲାମୀ ପାଇଁ ସବୁଠୁ ଅଧିକ ବେସ୍‌ ପ୍ରାଇସ୍‌ ରହିଛି ୨ କୋଟି। ଏହି ବେସ୍‌ ପ୍ରାଇସ୍‌ରେ ୩୬ ଜଣ ଖେଳାଳି […]

IPL-auction

Ordigital Desk
  • Published: Saturday, 27 January 2018
  • , Updated: 27 January 2018, 10:25 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର-୧୧ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିଲାମୀ। ୯.୩୦ ଠାରୁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ନିଲାମୀରେ ୮ଟି ଫ୍ରାଞ୍ଚାଇଜ୍‌ ୧୮୨ଜଣ ଖେଲାଳିଙ୍କୁ କିଣିବେ। ନିଲାମୀରେ ସବୁଠୁ ଚର୍ଚ୍ଚାରେ ରହିବେ ଯୁବରାଜ ସିଂ, ଗମ୍ଭୀର, ଶିଖର ଧୱନ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି କ୍ରିସ୍ ଗେଲ୍‌।

ନିଲାମୀ ପାଇଁ ସବୁଠୁ ଅଧିକ ବେସ୍‌ ପ୍ରାଇସ୍‌ ରହିଛି ୨ କୋଟି। ଏହି ବେସ୍‌ ପ୍ରାଇସ୍‌ରେ ୩୬ ଜଣ ଖେଳାଳି ସାମିଲ ଅଛନ୍ତି। ଏହା ବ୍ୟତୀୟ ଅନ୍ୟ ବେସ୍‌ ପ୍ରାଇସ୍‌ ରହିଛି ୧.୫ କୋଟି, ୧ କୋଟି, ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ, ୩୦ ଲକ୍ଷ ଓ ୨୦ ଲକ୍ଷ ଟଙ୍କା। ଏକ ହଜାରରୁ ଅଧିକ ଖେଳାଳି ନିଲାମୀ ପାଇଁ ରେଜିଷ୍ଟର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭୮ ଜଣ ଖେଳାଳି ନିଲାମୀରେ ଭାଗନେଇଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଏପର୍ଯ୍ୟନ୍ତି ୧୮ ଜଣ ଖେଳାଳି ରିଟେନ୍‌ ହୋଇଛନ୍ତି। ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ ବାଙ୍ଗାଲୋର ୩ ଜଣ ଲେଖାଏଁ ଖେଳାଳିଙ୍କୁ ରିଟେନ କରିଥିବା ବେଳେ କୋଲକାତା ଓ ହାଇଦ୍ରାବଦ ଟିମ୍‌ ୨ ଜଣ ଳେଖାଏଁ ଖେଳାଳିଙ୍କୁ ରିଟେନ କରିଛନ୍ତି। ସେହିପରି ପଞ୍ଜାବ ଓ ରାଜସ୍ଥାନ ମାତ୍ର ଜଣେ ଲେଖାଏଁ ଖେଳାଳିଙ୍କୁ ରିଟେନ୍‌ କରିଛି।

 

ଅନ୍ୟପଟେ ନିଲାମୀ ସମୟରେ ରାଇଟ୍‌ ଟୁ ମ୍ୟାଚ୍‌ କାର୍ଡରେ ଫ୍ରାଞ୍ଚାଇଜ୍‌ ନିଜ ଖେଳାଳିଙ୍କୁ ଦଳରେ ସାମିଲ କରିପାରିବେ। ନିଲାମୀ ସମୟରେ ପୁରୁଣା ଫ୍ରାଞ୍ଚାଇଜ୍‌କୁ ସୁଯୋଗ ରହିଛି ନିଜ ପୁରୁଣା ଖେଳାଳିଙ୍କୁ ନିଜ ଦଳରେ ରଖିବାପାଇଁ। କିନ୍ତୁ ଏହି ସମୟରେ ଯେତେ ଟଙ୍କାରେ ସେ ନାଲିମୀ ହୋଇଥିବେ ସେତେଟଙ୍କା ପୁରୁଣା ଫ୍ରାଞ୍ଚାଇଜ୍‌ ତାଙ୍କୁ ଦେବାକୁ ପଡ଼ିବ। ନିଲାମୀରେ କେଉଁ ଖେଳାଳି କାହା ପାଖକୁ ଗଲେ ଏହାର ଚିତ୍ର ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଏବଂ କେଉଁ ଖେଳାଳି ପାଇଁ କେତେ ଟଙ୍କା ଫ୍ରାଞ୍ଚାଇଜ୍‌ ଖର୍ଚ୍ଚ କରିବ ତାହା ମଧ୍ୟ ଜଣା ପଡ଼ିଯିବ।  

Related story