ଆଇପିଏଲ-୧୧: ଶୀର୍ଷରେ ପହଞ୍ଚିବ ଲୋକପ୍ରିୟତା, ଯୁବରାଜ, ଗମ୍ଭୀର, ଲେନ୍‌ ଓ ସ୍ମିଥ୍‌ ନେବେ ନେତୃତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଦିନ କେଇଟା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୧ତମ ଏଡ଼ିସନ ଖେଳାଯିବ। ଯାହାକୁ ନେଇ ଏବେଠୁ କଳ୍ପନା ଜଳ୍ପନା ଅରମ୍ଭ ହୋଇଯାଇଛି। ଆସନ୍ତା ଫବ୍ରୁଆରୀ ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ଫାଇନାଲ ମ୍ୟାଚ୍‌ ମେ ମାସ ୨୭ ତାରିଖରେ ଖେଳାଯିବ। ଏହି ପ୍ରତିଯୋଗିତାରେ ୮ ଟି  ଫ୍ରାଞ୍ଚାଇଜ୍‌, ୧୬୯ ଜଣ ପ୍ଲେୟାର୍ସଙ୍କୁ କିଣିଛନ୍ତି। ଯେଉଁମାନଙ୍କ ମଧ୍ୟରେ ୫୬ଜଣ ବିଦେଶୀ ଖେଳାଳି ଅଛନ୍ତି। ୨୦୧୮ ଆଇପିଏଲରେ ଇଂଲଣ୍ଡର ଅଲରାଉଣ୍ଡର୍‌ […]

Vivo-IPL-2018-JOIN-MY-TELEGRAM-BROADCAST

Rakesh Mallick
  • Published: Friday, 23 February 2018
  • , Updated: 23 February 2018, 01:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଦିନ କେଇଟା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୧ତମ ଏଡ଼ିସନ ଖେଳାଯିବ। ଯାହାକୁ ନେଇ ଏବେଠୁ କଳ୍ପନା ଜଳ୍ପନା ଅରମ୍ଭ ହୋଇଯାଇଛି। ଆସନ୍ତା ଫବ୍ରୁଆରୀ ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ଫାଇନାଲ ମ୍ୟାଚ୍‌ ମେ ମାସ ୨୭ ତାରିଖରେ ଖେଳାଯିବ। ଏହି ପ୍ରତିଯୋଗିତାରେ ୮ ଟି  ଫ୍ରାଞ୍ଚାଇଜ୍‌, ୧୬୯ ଜଣ ପ୍ଲେୟାର୍ସଙ୍କୁ କିଣିଛନ୍ତି। ଯେଉଁମାନଙ୍କ ମଧ୍ୟରେ ୫୬ଜଣ ବିଦେଶୀ ଖେଳାଳି ଅଛନ୍ତି। ୨୦୧୮ ଆଇପିଏଲରେ ଇଂଲଣ୍ଡର ଅଲରାଉଣ୍ଡର୍‌ ବେନ୍‌ ଷ୍ଟୋକ୍ସ ସବୁଠୁ ଦାମୀ ଖେଳାଳି ଭାବେ ୧୨.୫ କୋଟି ଟଙ୍କାରେ କିଣା ହୋଇଛନ୍ତି।

୧୧ତମ ଏଡିସନରେ ଏକାଧିକ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଟିମ୍‌ର ଧିନାୟକ କିଏ ହେବେ ସେ ନେଇ ଚିନ୍ତାରେ ଥିବା ଜଣା ପଡ଼ିଛି। ନିଲାମୀ ପରେ ପରେ ବିଶେଷ କରି ଦିଲ୍ଲୀ, ପଞ୍ଜାବ, କୋଲକାତା ଓ ରାଜସ୍ଥାନ ଭଳି ଫ୍ରାଞ୍ଚାଇଜ୍‌ ସେମାନଙ୍କ ଟିମ୍‌ର ଅଧିନାୟକ କିଏ ହେବେ ସେ ନେଇ ଚିନ୍ତାରେ ଥିଲେ।

ବର୍ତ୍ତମାନର ରିପୋର୍ଟ ଅନୁସାରେ ଦିଲ୍ଲୀ ଟିମ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ  ପଡ଼ିଆକୁ ଓହ୍ଲାଇବ, ସେହି ପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜଙ୍କ ନେତୃତ୍ୱରେ ପଞ୍ଜାବ ଆଇପିଏଲ୍‌-୧୧ ଖେଳିବ। ଯଦିଓ କୋଲକାତା ଟିମ୍‌ରେ କିଏ ଅଧିନାୟକ ହେବେ ସେ ନେଇ ନିଷ୍ପତି ନିଆଯାଇନି ତଥାବି କ୍ରିସ୍‌ ଲେନ୍‌ ଏହି ଟିମ୍‌ର କ୍ୟାପ୍ଟେନ୍‌ ହୋଇପାରନ୍ତି। ଅନ୍ୟପଟେ ଷ୍ଟିଭ୍ ସ୍ମିଥ୍‌ଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ଥର ପାଇଁ ଲାଗୁଛି ଯେମିତି ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଏକ ସନ୍ତୁଳିତ ଦଳ। କୌଣସି ଟିମ୍‌ କାହା ଠାରୁ କମ୍‌ ନୁହଁନ୍ତି। ତେଣୁ ଆଇପିଏଲ ୧୧ ତମ ଏଡ଼ିସନ ବେସ୍ ଚିତାକର୍ଷକ ହେବ ବୋଲି ଆଶା କରାଯାଉଛି।

Related story