ଆଇପିଏଲ୍‌ ତାରିଖ ଓ ଭେନ୍ୟୁରେ ପୁଣି ପରିବର୍ତ୍ତନ: ଜାଣନ୍ତୁ କେଉଁ ମ୍ୟାଚ୍ କାହିଁକି ବଦଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପରେ ଏବେ ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବଙ୍ଗାଲୋର୍‌ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଭେନ୍ୟୁ ଓ ତାରିଖ ବଦଳିଛି। ମେ ମାସ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଇପିଏଲ୍‌ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମେ ମାସ ୧୨ ତାରିଖରେ ଧାର୍ଯ୍ୟ ହୋଇଥିବା ବେଳେ ଏହି ଦିନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ […]

1

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 08:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପରେ ଏବେ ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବଙ୍ଗାଲୋର୍‌ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଭେନ୍ୟୁ ଓ ତାରିଖ ବଦଳିଛି। ମେ ମାସ ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଇପିଏଲ୍‌ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମେ ମାସ ୧୨ ତାରିଖରେ ଧାର୍ଯ୍ୟ ହୋଇଥିବା ବେଳେ ଏହି ଦିନ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଥିଲା। ଫଳରେ ସୁରକ୍ଷା ଦୃଷ୍ଟିକୋଣରୁ ଏହି ମ୍ୟାଚ୍‌ ଏବେ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଛି। ଆଇପିଏଲର ୪୫ତମ ମ୍ୟାଚ୍ ଏବେ ୧୨ ତାରିଖ ବଦଳରେ ମେ ୨୧ ତାରିଖରେ ଦିଲ୍ଲୀରେ ଖେଳାଯିବ।

ଏହା ପୂର୍ବରୁ ଆଇପିଏଲ୍‌ର ୧୧ତମ ସଂସ୍କରଣରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ନିଜ ମ୍ୟାଚ୍‌ରେ କିଛି ପରିବର୍ତ୍ତନ କରିଥିଲା। ପରିବର୍ତ୍ତନ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ପଞ୍ଜାବ ତାର ପ୍ରଥମ ତିନୋଟି ମ୍ୟାଚ୍‌ ମୋହାଲିରେ ଖେଳିବ। ଏହାପରେ ବାକି ୪ଟି ମ୍ୟାଚ୍‌ ଇନ୍ଦୋରରେ ଖେଳିବ। ଆସନ୍ତା ମେ ଏପ୍ରିଲ୍‌ ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌-୧୧ ମେ ମାସ ୨୭ ତାରିଖରେ ଶେଷ ହେବ।

Related story